Odisha news

ଆସିଲା ଅଲିଭ୍ ରିଡ୍‌ଲେଙ୍କ ମିଳନ ଋତୁ : ମେ ୩୧ ପର୍ଯ୍ୟନ୍ତ ନୋ ଫିସିଂ ଜୋନ , ନମାନିଲେ କାର୍ଯ୍ୟନୁଷ୍ଠାନ । 

0
ଛତ୍ରପୁର,୧ ।୧୧ : ବିରଳ ଅଲିଭ୍ ରିଡ୍‌ଲେଙ୍କ ମିଳନ ରୁତୁ ଆରମ୍ଭ ହେବ । ଏହି ନୁଆଁ ଅତିଥିଙ୍କ ସୁରକ୍ଷା ପାଇଁ ଅଂଟା ଭିଡିଛି ରାଜ୍ୟ ସରକାର ଏବଂ ଜିଲାପ୍ରଶାସନ । ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜ୍ଜଜନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣ ଏକ ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏନେଇ ଆଜିଠାରୁ ମେ ୩୧ ପର୍ଯ୍ୟନ୍ତ  ଏହି ୭ମାସ ତଥା ୨୧୩ ଦିନ ଗଞ୍ଜମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀବିମାନଙ୍କୁ ମାଛ ମାରିବା ବାରଣ କରାଯାଇଛି । ଏହାକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଥାଏ । ଏହି ସମୟରେ ଅଲିଭ ରିଡେଲ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଧିଷ୍ଟ ମାଛଧରା ନିଷିଦ୍ଧାଚଂଳ ଘୋଷଣା ହୋଇଥାଏ ।
ଏହି ନିଦ୍ଧିଷ୍ଟ ଅଚଂଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟତ ଉପରେ ରୋକ ଲଗାଯାଇଛି । ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସୁବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଚେତନତା, ନୋଟିସ,ଗ୍ରାମସଭା ଆଦି କରାଯାଇଥାଏ । ପ୍ରୟାଗି ଠାରୁ ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳ ୨୦ କିଲୋମିଟର ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ବିରଳ ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ସମେତ ସାମୁଦ୍ରିକ ମତ୍ସ୍ୟ ବିଭାଗ, ବନ ବିଭାଗ, ମେରାଇନ ପୁଲିସ ଓ ତଟରକ୍ଷା ବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଯେଉଁମାନେ ବେନିୟମ ଭାବେ ମାଛ ଧରିବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଏହି ୭ମାସ ସମୟରେ ମତ୍ସଜୀବିମାନେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଉ ନଥିବାରୁ ସେମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିଥାଏ ।
ତେଣୁ ରାଜ୍ୟ ସରକାର ସେମାନଙ୍କ କ୍ଷତି ବାବଦରେ ପରିବାର ପିଛା ପୂର୍ବରୁ ୭ହଜାର ୫ଶହ ଟଙ୍କାର ସହୟତା ପ୍ରଦାନ କରୁଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୧୫ ହଜାର ଟଙ୍କାର ସହୟତା ରାଶି ମିଳିଥାଏ । ୨୦୨୨-୨୩ ବର୍ଷରେ ୩୬୩୮ ମତ୍ସଜୀବିମାନଙ୍କ ବ୍ୟାଙ୍କ ଖାତାରେ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଛି ବୋଲି ସହାକରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ବିଶ୍ୱଭୁଷଣ ଜେନା ସୂଚନା ଦେଇଛନ୍ତି । ଯେଉଁମାନଙ୍କ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ପଞ୍ଜିକରଣ କରିଥିବେ ସେମାନଙ୍କ ପରିବାରକୁ ଏହି ସହାୟତା ରଶି ମିଳିଥାଏ । ପ୍ରୟାଗି ର ଅଚଂଳର ୬୫, କଳରାବାଡି ୬୨, ପୋଡମପେଟା ୬୭୦, ,ପୁରୁଣାବନ୍ଧ ୨୯୬, ବଡ ନୋଳିଆ ନୁଆଗାଁ ୫୫୦, ସାନ ନୋଳିଆ ନୁଆଗାଁ ୮୯୮, ବଡ ଆର୍ଯ୍ୟପଲ୍ଲୀ ୩୨୦ ,ସାନ ଆର୍ଯ୍ୟପଲ୍ଲୀ ୫୧୨ ଜଣକୁ ଏହି ସହାୟତା ରାଶି ମିଳିଛି । ସୂଦର ଦେଶରୁ ଏହି ଅଲିଭ୍ ରିଡ୍‌ଲେଙ୍କ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାନକୁ ଆଗମନ ହୋଇଥାଏ । ଜିଲାରେ ୫୨ କିମି ସମୁଦ୍ର ବେଳାଭୁମି ରହିଥିବା ବେଳେ ବଟେଶ୍ୱର ଠାରୁ ପୁରୁଣାବନ୍ଧ ଏହି ୫ କିମି ମଧ୍ୟରେ ଅଲିଭ୍ ରିଡ୍‌ଲେଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରତେକ ସମୁଦ୍ର ନିକଟରେ ଥିବା ଗ୍ରାମଗୁଡିକୁ ସଚେତନାତ କରାଯିବା ସହ ପାଟ୍ରୋଲିଂକୁ କଡାକଡି କରାଯାଇଥାଏ । ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ଏହି ଅଲିଭ ରିଡେଲଙ୍କ ସୁରକ୍ଷା ପାଇଁ କ୍ୟାମ୍ପ ଉକ୍ତ ସମୁଦ୍ର ନିକଟରେ ଖୋଲାଯାଇଥାଏ ।
ଏହି ରେଞ୍ଜ ର ରେଞ୍ଜର ମାନେ ନିୟମିତଅନୁଧ୍ୟାନ କରିବେ । ଏହି ସମୟରେ ସମୁଦ୍ରରେ ପାଟ୍ରୋଲିଂ ପାଇଁ ସ୍କାର୍ଡ ଗଠନ ହୋଇଛି । ଏହି ସ୍କାର୍ଡରେ ପୁଲିସ,ବନ ବିଭାଗ ଓ ମତ୍ସ୍ୟବିଭାଗ ରହିବେ । ଅଲିଭ୍ ରିଡ୍‌ଲେଙ୍କ ଆଗମନ ପୂର୍ବରୁ ପ୍ରୟାଗୀ ଠାରୁ ପାତିସୋନପୁର ପ୍ରର୍ଯ୍ୟନ୍ତ ବେଳାଭୂମିକୁ ସଫେଇ କରାଯାଇଛି । ମିଳନ ପରେ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ ପ୍ରକ୍ରିୟା ହୋଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିଥାଏ । ଅଣ୍ଡାଦାନ ପରଠାରୁ ୩୦ ରୁ ୪୫ ଦିନ ପରେ ଛୁଆ ବାହାରିଥାଏ । ଗୋଟିଏ ଅଲିଭ ରିଡେଲ ଏକା ଥରକେ ୧୫୦ ରୁ ଉର୍ଦ୍ଧ୍ୱ ଅଣ୍ଡାଦେଇଥାଏ । ଏହି ୭ ମାସରେ ମତ୍ସ୍ୟଜୀବିମାନେ ସେମାନଙ୍କ ଜୀବିବା ହରାଇବା ସହ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
Leave A Reply