Odisha news

ବର୍ତମାନର ବଡ ଖବର ତାମିଲନାଡୁର ଚେନ୍ନାଇସ୍ଥିତ ରାଜଭବନ ବାହାରେ ପେଟ୍ରୋଲ ବୋମା ମାଡ଼ , ପୋଲିସ ଯୁବକକୁ ଗିରଫ କରି ତଦନ୍ତ ଜାରି ରଖିଛି

0

ତାମିଲନାଡୁର ଚେନ୍ନାଇସ୍ଥିତ ରାଜଭବନ ବାହାରେ ବୁଧବାର ପେଟ୍ରୋଲ ବୋମା ମାଡ଼ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଏନେଇ ଗୁଇଣ୍ଡି ଥାନାରେ ଅଭିଯୋଗ ହୋଇଛି। ଗିରଫ ବ୍ୟକ୍ତିଙ୍କ ନାମ କାରୁକ୍କା ବିନୋଦ। ତେବେ ଏହି ଆକ୍ରମଣରେ ରାଜଭବନର କୌଣସି କ୍ଷୟକ୍ଷତି ହୋଇନାହିଁ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ମାସ ତଳେ ତାମିଲନାଡୁ ବିଧାନସଭାରେ ପାରିତ ହୋଇଥିବା ନିଟ୍ ବିରୋଧୀ ବିଲରେ ଦସ୍ତଖତ କରିନଥିବାରୁ ବିନୋଦ ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବିଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲା।  ରାଜଭବନର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ  ସେ ପେଟ୍ରୋଲ ବୋମା ବାହାର କରି ସେଥିରେ ନିଆଁ ଲଗାଇ ପ୍ରବେଶ ଦ୍ୱାର ଉପରକୁ ଫିଙ୍ଗି ଦେଇଥିଲା। ଏହାପରେ ସେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ସମୟ ପିଛା କରିବା ପରେ ପୁଲିସ ତାକୁ ଧରିଥିଲା

ଅନ୍ୟପକ୍ଷରେ ବିଜେପି ତାମିଲନାଡୁ ସଭାପତି କେ. ଆନ୍ନାମଲାଇ କହିଛନ୍ତି ଯେ ଏହି ଘଟଣା ରାଜ୍ୟର ପ୍ରକୃତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରତିଫଳିତ କରୁଛି।

ପୁଲିସ କହିଛି ଯେ, ବିନୋଦ ପୂର୍ବରୁ ତେନାମପେଟ ଥାନା, କାମରାଜର ଆରାଙ୍ଗମ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ମୁଖ୍ୟାଳୟ ବାହାରେ ପେଟ୍ରୋଲ ବୋମା ଫିଙ୍ଗିଥିଲା । ପେଟ୍ରୋଲ ବୋମା ଫିଙ୍ଗିବା ପଛର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Nalco
Leave A Reply