Odisha news

ଗାୟତ୍ରୀ ପରିବାର ର ବ୍ଲକ କମିଟି ପୁର୍ନଗଠନ

0
ନୂଆପଡ଼ା – ୨/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ପରିବାରର ବ୍ଲକ ସ୍ତରୀୟ କମିଟି ପୁର୍ନଗଠିତ ହୋଇଛି । ଏନେଇ ସିନାପାଲି ଶକ୍ତିପୀଠ ଠାରେ ଅନୁଷ୍ଠିତ କମିଟି ଗଠନ କାର୍ଯ୍ଯକ୍ରମରେ ନୂଆପଡ଼ା ଜିଲ୍ଲା ସଂଯୋଜକ ଜୟରାମ ଶବର, ଜିଲ୍ଲା ଯୁବା ପ୍ରଭାରୀ ବ୍ଯାସନାରାୟଣ ଅହିର, ଜିଲ୍ଲା ସଂସ୍କୃତି ଜ୍ଞାନ ପ୍ରଭାରୀ ପୂର୍ଣ୍ଣଚଂଦ୍ର ମେହେର, ଜିଲ୍ଲା ସଦସ୍ଯ ସୋମେଶ ଦେବାଙ୍ଗନ, ଶୈଲେସ୍ ଅଗ୍ରୱାଲ, ବରିଷ୍ଠ କାର୍ଯ୍ଯକର୍ତ୍ତା ପରମେଶ୍ୱର ଯୋଷୀ ପ୍ରମୁଖ ଯୋଗଦେଇ ପୁର୍ନଗଠନ ପ୍ରକ୍ରିୟାକୁ ପରିଚାଲନା କରିଥିଲେ । ନୂତନ କମିଟିରେ ସଂଯୋଜକ ଭାବରେ ଜଗବନ୍ଧୁ ମେହେର, ସହ ସଂଯୋଜକ ଗୋକୁଳାନନ୍ଦ ମେହେର, ସଂଗଠନ ପ୍ରଭାରୀ କ୍ଷେତ୍ରମୋହନ ବନ୍ଦିଛୋର, ସାଧନା ପ୍ରଭାରୀ ଖୁସିରାମ ମେହେର, କାର୍ଯ୍ଯାଳୟ ପ୍ରଭାରୀ ହରେକୃଷ୍ଣ ମେହେର, ରଚନାତ୍ମକ ପ୍ରଭାରୀ ଭବାନୀ କଟା, ପାଣ୍ଠି ପ୍ରଭାରୀ ଲିଙ୍ଗରାଜ ନାଏକ, ଭାରତୀୟ ସଂସ୍କୃତି ପ୍ରଭାରୀ ନିତ୍ଯାନନ୍ଦ କଟା ଓ ପୂର୍ଣ୍ଣଚଂଦ୍ର ମେହେର, ନାରୀ ଜାଗରଣ ପ୍ରଭାରୀ ନମୀତା ମେହେର ଓ ଲିପସା ମେହେର, ଯୁବା ପ୍ରଭାରୀ ନୌକାନ୍ତ ମେହେର ଓ ରମେଶ ମେହେର, ସପ୍ତକ୍ରାନ୍ତି ପ୍ରଭାରୀ ଅଭିରାମ ମେହେର ଓ ଘେନୁରାମ ମେହେର, ସୂଚନା ପ୍ରଭାରୀ ତ୍ରିନାଥ ମେହେର ଓ କେଶବ ମେହେର ଏବଂ କାର୍ଯାଳୟ ପ୍ରଭାରୀ ଭାବରେ ଦିନେଶ ମେହେରଙ୍କୁ ମନୋନୀତ କରାଯାଇଛି । ପ୍ରାରମ୍ଭରେ ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ହିରାଲାଲ ଅଗ୍ରୱାଲ, ମୁନେଶ ଅଗ୍ରୱାଲ, ସାନୁର୍ଯ୍ଯ ମେହେର, ଗୀତା ମେହେର, ସୀତାରାମ ସା, ଖିତିଚଂଦ୍ର ଖରସେଲ, ଭୁବନେଶ୍ୱର ପଟେଲ, ରମେଶ ମେହେର, ଅଙ୍କିତା, ଡେଜି, ରୋଜି, ପିଙ୍କି, ଲକ୍ଷ୍ନଣ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ ନିକଟରେ ହେବାକୁ ଥିବା ଶ୍ରାଦ୍ଧ ତର୍ପଣ, ନବରାତ୍ର ବିଧି, ନଅ କୁଣ୍ତୀୟ ଯଜ୍ଞାନୁଷ୍ଠାନ ବିଷୟରେ ଆଲୋଚନା କରାଯାଇଥିଲା ।
Leave A Reply