Odisha news

କଲେଜ ପଢୁଆ ଝିଅ ପ୍ରେମିକ ସହିତ ଫେରାର

0
ଢ଼େଙ୍କିକୋଟ ତା ୨୧.୧୦.୨୩ : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରlୟଣ କଲେଜ ରେ +୨ ଦ୍ବିତୀୟ ବର୍ଷର କଳା ରେ ପଡ଼ୁଥିବା ନାବାଳିକା ଝିଅ ରୁବି ( ଛଦ୍ମନାମି ) ପ୍ରେମିକ ସହିତ ଫେରାର ହୋଇଯାଇଛି l ତେବେ ଘଟଣାରୁ ପ୍ରକାଶ ଯେ ରୁବି ପିପିଳିଆ ର  ରାନୀ ମେସ ରେ ରହି ପାଠ ପଢୁଥିଲେ l ଗତ ୧୮ ତାରିଖ ସେ ଘରକୁ ଯାଉଛି କହି ପ୍ରେମିକ ସହିତ ଫେରାର ହୋଇଯାଇଛି l ପ୍ରେମିକ ର ଘର ତେଲକୋଇ ଥାନା ଉରିଆ ଗ୍ରାମରେ l ଝିଅଟି ର ଘର ବାରିଆ  ଥାନା ଅନ୍ତର୍ଗତ ଉଖୁଣ୍ଡା ଗ୍ରାମରେ l ତେବେ ପ୍ରେମିକ ର ପିୟୁସି ଘର ପଂଡାପଡ଼ା ଥାନା ଅନ୍ତର୍ଗତ ଉକଚାବେଡ଼ା ଗ୍ରାମରେ l ପ୍ରେମିକ ଜଣକଂ ପିୟୁସି ଘରକୁଆସି ପ୍ରେମିକା କୁ ଫୋନ୍ ରେ ଡାକିଥିଲା l ସେଠାରୁ ଦୁହେଁ କୁଆଡେ ଫେରାର ହୋଇଯାଇ ଛନ୍ତି l ଏ ସଂକ୍ରାନ୍ତରେ ଝିଅର ବାପା ଗଣେଶ୍ୱର ମହାନ୍ତ ଢ଼େଙ୍କିକୋଟ ଫାଣ୍ଡି ରେ ଲିଖିତ ଆକାରରେ ଜଣାଇଛନ୍ତି l ଫାଣ୍ଡିର ଏ. ଏସ. ଆଇ. ସୁରଥ କୁମାର ଦେହୁରି ତଦନ୍ତ ଚାଲୁରଖିଛନ୍ତି  l
Leave A Reply