Odisha news

ଦୁର୍ଦ୍ଧସ ବୀର ଜୟୀ ରାଜଗୁରୁ ‌ଆମର ସ୍ବାଭିମାନ

0

ଡେଲାଙ୍ଗ – ସ୍ବାର୍ଥପରତା ଓ ବିଶ୍ଵାସଘାତକତା ଆମ ସମାଜ ପ୍ରଗତିର ଏକ ବିରାଟ ପ୍ରତିବନ୍ଧକ ଓ ସାମାଜିକ କଳଙ୍କ । ସମାଜରେ ଶାନ୍ତି ସମୃଦ୍ଧି ପାଇଁ ଏ କୁତ୍ସିତ ବ୍ୟାଧିର ମୂଳୋତ୍ପାଟନର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ରେଙ୍ଗଳ ସାହିତ୍ୟ ସଂସଦ ଓ ଶ୍ୟାମସୁନ୍ଦର ପାଠାଗାରର ମିଳିତ ସହଯୋଗରେ ଡେଲାଙ୍ଗ ଷ୍ଟେସନ୍ ସନ୍ନିକଟ ଡପୁରସ୍ଥ ବାଲିକପିଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ସାରସ୍ବତ ସାଧକ ସତ୍ୟରଞ୍ଜନ ମିଶ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ “୧୮୦୪ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ”ଓ କଵି ଅଜୟ କୁମାର ସେଠୀଙ୍କ “ନିର୍ବାଣ ପଥେ” ପୁସ୍ତକ ଦ୍ବୟର ଉନ୍ମୋଚନ,ସମୀକ୍ଷା ଓ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ,ବାଗ୍ମୀ ଡଃ ପାରେଶ୍ବର ସାହୁ, ସମ୍ମାନିତ ଅତିଥି ଓ ବକ୍ତା ଭାବେ ଅଧ୍ୟାପିକା ସ୍ବର୍ଣ୍ଣଲତା ମାହାରୀ, ସଙ୍ଗୀତଜ୍ଞ ଡଃ ଅଜୟ କୁମାର ବିଶ୍ବାଳ, ସାହିତ୍ୟିକ ଡଃ ବାପି ସାହୁ, ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସଭାର ସଭାପତି ଯୋଗୀନାଥ ବଳିୟାର ସିଂହ ,ଶିକ୍ଷାବିତ୍ ସତ୍ୟବାନ୍ ଶ୍ରୀଚନ୍, ଜମ୍ବେଶ୍ଵର ମଙ୍ଗରାଜ, ସମାଜସେବୀ କାଶୀନାଥ ମହାପାତ୍ର, ପ୍ରବଚକ ଦିଲ୍ଲୀପ ଶ୍ରୀଚନ୍ଦନ, ତ୍ରିଲୋଚନ ମହାପାତ୍ର ଭଳି ସମାଜ ଚିନ୍ତକ ଓ ପାଇକ ଦଳବେହେରାଙ୍କ ଦାୟାଦମାନେ ଏଥିରେ ଯୋଗଦେଇ ଆଜିର ସମାଜକୁ ଉଦ୍ ବୋଧିତ କରିଛନ୍ତି।ଜୟୀ ରାଜଗୁରୁ ବିଶ୍ବାସଘାତକତା ହେତୁ ବ୍ରିଟିଶଦ୍ବାରା ଧରାପଡ଼ି ଦେଶପାଇଁ ପ୍ରାଣ ବଳି ଦେଇଥିଲେ ମଧ୍ୟ କଦାପି ଅନ୍ୟାୟ ଆଗରେ ମୁଣ୍ଡ ନ ନୁଆଇଁ ବିଶ୍ଵ ଦରବାରେ ଓଡ଼ିଆ ଜାତିର ସ୍ବାଭିମାନର ସ୍ପଷ୍ଟ ପରିଚୟ ଦେଇଛନ୍ତି।ଇତିହାସ ଓ ସାହିତ୍ୟକୁ ଆମ ଯୁବପିଢି ସଠିକ୍ ଅନୁଧ୍ୟାନ କରିବା ଉଚିତ୍ ବୋଲି ସମସ୍ତେ କହିଥିଲେ।ଏହି ସଭାରେ ଅଜୟ କୁମାର ମାନ୍ଧାତା ସଭାପତିତ୍ବ କରିଥିଲେ । ଆମନ୍ତ୍ରିତ ଅତିଥି ଓ ବକ୍ତା ଭାବେ ବୁଦ୍ଧିଜୀବି ଯୁଧିଷ୍ଠିର ବେହେରା,ନିମାଇଁ ଚରଣ ଖଣ୍ଡାୟତ ରାୟ, କେଦାରେଶ୍ୱର ଜଗଦେବ,ପ୍ରଭାସ ମହାରଣା,ଅଜୟ ପାତ୍ର, ରଘୁନାଥ ମହାପାତ୍ର,ଭଜମନ ଦଳବେହେରା, ପ୍ରସନ୍ନ ଷଡଙ୍ଗୀ, ରାଜକିଶୋର ପରିଡା, ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ଜୟୀ ରାଜଗୁରୁଙ୍କ ଅପୂର୍ବ ଦେଶପ୍ରୀତି ଓ ଆମ ସାହିତ୍ୟ ଆମ ପାଇଁ ଅମୃତ ବୋଲି କହିଥିଲେ । ଶ୍ରୀଯୁକ୍ତ ମିଶ୍ର ,ତାଙ୍କ ପୁସ୍ତକରେ ଜୟୀ ରାଜଗୁରୁଙ୍କ ସହ ଗଡ଼ଜାତ ଅଞ୍ଚଳବାସୀଙ୍କ ସଂପୃକ୍ତି, ରାଜଗୁରୁଙ୍କ ସଂଗ୍ରାମର ପ୍ରଚ୍ଛଦପଟ କାହାଣୀ ଓ ଶ୍ରୀଯୁକ୍ତ ସେଠୀ ତାଙ୍କ ପୁସ୍ତକରେ ମାନବଶାନ୍ତି ପ୍ରତିଫଳିତ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଡଃ ସାହୁଙ୍କ ସହ ଡଃ ବିଶ୍ବାଳ,ଅଧ୍ୟାପିକା ଶ୍ରୀମତୀ ମାହାରୀ,ପୁସ୍ତକ ଦ୍ବୟର ସମୀକ୍ଷା ପୂର୍ବକ ଲେଖକଙ୍କୁ ପ୍ରଶଂସା କରି ଆମ ଗରିମାମୟ ଇତିହାସ ଓ ସାହିତ୍ୟକୁ ସମସ୍ତେ ମନେ ପକାଇବା ଉଚିତ୍ ବୋଲି କହିଥିଲେ ।ସୁଦକ୍ଷ ଉପସ୍ଥାପକ କବି ଆଶିଷ କୁମାର ସ୍ବାଇଁ ଓ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ମାଧୁର୍ଯ୍ୟ ପୁର୍ଣ୍ଣ ଢାଞ୍ଚାରେ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସମାଜସେବୀ କୈଳାସ ପ୍ରଧାନ ବିରାଟ ବଳିୟାର ସିଂହ,ସତ୍ୟରଞ୍ଜନ ମିଶ୍ରଙ୍କ ମିଳିତ ସଂଯୋଜନାରେ କାର୍ଯ୍ୟକ୍ରମଟି ସୁନ୍ଦର ହୋଇଥିଲା ।ସଫଳ ପରିଚାଳନାରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଦଳାଇ, ଜିତେନ୍ଦ୍ର ପ୍ରଧାନ,କୈଳାସ ପ୍ରଧାନ ,ନିରଞ୍ଜନ ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ। ମୁଖ୍ୟ ପୁରୋଧା ଶ୍ରୀଯୁକ୍ତ ମିଶ୍ ଅତିଥି ମାନଙ୍କୁ ସମ୍ମାନିତ କରି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ବଧେଇ ଜଣାଇଥିଲେ।ସଭାରେ ଶ୍ରୀଯୁକ୍ତ ମିଶ୍ରଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା । ସମାବେଶରେ ଏକ ଭିନ୍ନ ମାନବପ୍ରେମର ଦୃଶ୍ୟ ଦେଖିବାକୁ ମିଳିଥିଲା।

Nalco
Leave A Reply