Odisha news

ମରୁଡି ସମସ୍ୟା ସ୍ଥିତି ପରଖିଲେ କୃଷି ଅଧିକାରୀଗଣ

0
ନିରାକାରପୁର,୧୦/୧୧:  ଖୋର୍ଦ୍ଧା ଜିଲା ଟାଗିଂ ବ୍ଲକରେ ଉପୁଜିଛି ମରୁଡି ପରିସ୍ଥିତି ଚାଷ ଜମିରେ ବୁଲି ସ୍ଥିତି ପରଖିଲେ ଜିଲ୍ଲା କୃଷୀ ଅଧିକାରୀ।ଟାଗିଂ ବ୍ଲକର ରାମେଶ୍ବର ନିରାକାରପୁର, ଲେଣ୍ଡୁ,ଡ଼ିଆ ଗ୍ରାମପଂଚାୟତ ସହିତ କଣାସ ବ୍ଲକର କିଛି ପଂଚାୟତର ଚାଷୀମାନଙ୍କର ଉନ୍ନତି ପାଇଁ ୧୯୮୧ ମସିହା ଡିସେମ୍ବର ୨୧ ତାରିଖରେ ରାମେଶ୍ବରଠାରେ ମଲାଗୁଣୀ ନଦୀ ଉପରେ ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଉଦଘାଟନ କରାଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟାରେଜ ପାଣି ବ୍ୟବହାର କରି ବନ୍ୟା ଓ ମରୁଡ଼ି ଦାଉରୁ ରକ୍ଷା ପାଇବା।ଗତ ଫନି ବାତ୍ୟାରେ ବ୍ୟାରେଜ ର ୩ଟି ଗେଟ ଦୁର୍ବଳ ହୋଇଥିଲା ସେଥୁରୁ ୨ଟି ଗେଟ ଭାଗିଂ ଯାଇଛି।ନଦୀରେ ପାଣି ନଥିବାରୁ ବ୍ୟାରେଜ ପାଣି କେନାଲରେ ଯାଇପାରୁନାହିଁ କେନାଲ ଶୁଖିଲା ପଡିଛି।ଚଳିତବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି ସମସ୍ୟା ଉପୁଜିଛି।ବର୍ଷା ନ ହେବାରୁ ପାଣି ଅଭାବରେ ଧାନଗଛ ଶୁଖିଯିବାରୁ ଚାଷୀ ଚିନ୍ତା ବଢିଯାଇଛି । ସ୍ଥାନୀୟ ଅଂଚଳର ଚାଷୀ ଜଳସେଚନ ର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରିଛନ୍ତି ହେଲେ କୈ।ଣସି ସୁଫଳ ମିଳିନାହିଁ।ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ  କୃଷି ଅଧିକାରୀ ଶରତ ଚନ୍ଦ୍ର ପରିଡା ଓ ଟାଙ୍ଗୀ ସହ କ୍ରୁଷି ଅଧିକାରୀଣୀ  ଯାଜ୍ଞସିନୀ ନାୟକ  ଆଜି ସ୍ଥାନୀୟ ଅଂଚଳ ପରିଦର୍ଶନ କରି ଚାଷ ଜମିକୁ ଯାଇ ସ୍ଥିତି ପରଖି  ପ୍ରାୟ ୨୦୦୦ ହେକ୍ଟର ଚାଷ ଜମି  ପାଣି ଅଭାବରୁ ନଷୁ ହେବାକୁ ବସିଛି ବୋଲି    ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବାକୁ ଯୋଜନା କରିଥିବା ବେଳେ ଚାଷୀମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଅଞ୍ଚଳ ର ଚାଷୀମାନେ ଉପସ୍ଥିତ ଥିଲେ।
Leave A Reply