Odisha news

ସିବିଏସଇ କ୍ଲଷ୍ଟର ଟୁ ଖୋ ଖୋ ଟୁର୍ଣ୍ଣାମେଣ୍ଟ ର ତୃତୀୟ ଦିନ ଖେଳ ବେଶ ଚିତାକର୍ଷକ ଓ ଅତ୍ଯନ୍ତ କୌତୁହଳ ପୂର୍ଣ୍ଣ ହୋଇଥିଲା

0
ବାଳିକା ବର୍ଗରେ ପ୍ରଥମ ମ୍ୟାଚ ରେ ଦୁଇ ଦମଦାର ପ୍ରତିଯୋଗୀ କେରଳ ଇଂଲିଶ ମିଡିୟମ, ଚମ୍ପୁଆ,କେଉଁଝର ସହିତ ବିକାଶ ରେସିଡ଼େନ୍ସିଆଲ, ବରଗଡ  ପ୍ରତିଯୋଗିତାରେ କେରଳ ଇଂଲିଶ ମିଡିଅମ ବିଜେତା ହୋଇ  ସେମିଫାଇନାଲ କୁ ଉତ୍ତୀର୍ଣ୍ଣ ହେଲା l ସେହିପରି ସାଇ ଇଣ୍ଟରନ୍ୟାସନାଲ, ଭୂବନେଶ୍ବର ଡିଏଭି ଏନଟିପିସି ,ତାଳଚେର, ଅନୁଗୁଳ କୁ ହରାଇ ସେମିଫାଇନାଲ ରେ କେରଳ ଇଂଲିଶ ମିଡିୟମ ସହିତ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଖେଳି କେରଳ ଇଂଲିଶ ମିଡିୟମ ସ୍କୁଲ, ଚମ୍ପୁଆ ପାଖରୁ ହାରିଯାଇ ଥିଲା। ପ୍ରଥମ ସେମିଫାଇନାଲ ମ୍ୟାଚ ରେ କେରଳ ଇଂଲିଶ ମିଡିୟମ ଉତ୍ତୀର୍ଣ୍ଣ ହୋଇ ଫାଇନାଲ ଖେଳିବାକୁ ଯୋଗ୍ଯ ହୋଇ ଥିବାବେଳେ ଦ୍ବୀତିୟ ସେମିଫାଇନାଲ ମ୍ୟାଚ ଗାନ୍ଧୀ ପବ୍ଲିକ ସ୍କୁଲ ,ଗୁଣପୁର ସହିତ ସେଣ୍ଟଜାଭିୟର୍ସ ହାଇସ୍କୁଲ, ଡିମ୍ବୋ, କେଉଁଝର ର ପ୍ରତିଦ୍ବନ୍ଦିତାରେ ସେଣ୍ଟଜାଭିୟର୍ସ ହାଇସ୍କୁଲ, ଡିମ୍ବୋ, କେଉଁଝର ଉତ୍ତୀର୍ଣ୍ଣ ହୋଇ ଫାଇନାଲ ପାଇଁ ଯୋଗ୍ଯ ହୋଇଛି।
Leave A Reply