ବାରଙ୍ଗ : ହୋଟେଲ ଭିତରୁ ଯୁବକଙ୍କ ରକ୍ତାକ୍ତ ମୃତ ଦେହକୁ ଉଦ୍ଧାର କରିଛି ନନ୍ଦନକାନନ ଥାନା ପୋଲିସ୍ । ମୃତ ଯୁବକ ଜଣକ ହେଉଛନ୍ତି ବାଙ୍କୀ ଅଞ୍ଚଳର ସୁଶାନ୍ତ ସାହୁ। ସନ୍ଧେହ ଜଣକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଞ୍ଚଲରେ ଚର୍ଚ୍ଚା ଜୋର୍ ଧରିଛି।
ମିଳିଥିବା ସୂଚନା ଅନୁଯାୟୀ, ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ବବୁଲ ଓ ବିଶାଲ ହୋଟେଲରେ ଦୀର୍ଘ ୧୦ ବର୍ଷ ଧରି କାର୍ଯ୍ୟ କରୁଥିଲେ ବାଙ୍କୀ ଅଞ୍ଚଳ ଆନନ୍ଦପୁର ଗ୍ରାମର ସୁଶାନ୍ତ ସାହୁ। ସୁଶାନ୍ତ ମିଲାପି ଓ ଭଲ ପିଲା ଥିବା ବେଳେ ସେ କେମିତି ମଲା ସେନେଇ କେହି ସହଜରେ ବିଶ୍ୱାସ କରି ପାରୁନାହାନ୍ତି। ସୋମବାର ଦିନ ସୁଶାନ୍ତ ଘରକୁ ଯିବା ପାଇଁ ଥିବା ବେଳେ ସକାଳୁ ସକାଳୁ ତାର ମୃତ ଦେହ ମିଳିବା ଏକ ପ୍ରକାର କଳ୍ପ କଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଧେହ ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ଜଣେ ଯୁବକ ଏହି ହୋଟେଲ କାମ କରୁଥିବା ବେଳେ ତାର ମଧ୍ୟ ମୃତ ଦେହ ଏକ ବୁଦା ମୂଳରୁ ମିଳିଥିଲା। ପୁଣି ଆଜି ଏହି ଯୁବକର ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ହୋଟେଲ ମାଲିକ ସରପଞ୍ଚଙ୍କ ସ୍ବାମୀ ହୋଇଥିବା ବେଳେ ହତ୍ୟାକାଣ୍ଡକୁ ଅନ୍ୟ ରୂପ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ତେବେ ଯୁବକଙ୍କ ମୁହଁରୁ ରକ୍ତ ବାହରିଥିବା ବେଳେ ସେ କେମିତି ମଲା। ନା ତାକୁ ହତ୍ୟା କରିଛି ସେନେଇ ସ୍ପଷ୍ଟ ସୂଚନା ଏଯାବତ ମିଳିପାରିନାହିଁ। ସେ ଆଜି ଘରକୁ ଯିବାକୁ ଥିବା ବେଳେ ମାଲିକକୁ ଟଙ୍କା ମାଗିବାରୁ ଏମିତି କାଣ୍ଡ ହୋଇଛି କି ? ପୋଲିସ ଏହାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ଚାପିବାକୁ ଉଦ୍ୟମ କରୁନାହଁ ତ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏନେଇ ତାଙ୍କୁ ମାରି ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସାନ ଭାଇ ରମାକାନ୍ତ ସାହୁ ଏବଂ ସମ୍ପର୍କୀୟ ମାନେ । ତାଙ୍କ ମୁଣ୍ଡ ର ପଛରେ ଗଭୀର ଭାବେ ଆଘାତ ଲାଗିଥିବା ବେଳେ ରକ୍ତ ବୋହିବା ଚି଼ହ୍ନ ଦେଖିବାକୁ ମିଳିଛି । ମୁହଁ ସାରା ରକ୍ତ ବୋହିବା ସହ ଦେହ ସାରା ମାଡ଼ ଚି଼ହ୍ନ ରହିଛି ।ତେବେ ସମ୍ପର୍କୀୟ ମାନଙ୍କଦ୍ୱାରା ଲିଖିତ ଅଭିଯୋଗକୁ ନ ରଖି ସେମାନ ଙ୍କୁ ପ୍ରଥମେ ପୋଷ୍ଟ ମୋର୍ଟମ କରି ଦେବା ପରେ ଏଫ୍ ଆଇ ଆର ଦବେ ବୋଲି ଧମକ ଦେଇଛନ୍ତି ନନ୍ଦନକାନନ ଥାନା ପୋଲିସ ବୋଲି ମୃତ ଙ୍କ ଭାଇ ଅଭିଯୋଗ କରିଛନ୍ତି । ତାସହିତ ହୋଟେଲ ମାଲିକ ବାବୁଲି ମାଝୀ ହେଉଛନ୍ତି ରଘୁନାଥପୁର ସରପଞ୍ଚ ଖୁଲଣା ମାଝୀଙ୍କ ସ୍ୱାମୀ ସେ ଘଟଣା କୁ ଚାପି ଦେବା ପାଇଁ ଉଦ୍ୟମ ଚାଲିଛି ବୋଲି ସମ୍ପର୍କୀୟ ମାନେ ଆଶା ଆଶଙ୍କା ରେ ରହିଛନ୍ତି । ସେପେଟେ ହୋଟେଲ ମାଲିକ ବାବୁଲି ମାଝୀ ଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଘଟଣାର ପୋଲିସ ବିଭାଗର ଜଣେ ଉଚ୍ଚ ଅଧିକାରୀ ତଦନ୍ତ କରନ୍ତୁ ବୋଲି ପରିବାର ଲୋକ ଦାବି କରିଛନ୍ତି।