Odisha news

ବିପର୍ଯ୍ୟୟ ସମୟରେ ଯୋଗାଯୋଗକୁ ସୁଦୃଢ଼ କରିବ ଜିଓର “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା”

0

– ଜରୁରୀକାଳୀନ ସମୟରେ ଯୋଗାଯୋଗ ପାଇଁ ଡିଜିଟାଲ୍ ହାଇୱେ ଉପରେ ଭିନ୍ନ ଯୋଗାଯୋଗ ଲେନ୍ ପ୍ରସ୍ତୁତ କରିବ ଜିଓ
– ପୁସ୍‌-ଟୁ-ଟକ୍‌, ଡ୍ରୋନ୍ ନିରୀକ୍ଷଣ, ବାସ୍ତବ ସମୟ (ରିଅଲ-ଟାଇମ୍‌) ଭିଡିଓ ଷ୍ଟ୍ରିମିଂ ଭଳି ସୁବିଧା ରହିବ
– ବଡ଼ ଉଦ୍ୟୋଗ ଓ ଏନ୍‌ଡିଆର୍‌ଏଫ୍‌ର ଆବଶ୍ୟକତାକୁ ନଜରରେ ରଖି ଜରୁରୀକାଳୀନ ପ୍ରଶମନ (ରେସ୍‌ପନ୍ସ) ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି
ଭୁବନେଶ୍ୱର: ବନ୍ୟା, ଅଗ୍ନିକାଣ୍ଡ, ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ବେଳେ ଯୋଗାଯୋଗ ବ୍ୟବସ୍ଥା ବିଫଳ ହେଲେ ସରକାର ଓ ପ୍ରଶାସନକୁ କଠିନ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ ଯାହା ଫଳରେ ଜରୁରୀ ଓ ସଠିକ୍ ସମୟରେ ସହାୟତା ପ୍ରଦାନ କରିବା କଷ୍ଟକର ହୋଇପଡ଼େ । ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ-୨୦୨୩ରେ ନିଜର “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା”କୁ ପ୍ରଦର୍ଶିତ କରାଯାଇଛି ଯାହା ଜୀବନ ବଂଚାଇବାରେ ସହାୟକ ହୋଇପାରିବ ।
ଜିଓର ଟ୍ରୁ-୫ଜିରେ ଚାଲୁଥିବା ଏହି “ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା” ବିଭିନ୍ନ ସ୍ତରରେ ଯୋଗାଯୋଗକୁ ସୁଦୃଢ଼ କରିବ । ସ୍ଥାନୀୟ ଟେଲିକମ୍ ବ୍ୟବସ୍ଥା ଅଚଳ ହୋଇପଡ଼ିଲେ ଏହି ବ୍ୟବସ୍ଥାରେ ଉପଗ୍ରହ ସହ ଯୋଡ଼ି ହୋଇଥିବା ଟାୱାର ଅନ୍ ହ୍ୱିଲ୍ କାମ କରିବ ଯାହାକୁ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସ୍ଥିତିରେ ମୂତୟନ କରାଯାଇପାରିବ ।
ସହାୟତା ପ୍ରଦାନ କରୁଥିବା ଟିମ୍‌ର କମାଣ୍ଡ୍ ସେଂଟର ପାଇଁ ରିଲାଏନ୍ସ ଜିଓ ପକ୍ଷରୁ “ଏକ୍ସଆର୍ କମ୍ପାନିୟନ୍‌’ ନାମକ ଏକ ଶକ୍ତିଶାଳୀ ଆପ୍ ପ୍ରସ୍ତୁତ କରାଯାଇଛିି । ଏହି ଆପ୍ ସହାୟତା ଟିମ୍ ସହ ବାସ୍ତବ ସମୟରେ ଯୋଡ଼ିହୋଇରହିବ । ଆପ୍ ଜରିଆରେ କମାଣ୍ଡ୍ ସେଂଟରରେ କାର୍ଯ୍ୟ ବଂଟନ, ଉଭୟ ପାଶ୍ୱର୍ରୁ ଅଡିଓ ଭିଡିଓ କଲିଙ୍ଗ୍‌, ଜରୁରୀକାଳୀନ ଆମ୍ବୁଲାନ୍ସ କଲିଙ୍ଗ୍‌, ଟିମ୍‌ର ଗତିବିଧି, କାର୍ଯ୍ୟ ପ୍ରଗତି ରିପୋର୍ଟ ଉପରେ ବାସ୍ତବ ସମୟରେ ନଜର ରଖାଯାଇପାରିବ । ଏବେ ଏହି ଆପ୍‌ରେ ୨୦ଟି ଟିମ୍‌କୁ ଯୋଡ଼ିହେବ । ଆବଶ୍ୟକ ସ୍ଥଳେ ଟିମ୍ ସଂଖ୍ୟା ବଢ଼ାଇ ହେବ ।
ଦୂରଦୂରାନ୍ତ ସ୍ଥାନରେ ଥିବା ଏନ୍‌ଡିଆର୍‌ଏଫ୍ କିମ୍ବା ସହାୟତା ଅଧିକାରୀ ୫ଜି ସହ ଯୋଡ଼ି ହୋଇଥିବା ଡ୍ରୋନ୍ ଜରିଆରେ ଦୁର୍ଗମ ସ୍ଥାନରେ ହୋଇଥିବା କ୍ଷତିର ଅନୁଧ୍ୟାନ କରିପାରିବେ । ଏହା ବ୍ୟତୀତ ସହାୟତା ପ୍ରଦାନ କରୁଥିବା କର୍ମୀମାନେ ପରସ୍ପର ସହିତ ଭଏସ୍ ଆକ୍ଟିଭେଟେଡ୍ ୫ଜି ଡିଭାଇସ୍‌ର ବ୍ୟବହାର କରି କଥାବାର୍ତା ହୋଇପାରିବେ । ହେଲ୍‌ମେଟ୍‌ରେ ଲାଗି ପାରୁଥିବା ଏହି ୫ଜି ଡିଭାଇସ୍‌ରେ କ୍ୟାମେରା, ଫ୍ଲାସ୍ ଲାଇଟ୍ ଏବଂ ଲେଜର ବିମ୍ ଭଳି ସୁବିଧା ରହିଛି ଯାହା ଫଳରେ ଶୀଘ୍ର ସହାୟତା ପହଂଚାଇ ହେବ ।
ବିପର୍ଯ୍ୟୟ ସମୟରେ ଜିଓ ପକ୍ଷରୁ ଡିଜିଟାଲ୍ କମ୍ୟୁନିକେସନ ହାଇୱେରେ ନେଟ୍‌ୱର୍କ ସ୍ଲାଇସିଂ ଜରିଆରେ ଏକ ଉତ୍ସର୍ଗୀକୃତ ଓ ଅତ୍ୟଧିକ ସୁରକ୍ଷିତ ଯୋଗାଯୋଗ ଲେନ୍ ତିଆରି କରାଯିବ ଯାହା ଦ୍ୱାରା ବିନା କୌଣସି ପ୍ରତିବନ୍ଧକରେ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଟେଲିକମ୍ ଆବଶ୍ୟକତା ପୂରଣ କରାଯାଇପାରିବ । ପୁସ୍ ଟୁ ଟକ୍‌, ଡ୍ରୋନ୍ ନିରୀକ୍ଷଣ, ବାସ୍ତବ ସମୟ ଭିଡିଓ ଷ୍ଟ୍ରିମିଂ, ହାଇ-ବ୍ୟାଣ୍ଡ୍‌ୱିଡ୍‌ଥ ଆପ୍ଲିକେସନ ଭଳି ସୁବିଧା ଉତମ ସମନ୍ୱୟ ଓ ନିଷ୍ପତି ଗହଣ କରିବାରେ ସହାୟକ ହେବ ।
ବିପର୍ଯ୍ୟୟ ସମୟରେ ନିୟୋଜିତ ହେଉଥିବା ଏନ୍‌ଡିଆର୍‌ଏଫ୍‌କୁ ନିରବଚ୍ଛିନ୍ନ ହାଇ ସ୍ପିଡ୍ ସଂଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଜରୁରୀକାଳୀନ ବ୍ୟବସ୍ଥାର ବିକାଶ କରାଯାଇଛି । ବଡ଼ ଉଦ୍ୟୋଗରେ ହେଉଥିବା ଦୁର୍ଘଟଣାରେ ମଧ୍ୟ ଏହି ବ୍ୟବସ୍ଥାକୁ ବ୍ୟବହାର କରାଯାଇପାରିବ । ଏସ୍‌ଇଏସ୍ ସହିତ ସହଯୋଗିତାରେ ଜିଓ ପକ୍ଷରୁ ଏହି ଜରୁରୀକାଳୀନ ପ୍ରଶମନ ଯୋଗାଯୋଗ ବ୍ୟବସ୍ଥା ବିକାଶ କରାଯାଇଛିି । ଅତ୍ୟନ୍ତ ଭୟଙ୍କର ବିପର୍ଯ୍ୟୟ ସମୟରେ ମଧ୍ୟ ଜିଓର ଏହି ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟ କରିପାରିବ । jio

Leave A Reply