Odisha news

ପାରିବାରିକ କହଳର କରୁଣ ପରିଣତି,ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ 

0
ଡ଼ୁବୁରୀ :କଳିଙ୍ଗନଗର ଥାନା ଅନ୍ତର୍ଗତ  ବାରଗାଡିଆ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଖବର ମୁତାବକ ବାରଗାଡିଆ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ବାସ ଗୃହ ମଧ୍ୟରେ ତାଙ୍କ ସ୍ତ୍ରୀ କୁନି ସାହୁ(45)ଙ୍କର ମୃତ୍ୟ ହୋଇଛି । କଳିଙ୍ଗନଗର ପୋଲିସ ସୂଚନା ପାଇ ସାଇଣ୍ଟିଫିକ ଟିମ ସହାୟତାରେ ଆଜି ଦିବା 2 ଘଟିକା ସମୟରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି । ମୃତକ ମହିଳାଙ୍କ ସ୍ଵାମୀ ପ୍ରଫୁଲ୍ଲ ସାହୁ ଫେରାର ଥିବା ବେଳେ ସ୍ଥାନୀୟ ପୋଲିସର ସନ୍ଦେହ ସୃଷ୍ଟି ହେଉଥିବା ଜଣାପଡ଼ିଛି ।ଶୁଣିବାକୁ ମିଳୁଛି ଦୀର୍ଘ ଦିନ ହେବ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କହଳ ଲାଗି ରହିଥିଲା,ସ୍ୱାମୀ ପ୍ରଫୁଲ ସ୍ତ୍ରୀ କୁନିଙ୍କୁ ତଣ୍ଟି ଚିପି ମାରି ଫେରାର ଥିବାର ସନ୍ଦେହ କରାଯାଉଛି ,ପ୍ରଫୁଲଙ୍କର ଘର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିକୁଦା ଗାଁରେ ସେ ତାଙ୍କ ଭଉଣୀ ଘର ବାରଗଡିଆ ରେ ଦୀର୍ଘ ଦିନ ହେବ ରହୁଥିବା ଜଣା ପଡିଛି, ପୋଲିସ ମୃତ ଦେହ ଜବତ କରି ବ୍ୟବେଚ୍ଛେଦ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।

Leave A Reply