Odisha news

ଭିନ୍ନକ୍ଷମ ପରିବାରର ଅସୁମାରୀ ଦୁଖ : ରୋଗିଣା ବାପାଙ୍କ ମୃତ୍ୟୁ ଜାଣିପାରିଲେନି ପୁଅଝିଅ ଓ ସ୍ତ୍ରୀ,୫ଦିନ ଶବ ଘରେ ପଡିରହିବାପରେ ସତ୍କାରକଲା ପୋଲିସ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଜେନାପୁର ଥାନା ଅଞ୍ଚଳରେ ଏକ ଦୁଖ ଓ ଅଭାବନୀୟ ଘଟଣା କ୍ରମରେ ଏକ ଭିନ୍ନକ୍ଷମ ପରିବାରର ମୁଖ୍ୟଙ୍କ ରୋଗ ସଜ୍ୟାରେ ମୃତ୍ୟୁ ଘଟିଥିଲା ବେଳେ ଏହାକୁ ୫ ଦିନଧରି କେହି ଜାଣି ନପରି ଜୀବିତଭାବି ଶବକୁ ଖାଦ୍ୟ ପରଷିବା ଘଟଣା ଆଲୋଡନ ସୃଷ୍ଟି କରିଛି! ଶେଷରେ ଏହି।ହୃଦୟ ବିଦାରକ ଘଟଣା ସମ୍ପର୍କରେ ଖବରପାଇ ଜେନାପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତଦେହକୁ ଉଦ୍ଧାର କରିବାସହ ତାହାକୁ ବ୍ୟବଛେଦ ପରେ ନିଜେ ସତ୍କାର କରିଥିବା ଜଣାପଡ଼ିଛି! ଏହି ଭିନ୍ନକ୍ଷମ ଓ ଗରିବ ପରିବାରର ଏପରି ଦୁର୍ଦ୍ଦଶା ସାଧାରଣ ମାନବୀୟ ମୁଲ୍ୟବୋଧକୁ ଦୋହଲାଇ ଦେଇଛି! ଏହି ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଜେନାପୁର ପଞ୍ଚାୟତର ଦଳିତସାହିରେ! ଉକ୍ତ ସାହିର ଅଜୟ ମଳିକ ଦୀର୍ଘ ଦିନହେବ ମାନଶୀକ ଭାବେ ଅକ୍ଷମ ହୋଇ ସଜ୍ୟାସାୟୀ ଥିଲେ! ତାଙ୍କର ସ୍ତ୍ରୀ ଅନୁ ମଳିକ , ପୁଅ ଓ ଝିଅ ମାନଶିକ ଓ ଶାରୀରିକ ଭାବେ ମଧ୍ୟ ଅକ୍ଷମ ! ପୁଅ ମୁକ ବଧିର ହୋଇଥିବାରୁ ବାଳାଶ୍ରମରେ ରହୁଥିଲେ! ଦୀର୍ଘ ଦିନହେବ ଏହି ଭିନ୍ନକ୍ଷମ ପରିବାରର ଏକମାତ୍ର ରୋଜଗାର କ୍ଷମ ଘରର ମୁରବୀ ଅଜୟ ସଜ୍ୟାସାୟୀ ହୋଇପଡିବା ଯୋଗୁଁ ପରିବାରର ଅବସ୍ତା ଅତିବ ସଙ୍କଟାପନ୍ନ ହୋଇପଡିଥିଲା! ଏହି ଭିନ୍ନକ୍ଷମ ପରିବାରର ସଦସ୍ୟମାନଙ୍କ  ପକ୍ଷେ ବାସ୍ତବ ଚଳଣି ଓ ସାମାଜିକ ସ୍ଥିତି ସମ୍ପର୍କରେ ବୁଝିବା ମଧ୍ୟ କଷ୍ଟସାଧ୍ୟ ଥିଲା! ଏପରି ସ୍ଥିତିରେ ସଜ୍ୟାସାୟୀ ଥିବା ଅଜୟଙ୍କର ଗତ ୫ଦିନ ତଳେ ମୃତ୍ୟୁ ହୋଇଯାଇଥିଲା! ହେଲେ ଏହି ଭିନ୍ନକ୍ଷମ ପରିବାର ତାଙ୍କ ଘରର ମୁଳବୀଙ୍କ ମୃତ୍ୟୁ ହୋଇଥିବା ଜାଣିପାରି ନଥିଲେ! ଏପରିକି ପ୍ରତିଦିନ ମୃତ ଅଜୟଙ୍କୁ ଜୀବିତଥିବା ଭାବି ଖାଦ୍ୟ ମଧ୍ୟ ପରସୁଥିଲେ! ହେଲେ ଅଜୟଙ୍କ ମୃତଦେହ ପଚିସଢି ସେଥିରୁ ଦୁର୍ଗନ୍ଧ ବାହାରିବାରୁ ସେ ସମ୍ପର୍କରେ ପଡୋଶୀମାନେ ଜାଣିପାରି ପୋଲିସକୁ ଖବର ଦେଇଥିଲେ! ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଜୟଙ୍କ ଗଳିତ ଶବକୁ ରବିବାର ଉଦ୍ଧାର କରିବାସହ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହାର ବ୍ୟବଛେଦ କରାଇଥିଲେ! ପରେ ଅଜୟଙ୍କ ଭିନ୍ନକ୍ଷମ ପରିବାରର ଦାରୁଣ ଦୁସ୍ଥିତିକୁ ଦେଖି ଜେନାପୁର ଥାନା ଅଧିକାରୀ ସୁଭେନ୍ଦୁକୁମାର ସାହୁଙ୍କ ନିର୍ଦ୍ଦେଶରେ ପୋଲିସ କର୍ମଚାରୀ ମାନେ ନିଜେ ସୋମବାର ଦିନ ଗାଁ ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିବା ଜଣାପଡ଼ିଛି! ପୋଲିସର ଏହି ମାନବୀୟ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି! ହେଲେ ଘରର ମୁଖ୍ୟଙ୍କ ମୃତ୍ୟୁ ପରେ ଏବେ ଏହି ଭିନ୍ନକ୍ଷମ ପରିବାର ଅନାଥ ହୋଇପଡିଛନ୍ତି! ଯେଉଁମାନେ ପରିବାର ମୁଖ୍ୟଙ୍କ ମୃତ୍ୟୁକୁ ଜାଣି ନପାରି ତାଙ୍କୁ ଜୀବିତଭାବି ଖାଦ୍ୟ ପରଷୁଥିଲେ ସେମାନେ ଏବେ କିପରି ଚଳିବେ ଓ ଜୀବନ ବଞ୍ଚାଇବେ ତାହା ସାଧାରଣରେ ହଜାରେ ପ୍ରଶ୍ନ ସୃଷ୍ଟି କରିଛି! ଏହି ଅସହାୟ ପରିବାରକୁ ବଞ୍ଚିରହିବା ପାଇଁ ସରକାର ଉପଯୁକ୍ତ ସହାୟତା ଯୋଗାଇ ଦେବା ପାଇଁ ଦାବି କରିବା ସହ ବଦାନ୍ୟ ବ୍ୟକ୍ତିବିଶେଷ, ବିଭିନ୍ନ ଗଣ ସଙ୍ଗଠନ ଓ ସାମାଜିକ ସଙ୍ଗଠନ ନିକଟରେ ଗ୍ରାମବାସୀ  ଅପିଲ କରିଛନ୍ତି! ଅଜୟଙ୍କ ମୃତ୍ୟୁ ପରେ ଏହି ଭିନ୍ନକ୍ଷମ ପରିବାରର ହୃଦୟ ବିଦାରଖ ଦୁଖ କାହାଣି ପ୍ରଚାର ହେବାପରେ ସମଗ୍ର ଅଞ୍ଚଳରେ ମାନବୀୟ ଭାବାବେଗକୁ ଦୋହଲାଇ ଦେଇଛି!
Leave A Reply