ବାରିପଦା : ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନିଦେ୍ର୍ଦଶ କ୍ରମେ ମଙ୍ଗଳବାର ବାରିପଦା ରେଡକ୍ରସ ଭବନ ଠାରେ ସ୍ୱର୍ଗତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ ଜିଲ୍ଲା ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୌହ ମାନବୀଙ୍କ ନିଷ୍ଠା, ତ୍ୟାଗ ଓ ବଳିଦାନ ବିଷୟରେ ସ୍ମୃତିଚାରଣ କରାଯାଇଥିଲା । ଦେଶ ପାଇଁ ତାଙ୍କର ବଳିଦାନକୁ ଭାରତବାସୀ ଯୁଗେ ଯୁଗେ ମନେ ରଖିବେ ଏ ଥିରେ ସନେ୍ଦହ ନାହିଁ । ଏହି ଦିବସକୁ ସ୍ମରଣୀୟ ରଖିବା ପାଇଁ ୨୫ଜଣରୁ ଉର୍ଦ୍ଧ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ରାଜ୍ୟ ଉପସଭାପତି ସରସ୍ୱତୀ ହେମ୍ବ୍ରମ, ରାଜ୍ୟ ସମ୍ପାଦକ ଚୈତନ୍ୟ ହାଁସଦା, ପ୍ରବକ୍ତା ଯୋଗେଶ ଅଗ୍ରୱାଲ, ଉପ ସଭାପତି ଅରବିନ୍ଦ ଦାସ, ଆଇନ ସେଲ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥ, ନଗର ମହିଳା ସଭାନେତ୍ରୀ ରଶ୍ମିତା ମିଶ୍ର , ଇନୁମତି ନାୟକ, ୱାହିଦା ଅହମ୍ମଦ, ଇତିଶ୍ରୀ ମିଶ୍ର, ସୁଭସ୍ମିତା ଦାସ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ଏଲଡିଏମ, ମୁଖ୍ୟ ଶିବାନନ୍ଦ ଦାସ, ଯୁବନେତା ବିକାଶ ମହାଭୋଇ, କୁର୍ମୀ ମହାନ୍ତ ସଭାପତି ଅଧ୍ୟାପକ ଗୋପବନ୍ଧୁ, ପ୍ରମୋଦ ହେମ୍ବ୍ରମ, ସ୍ୱାଗନ୍ ଦାସ, ସୁନନ୍ଦା ସାହୁ ଓ ବିଜୟଲକ୍ଷ୍ମୀ ମାଝି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।