Odisha news

ଗର୍ଭବତୀ ଝିଅକୁ ପିଟି ମାରି ଦେଲା ନୃଶଂସ ବାପା

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପଥରଖନି ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ଝିଅକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ ସାକର ଟୁଡୁ । ତାଙ୍କ ବାପା ଜିତୁ ଟୁଡୁଙ୍କୁ କପ୍ତିପଦା ପୁଲିସ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ପଥରଖଣି ଗ୍ରାମର ଜିତୁ ଟୁଡୁଙ୍କ ଝିଅ ସାକର ଟୁଡୁ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୩ ବର୍ଷର ଝିଅଟିଏ ରହିଛି । ହେଲେ ସାକରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃତୁ୍ୟ ହୋଇଯାଇଛି । ସ୍ୱାମୀଙ୍କ ମୃତୁ୍ୟ ପରେ ସାକର ଆସି ନିଜ ବାପଘରେ ରହୁଥିଲେ । ଶୁକ୍ରବାର ଦିନ ସାକର ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ । ଏନେଇ ସେ ସାକରଙ୍କୁ ପଚାରିଥିଲେ ଏବଂ ଉତକ୍ଷିପ୍ତ ହୋଇ ଗର୍ଭବତୀ ସାକର ପେଟକୁ ଗୋଇଠା ମାରିଥିଲେ । ତତ୍ସହିତ ବାଡ଼ିରେ ବାଡ଼େଇଥିଲେ, ଯେଉଁଥିରେ ସାକର ଗୁରୁତର ହୋଇଥିଲେ । ଝିଅର ଚରିତ୍ରକୁ ସନେ୍ଦହ କରି ବାପା ଏହି ନାରକୀୟ କାଣ୍ଡ ଭିଆଇଥିବା ବେଳେ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା । ହେଲେ ଏନେଇ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଅଭିଯୁକ୍ତ ବାପା ଜିତୁ ଟୁଡୁଙ୍କୁ ଗିରଫ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛନ୍ତି । ସ୍ୱାମୀ ନଥାଇ ଭଉଣୀ ଗର୍ଭବତୀ ହୋଇଥିବାରୁ ବାପା ପିଟି ମାରି ଦେଇଥିବା ଭାଇ ଦୁର୍ଗା ଟୁଡ଼ୁ କହିଛନ୍ତି ।

Leave A Reply