ଦୀପାବଳୀ ଉତ୍ସବ କାର୍ତିକ ଅମାବାସ୍ୟା ରେ ପାଳନ କରାଯାଇ ଥାଏ l ଦୀପାବଳୀ ଦିନ ମାଲକ୍ଷ୍ମୀ , ମା ସରସ୍ବତୀ ଓ ଭଗବାନ ଗଣେଶ ଙ୍କ ର ପୂଜା କରାଯାଇ ଥାଏ l ଯାହାଦ୍ୱାରା ବର୍ଷ ସାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ l କିନ୍ତୁ ଆପଣ କଣ କେବେ ଭାବିଛନ୍ତି ଏହି ଆଲୋକ ର ଉତ୍ସବ ପାଳନ କରିବା ପଛରେ କଣ ରହିଛି ବିଶେଷ କାରଣ ?
* ୧୪ ବର୍ଷ ପରେ ପ୍ରଭୁ ଶ୍ରୀରାମ ଙ୍କ ଅଯୋଧ୍ୟା ଆଗମନ :-
ରାମାୟଣ ର ରଚନା ଅନୁସାରେ ଯେଉଁଦିନ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣ କୁ ବଧ କରି ମା ସୀତା ଙ୍କ ସହିତ ଅଯୋଧ୍ୟା ରେ ପ୍ରବେଶ କରିଥିଲେ ସେହିଦିନ କାର୍ତିକ ଅମାବାସ୍ୟା ଥିଲା ଏବଂ ଶ୍ରୀରାମ ଙ୍କ ଆଗମନ ଖୁସି ରେ ସମ୍ପୂର୍ଣ୍ଣ ଅଯୋଧ୍ୟା ନଗରୀ କୁ ଦୀପ ଆଲୋକ ରେ ସୁସଜ୍ଜିତ କରାଯାଇ ଥିଲା l ସେହିଦିନ ଠାରୁ ଅନ୍ଧକାର ଉପରେ ଆଲୋକ ର ବିଜୟ ର ଉତ୍ସବ ଦୀପାବଳୀ ପାଳିତ ହୋଇ ଆସୁଛି l
* ଶ୍ରୀକୃଷ୍ଣ ଙ୍କ ହାତରେ ନରକାଶୁର ର ବଧ -:
ଭଗବାନ ଶ୍ରୀକୃଷ୍ଣ ନିଜ ପତ୍ନୀ ସତ୍ୟଭାମା ଙ୍କ ସାହାଯ୍ୟ ରେ ଅସୁର ରାଜ ନରକାଶୁର କୁ ବଧ କରିଥିଲେ l ନରକାସୁର କୁ ନାରୀ ହାତରେ ବଧ ହେବାର ଅଭିଶାପ ମିଳିଥିଲା l ସେହିଦିନ କାର୍ତିକ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥି ଥିଲା l ନରକାସୁର ର ଆତଙ୍କ ରୁ ମୁକ୍ତି ପାଇ ଲୋକେ ଖୁସି ରେ ଦୀପ ଦାନ ଉତ୍ସବ ପାଳନ କରିଥିଲେ l
* ପାଣ୍ଡଵ ମାନଙ୍କର ହସ୍ତିନା ପୁର ପ୍ରତ୍ୟାବର୍ତନ :-
ମହାଭାରତ କଥା ଅନୁସାରେ କାର୍ତିକ ଅମାବାସ୍ୟା ଦିନ ପାଣ୍ଡଵ ମାନେ ହସ୍ତିନା ପୁର କୁ ପ୍ରତ୍ୟାବର୍ତନ କରିଥିଲେ l ଏହି ଖୁସିରେ ଦୀପ ଆଲୋକ ରେ ସୁସଜିତ କରାଯାଇ ଥିଲା l
* ମା ଲକ୍ଷ୍ମୀ ଙ୍କ ଅବତାର :-
ଦୀପାବଳୀ ସମ୍ବନ୍ଧୀତ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟ ରେ ମାଲକ୍ଷ୍ମୀ ପୃଥିବୀ ରେ ଅବତାର ନେଇଥିଲେ l ମାଲକ୍ଷ୍ମୀ ହେଉଛନ୍ତି ଧନ ସମୃଦ୍ଧି ର ଦେବୀ l ତେଣୁ ଏହିଦିନ ମାଲକ୍ଷ୍ମୀ ଙ୍କ ଆଗମନ ରେ ଦୀପ ଦାନ କରାଯାଇ ଥାଏ l
* ମକାଳୀ ଙ୍କ ରଉଦ୍ର ରୂପ :-
ମାତା ପାର୍ବତୀ ରାକ୍ଷସ ଙ୍କ ବଧ କରିବା ପାଇଁ ମାକାଳୀ ଙ୍କ ରୂପ ଧାରଣ କରିଥିଲେ l ମାକାଳୀ ଙ୍କୁ ଶାନ୍ତ କରିବା ପାଇଁ ଭଗବାନ ଶିବ ତାଙ୍କ ଚରଣ ରେ ଶୋଇ ପଡିଥିଲେ l ଭଗବାନ ଶିବ ଙ୍କ ସ୍ପର୍ଶ ରେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା l ସେଥିପାଇଁ ମା କାଳୀ ଙ୍କୁ ଶାନ୍ତ କରିବାକୁ ଏହିଦିନ କାଳୀ ପୂଜା କରାଯାଇ ଥାଏ l