Odisha news

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବିଜେପି ପକ୍ଷରୁ ପଦଯାତ୍ରା

0

ବାରିପଦା  : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ବାରିପଦା ଠାରେ ବିଜେପି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାରିପଦା ବିଜେପିର ନଗର ସଭାପତି ନିରଞ୍ଜନ ଦାସଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ପଦଯାତ୍ରାରେ ବାରିପଦା ସହରର ବୁଦ୍ଧିଜିବୀ ଓ ବିଜେପି ନେତୃମଣ୍ଡଳୀ, ଜନସାଧାରଣ ଉପସ୍ଥିତ ଥିଲେ । ଭାରତର ପୂର୍ବବତ ଉପ ପ୍ରଧାନମନ୍ତ୍ରୀ ଲହୌ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ଆଜି ସାରା ଭାରତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଅଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଆହ୍ୱାନରେ ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଆଜି ଦେଶ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହେଉଅଛି । ଏହି ପଦଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ଉପସଭାପତି କବିବିଷ୍ଣୁ ଶତପଥୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଦେବବ୍ରତ ସାମଲ, ଶୋଭାବତୀ ଓତା, ପାୟଲ ରାୟ, ହେମଲତା ଦାସ, ସଶ୍ମିତା ବେହେରା, ଯଶୋଦା ରାଣୀ ଦାସ, ଦେବାନନ୍ଦ ମୁର୍ମୁ ଓ ଜଗଦୀଶ ବିନ୍ଧାଣୀ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Govt
Leave A Reply