ମହାକାଳପଡ଼ା : ୩0/୧0ସ୍ୱଳ୍ପ ବୃଷ୍ଟି ନେଇ ବିଳମ୍ବିତ ପ୍ରହର ରେ ହେଉ ପଛେ ଖରିଫ ଧାନ ଚାଷ କରି ଚାଷୀ ଅମଳ ନେଇ ଆଶା ବାନ୍ଧିଥିଲେ l ମାତ୍ର ଗର୍ଭଣା ସଂକ୍ରାନ୍ତି ର ବହୁ ପୂର୍ବରୁ ବର୍ଷା ଛାଡିଯିବା ଓ ପରବର୍ତ୍ତୀ ସମୟରେ ଓଡିଶା ରୁ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପରେ ମରୁଡି ନେଇ ଚାଷୀ ଆଶା ଓ ଆଶଙ୍କାରେ l ଧୋୟା, ନିଧୋୟl ଜଳ ସେଚିତ ଓ ଅଣଜଳ ସେଚିତ ସମସ୍ତ ଅଂଚଳର ଧାନ ଚାଷୀ ମରୁଡି ନେଇ ଚିନ୍ତାରେ l ଚଳିତ ଖରିଫ ଋତୁରେ ବିଳମ୍ବିତ ପ୍ରହରରେ ନିଅଣ୍ଟିଆ ବର୍ଷା ନେଇ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ର ୩୧ ପଂଚାୟତ ମଧ୍ୟରୁ ଅଧିକାଂଶ ଚାଷ ଜମି ରେ ଧାନ ଚାଷ କରିବା ସମ୍ଭବ ହୋଇନି l ଆଉ କିଛି ଅଂଚଳର ଜମି କେନାଲ ଜଳ ସେଚିତ ହୋଇଥିବାରୁ ଚାଷୀ ବହୁଅଶାରେ ଧାର କରଜ କରି ଚାଷ କରିଥିଲେ l ଖର୍ଚ୍ଚାନ୍ତ ହୋଇ ଚାଷ କରିଥିଲେବି ଶୀତ ର ପହିଲି ପରସ ରେ ନଦୀ ର ସାମୁଦ୍ରିକ ଜୁଆର ମନ୍ଦିତ ହୋଇଛି l ନଦୀକୁଳିଆ ଧାନ ଜମି କୁ ଜୁଆର ପାଣି ମାଡୁନୀ l ସେପଟେ ମୌସୁମୀ ବାୟୁ ର ପ୍ରତିକୂଳ ପାଗ ନେଇ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି l ଚାଷୀ ଶେଷ ଆଶାଭରସା ରଖିଥିବା ମହାକାଳପଡ଼ା ଅଞ୍ଚଳ ର ପ୍ରମୁଖ ଜଳସେଚନ ଉତ୍ସ ଜମ୍ବୁ-ମାର୍ଶାଘାଈ କେନାଲ ରେ ବହୁ ଦିନ ହେବ ପାଣି ନଆସିବାରୁ ଶୁଖିଲା ପଡିଛି l କେନାଲ ରେ ପାଣି ଆସିଥିଲେ କେନାଲ ଜଳସେଚିତ ଆଇକଟ ଚାଷ ଜମି ଗୁଡିକ ଜଳସେଚିତ ହେବା ସହିତ ଅଣଜଳସେଚିତ ଜମିକୁ ପମ୍ପ ଯୋଗେ ଲୋକେ ପାଣି ମଡ଼ାଇବା ସମ୍ଭବ ହୋଇଥାନ୍ତା l କିନ୍ତୁ ଦୁଃଖର କଥା କେନାଲ ଉପର ମୁଣ୍ଡର ଚାଷୀମାନେ ବେଆଇନ ଭାବେ ସଟର ପକାଇ ଆସୁଥିବା ପାଣି କୁ ନିଜ ନିଜ ଅଞ୍ଚଳ ର ଧାନ ଜମିକୁ ପାଣି ମଡାଉଥିବା କଥା ବିଭାଗୀୟ ଅଧିକାରୀ କହନ୍ତି l ଯାହା ଫଳରେ କେନାଲ ଜଳସେଚନ ର ଜମ୍ବୁ ସେକ୍ସନ ଅଞ୍ଚଳ କୁ ପାଣି ଆସୁନି l ସେକ୍ସନ ଅଧୀନ ୧୯, ୨0, ୨୧, ୨୨ ଓ ୨୩ ନଂ ବ୍ରାଞ୍ଚ ରେ ଥିବା ଜଳ ଯୋଗାଣ ପଥ ର ସ୍ତର ର ବହୁତଳେ ଯାଇ କେନାଲ ରେ ପାଣି ଅଛି l ଉପର ମୁଣ୍ଡ ଚାଷୀଙ୍କ ର ଆବଶ୍ୟକ ମୁତାବକ ପାଣି ମଡ଼ା ସରିବା ପରେ ତଳ ଅଞ୍ଚଳ କୁ ପାଣି ଆସିଲା ଧାନ ଜମି ଫାଟି ଆଁ କରିଥିବ ବୋଲି ଚାଷୀ ତଳିଆ ଅଂଚଳର ଚାଷୀ କୁହନ୍ତି l ମରୁଡି ସମୟରେ ବିକାଶ ଧାରା ରେ ଅଗ୍ରସର ରାଜ୍ୟ ସରକାର ଚାଷୀ ଙ୍କ କଥା ଭୁଲି ଯିବା ବିଶେଷ କ୍ଷୋଭ ର ବିଷୟ ପାଲଟିଛି l ଯଦି ବିଭାଗୀୟ କର୍ତ୍ତୃପକ୍ଷ ଖରିଫ ଧାନ ଜମି କୁ ଜଳ ସେଚନ ନିମନ୍ତେ ତ୍ୱରିତ ପଦକ୍ଷେପ ନ ନିଅନ୍ତି ତେବେ ଋଣୀ ଚାଷୀ ଅମଳ ଆଶା ଛାଡି ପରିବାର ପ୍ରତିପୋଷଣ ଓ ଋଣ ଭାର ନେଇ ଚିନ୍ତିତ ରହିବେ ବୋଲି ଅନୁମେୟ ହେଉଛି
