Odisha news

ମୟୂରଭଞ୍ଜ ସିଟିଜେନ ଫୋରମର ନମସ୍ତେ ମାନନୀୟେଷୁ କାର୍ଯ୍ୟକ୍ରମ , ୧୦ଜଣ ବ୍ୟକ୍ତିବିଶେଷ ସମ୍ବର୍ଦ୍ଧିତ

0
ବେତନଟୀ :  ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ଯାତ୍ରୀ ନିବାସରେ ମୟୂରଭଞ୍ଜ ସିଟିଜେନ ଫୋରମର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । କଥା ଅଛି ସ୍ମୃତି କେବେ ଫିଙ୍ଗିବାର ନୁହେଁ । ରାଜତନ୍ତ୍ର ଠାରୁ ଗଣତନ୍ତ୍ର ସ୍ୱର୍ଗ ନ ହେଲେ ବି ନର୍କ ଠାରୁ ଢ଼େର ଭଲ। ବ୍ୟକ୍ତିଗତ ସ୍ୱାର୍ଥ ଓ ପ୍ରଶଂସା ପାଇଁ ସଂଗଠନ ଗଢ଼ିବା ଅପେକ୍ଷା ଜିଲ୍ଲାର ସମଷ୍ଟିଗତ ସ୍ୱାର୍ଥ ପାଇଁ ସଂଗଠନ ଗଢ଼ିବା ହିଁ ଯଥାର୍ଥ ମାନବ ସେବା ବା ମାଧବ ସେବା । ସେହି ମର୍ମରେ ଭଞ୍ଜଭୂଇଁର ସାମଗ୍ରିକ ବିକାଶ ଆମର ପ୍ରୟାସ ଭଞ୍ଜଭୂଇଁର ସ୍ୱର ରଖିଆସିଥିବା ମୟୂରଭଞ୍ଜ ସିଟିଜେନ୍‌ ଫୋରମର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ଆଦର୍ଶକୁ ଅନୁକରଣ କରି ମାଣତ୍ରୀ ଯାତ୍ରୀନିବାସ ଠାରେ ଫୋରମ ତରଫରୁ ଏକ କର୍ମଶାଳା ଏବଂ ନମସ୍ତେ ମାନନୀୟେଷୁ ମଞ୍ଚ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକଟି କର୍ମରେ ଈଶ୍ୱରଙ୍କୁ ନିଶ୍ଚୟ ଉତ୍ତର ଦେବାକୁ ହେବ ସ୍ମରଣ ରଖି ସମସ୍ତେ ମାତୃଭୂମି ଈଶ୍ୱରୀୟଙ୍କ ସେବାର ପ୍ରତ୍ୟେକ ସେବକ ଏବଂ ସୁଖଦ ସଂଯୋଗର ସୂତ୍ରଧର ହେବାରୁ ସଙ୍କଳ୍ପର ସଂଳାପ ରଖିବା ସହିତ ଫୋରମର ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଇଥିଲେ । ବାବା କଖାରୁଆ ବୈଦ୍ୟନାଥ ମନ୍ଦିରର ପରିଚ୍ଛା ପ୍ରଦୀପ କୁମାର ପଣ୍ଡା ପୌରହିତ୍ୟ କରିଥିବା ବେଳେ ଫୋରମର କୋଷାଧ୍ୟକ୍ଷ ମନୋଜ  ପଣ୍ଡା ସ୍ୱାଗତ ଜଣାଇବା ସହ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଫୋରମର ଅତୀତ ଓ ଭବିଷ୍ୟତ କାର୍ଯ୍ୟଧାରା ଉପରେ ଅଭିମତ ରଖିଥିଲେ । ସମ୍ପାଦକ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ଶେଜପଡା ଏବଂ ଅନ୍ୟାନ୍ୟ ବହୁ ବିଶିଷ୍ଟ ଆଲୋଚକବର୍ଗ କେନ୍ଦ୍ର ସରକାରଙ୍କୁ ଫୋରମ୍ ଏଯାବତ୍ ବହୁବର୍ଷ ଧରି ଦାବି କରି ଆସୁଥିବା ମୟୂରଭଞ୍ଜ ମିଶ୍ରଣ ଚୁକ୍ତିନାମାର ପ୍ରକାଶନ କରିବା ସହିତ ଶିମିଳିପାଳର ସୁରକ୍ଷା ପାଇଁ ସିଆରପିଏଫଏଫ୍ ମୁତୟନ, ୪୫ବର୍ଷ ଧରି ଅସମାପ୍ତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପୂର୍ଣ୍ଣାଙ୍ଗ କରଣ, ରାଇରଙ୍ଗପୁର ଠାରେ ଏକ ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ସମସ୍ତେ ଦାବି କରିଥିଲେ। ସେହିପରି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଗଡଜାତ ଅମଳର ଐତିହାସିକ ବାରିପଦା ସହରର ସ୍ୱତନ୍ତ୍ର ପରିଚୟ ପାଇଁ ସହର ନିକଟସ୍ଥ କାଠପାଳ ସ୍ପିନିଂ ମିଲ୍‌ର ଅବ୍ୟବହୃତ ବିଶାଳ ଜମିରେ ଏକ ସ୍ୱତନ୍ତ୍ର ପ୍ରକଳ୍ପଟିଏ କରି ନିର୍ବାଚନ ପୂର୍ବରୁ ସହରବାସୀଙ୍କୁ ଭେଟି ଦେବାକୁ ଦାବି ହୋଇଥିଲା। ମଞ୍ଚରେ ପୌରହିତ୍ୟ କରି ମନ୍ଦିରର ପରିଚ୍ଛା ପ୍ରଦୀପ କୁମାର ପଣ୍ଡା ବଡସାହି ମାଟିର ପୁଅ ହୋଇ ବି ଶ୍ରୀ ବୁଗୁଡେଇଙ୍କ ମାଟି ଓ ମାନବ ସେବା ପାଇଁ ତାଙ୍କର ଅନନ୍ୟ ଅବଦାନ ପାଇଁ କଖାରୁଆ ବାବାଙ୍କ ଆଶୀର୍ବାଦ ରହିଛି ବୋଲି ମନ୍ତବ୍ୟ ରଖିଥିଲେ ।
ଫୋରମର ଏହି ମଞ୍ଚରେ ଫୋରମର ପ୍ରତିଷ୍ଠାତା ଶ୍ରୀ ବୁଗୁଡେଇ ସାଇଁକୁଳାର ପଣ୍ଡିତ ରତିକାନ୍ତ ମିଶ୍ରଙ୍କୁ ପୁରୋହିତ ଶିରୋମଣୀ, ମାଣତ୍ରୀର ଦିବଙ୍ଗତ ଶିକ୍ଷାବିତ୍ ମହେଶ୍ଵର ପଣ୍ଡା, ସମାଜସେବୀ ହରିଶ୍ଚନ୍ଦ୍ର ପଣ୍ଡା ଏବଂ ଡା. କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ସେବାଶ୍ରୀ; ସ୍ଵାଧୀନତା ସଂଗ୍ରାମୀ ଚକ୍ରଧର ପ୍ରଧାନଙ୍କୁ ମାଣତ୍ରୀ ମଣି; ବାବା କଖାରୁଆ ବୈଦ୍ୟନାଥ ଯୁବକ ସଂଘର ସଭାପତି ଜ୍ୟୋତିପ୍ରକାଶ ପଣ୍ଡା ଏବଂ ଜିତେଶ ପତିଙ୍କୁ ଅଗ୍ରୟୋଧି ସମ୍ମାନରେ ସମ୍ବର୍ଦ୍ଧିତ କରିବା ନିଜର ଅହୋଭାଗ୍ୟ କହିଥିଲେ । ଫୋରମ୍‌ କୋଷାଧ୍ୟକ୍ଷ ଶ୍ରୀ ପଣ୍ଡା ବଡସାହି ପୂର୍ଣ୍ଣମାସୀ ସେବା ସଂସ୍ଥାର ସଞ୍ଚାଳନ ରାଜକିଶୋର ଆଚାର୍ଯ୍ୟ ଏବଂ ମହେଶ୍ୱର ସେନାପତିଙ୍କୁ ଚନ୍ଦ୍ରପ୍ରଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିବା ବେଳେ, ସମ୍ପାଦକ ଶ୍ରୀ ଶେଜପଡ଼ା ବଡସାହି ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରଣଜିତ୍ କୁମାର ଦାସ ଏବଂ ମୁଖପାତ୍ର ସଚ୍ଚିନ୍ଦ୍ରନାଥ ବିଶ୍ୱାଳଙ୍କୁ ସେବାଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଫୋରମର ସହସମ୍ପାଦକ ସଚ୍ଚୀନ୍ଦ୍ର ନାଥ ବିଶ୍ଵାଳ ଆଗାମୀ ଜାନୁଆରୀ ପହିଲା ଫୋରମର ବାର୍ଷିକ ମୟୂରଭଞ୍ଜ ମିଶ୍ରଣ ଦିବସ ପାଳନ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ କରି ଧନ୍ୟବାଦ ପ୍ରସ୍ତାବରେ ବେଦପାଠ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଜିଲ୍ଲାର ହକ ପୂରଣ ପାଇଁ ଦାବି କରାଯିବ ବୋଲି ସୂଚନା ଦେଇଥ‌ିଲେ ।
Leave A Reply