Odisha news

ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ବୁଲିଲେ ବାସନ୍ତୀ ମହାପାତ୍ର 

0
ନିରାକାରପୁର,୨/୧୧:   ଧର୍ମ କାମନା ମୋକ୍ଷ ଓ ଅର୍ଥର ପ୍ରତୀକ ଆଦିଶକ୍ତି ମହାମାୟା ଙ୍କ ଗଜଲକ୍ଷ୍ମୀ ପୂଜା ଓ ପବିତ୍ର କୁମାର ପୁର୍ଣିମା  ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗୀ ବ୍ଲକ ଖୋର୍ଦ୍ଧା ବ୍ଲକ ଓ ଖୋର୍ଦ୍ଧା ପୌରାଞ୍ଚଳ ର ବିଭିନ୍ନ ସ୍ଥାନ ରେ ପୂଜା ମଣ୍ଡପ ଗୁଡିକରେ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସୁସଜ୍ଜିତ ପୂର୍ବକ ପାଳିତ ହୋଇଯାଇଛି l ଏହି କୁମାର ପୁର୍ଣିମା ଓ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପ ସଭାପତି  ବାସନ୍ତୀ ମହାପାତ୍ର ସମସ୍ତ ପୂଜା ମଣ୍ଡପ ଗୁଡିକ ପରିଦର୍ଶନ ପୂର୍ବକ ମା’ ଙ୍କ ଦିବ୍ୟ ଦର୍ଶନ କରିବା ସହିତ ମା’ ଙ୍କ ଆଶୀର୍ବାଦ ଲାଭ କରି ପ୍ରତିଟି ପୂଜା ମଣ୍ଡପର  ଆୟୋଜକ କର୍ମକର୍ତ୍ତା ସ୍ଥାନୀୟ ଜନସାଧାରଣ  ମାନଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ ପୂର୍ବକ ସେମାନଙ୍କ ନିଷ୍ଠାପର ଉଦ୍ୟମ କୁ ପ୍ରଶଂସା କରିଥିଲେ l ପ୍ରତିଟି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଭାଇଚାରା ଓ ଭାତୃଭାବ ବଜାୟ ରଖି ପ୍ରତିବର୍ଷ ଏହିଭଳି ଉତ୍ସବ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l
Leave A Reply