Odisha news

ଭିଜିଲାନ୍ସ ଡିଭିଜନ୍‍, ଭୁବନେଶ୍ୱର ପକ୍ଷରୁ ସଚେତନତା ପଦଯାତ୍ରା : ଅଂଶଗ୍ରହଣ କଲେ ୧ ହଜାରରୁ ଊର୍ଦ୍ଧ୍ୱର୍ ଛାତ୍ରଛାତ୍ରୀ

0

ଭୁବନେଶ୍ୱର,୦୧/୧୧/୨୦୨୩: ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ପାଳନ ଅବସରରେ ଆଜି ସକାଳେ ଭିଜିଲାନ୍ସ ଡିଭିଜନ୍‍, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ପଦଯାତ୍ରା ରାଜଭବନ ଛକଠାରୁ ବାହାରି କଳିଙ୍ଗ ଷ୍ଟାଡିୟମ୍‍ଠାରେ ପହଞ୍ଚିଥିଲାା ଏହି ପଦଯାତ୍ରାକୁ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତ କୁମାର ଜେଠ୍‍ଓ୍ୱା, ଆଇଜି ଶ୍ରୀ ସଂଜୟ କୁମାର କୌଶଲ, ଡିଆଇଜି ଶ୍ରୀ ଆର୍‍ ପ୍ରକାଶ, ଏସ୍‍ପି ଶ୍ରୀମତୀ ଅନୁପମା ଜେମ୍‍ସ, ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲୋ ସମାଜରୁ ଦୁର୍ନୀତି ନିବାରଣ ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ବାହାରିଥିଲାା ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ଦେବରାୟ ମହାବିଦ୍ୟାଳୟ, ସିଟି ମହିଳା ମହାବିଦ୍ୟାଳୟ, କମଳା ନେହେରୁ ମହିଳା ମହାବିଦ୍ୟାଳୟ, ନିଶ୍ୱାସ, ଡିଏଭି ପବ୍ଲିକ୍‍ ସ୍କୁଲ, ପୋଖରୀପୁଟ, ଡିଏଭି ପବ୍ଲିକ୍‍ ସ୍କୁଲ,ୟୁନିଟ୍‍-୮, ଡିଏଭି ପବ୍ଲିକ୍‍ ସ୍କୁଲ, ଚନ୍ଦ୍ରଶେଖରପୁର, କିସ୍‍ ଇଣ୍ଟରନେସନାଲ୍‍ ସ୍କୁଲ, ରାଜଭବନ ନିକଟସ୍ଥ ସରକାରୀ ଆଇଟିଆଇ, ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ମେଡିଆ ଷ୍ଟଡିଜ୍‍, ପିଇସିୟୁସି, ପୋଖରୀପୁଟ, ଓଡ଼ିଶା ସ୍କେଟିଂ ଏକାଡେମୀ ପ୍ରଭୃତି ଶିକ୍ଷାନୁଷ୍ଠାନର ୧ ହଜାରରୁ ଊର୍ଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ଏହି ପଦଯାତ୍ରାରେ ସାମିଲ ହୋଇଥିଲୋ
ସୌରଭ ପ୍ରଧାନ
ସୂଚନା ଅଧିକାରୀ

Leave A Reply