ବୁଗୁଡ଼ା : ତା ୩୦/୧୦/୨୩ : ଧର୍ମ ମାସ କାର୍ତ୍ତିକର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ଚଳ ଚଞ୍ଚଳ ହୋଇ ଉଠିଛି । ଆଜି ପ୍ରାତଃକାଳରରୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଶ୍ରଦ୍ଧାଳୁ ଭକ୍ତଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା । ବୁଦ୍ଧଖୋଲ ପାଦଦେଶରେ ଧାଡିକି ଧାଡି ଦୋକାନରେ ବିଭିନ୍ନ ପସରା ପଡିଥିବା ବେଳେ ଅନେକ ସ୍ଥାନରେ ଭୋଜି ଭାତର ଆସର ଜମିଥିଲା । ଏଥିରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟଗଣ ଏବଂ ସ୍ବେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପୋଲିସ ବାହିନୀ ଲୋକଙ୍କ ଭିଡ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ ଥିଲେ ।