Odisha news

ନାଲ୍‌କୋର ୪୨ ବାର୍ଷିକତମ ସାଧାରଣ ବୈଠକ ଆୟୋଜିତ

0

 ଆର୍ଥିକ ବର୍ଷ ୨୦୨୨ -୨୩ ନିମନ୍ତେ ୯୧୮.୩୨ କୋଟି ଟଙ୍କା ଡିଭିଡେଣ୍ଡ ଅନୁମୋଦିତ ଯାହାକି ଚଳିତ ଆର୍ଥିକ ବର୍ଷ ନିଟ ଲାଭାଂଶର ୫୯.୪୮ପ୍ରତିଶତ
 ବର୍ଷ ୨୦୨୨ -୨୩ରେ ସର୍ବକାଳିନରେକର୍ଡଆଲୁମିନିୟମ ଧାତୁ ବିକ୍ରୟ
 ଉତ୍କଳ-ଡି କୋଇଲା ଖଣି କାର୍ୟ୍ୟକ୍ଷମ, ଉତ୍କଳ-ଇ କୋଇଲା ଖଣି ଏବଂ ପଟାଙ୍ଗି ବକ୍ସାଇଟ ଖଣି ଶୀଘ୍ରକାର୍ୟ୍ୟକ୍ଷମହେବା ନେଇ ସୂଚନା
 ଲୋକ ଉଦ୍ୟମ ବିଭାଗ,ଭାରତ ସରକାରଙ୍କ ଠାରୁ‘ଏମ.ଓ.ୟୁ ନିମନ୍ତେ ଏକ୍ସେଲେଣ୍ଟ ରେଟିଙ୍ଗ

ଭୁବନେଶ୍ଵର, ତା.୨୧.୯.୨୦୨୩ ରିଖ:ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ କମ୍ପାନୀ ନାଲ୍‌କୋର୪୨ତମବାର୍ଷିକ ସାଧାରଣବୈଠକଆଜି ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି।କମ୍ପାନୀର ଅଂଶଧନଧାରୀମାନେ ଆର୍ଥିକ ବର୍ଷ ୨୦୨୨ -୨୩ ନିମନ୍ତେ ୧୪,୧୪୧ କୋଟି ଟଙ୍କାର ବିକ୍ରୟ କାରବାର ସହ ୧,୫୪୪ କୋଟିର ଲାଭାଂଶ ଏବଂ ୪,୨୧୭ କୋଟି ଟଙ୍କାର ରପ୍ତାନି କାରବାର ସମ୍ବନ୍ଧୀୟ ବାର୍ଷିକ ହିସାବ ଅନୁମୋଦନ କରିଛନ୍ତି।ଏଥିସହ ଇକ୍ୱିଟି ଶେୟାର ପିଛା ଟ.୧ /- ହିସାବରେ ୨୦% ଚୁଡ଼ାନ୍ତ ଲାଭାଂଶକୁ ମଧ୍ୟ ଅନୁମୋଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୨ – ୨୩ ରେ କମ୍ପାନୀ ସମୁଦାୟ ୯୧୮.୩୨ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି।


ଆର୍ଥିକ ବର୍ଷ ୨୦୨୨ – ୨୩ ରେ ନାଲ୍‌କୋ ସର୍ବକାଳିନ ରେକର୍ଡ ବକ୍ସାଇଟ ଉତ୍ତୋଳନ କରିବା ସହ ୨୧.୩ ଲକ୍ଷ ଟନ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରିଛି ଯାହା ଉତ୍ପାଦନ କ୍ଷମତା ବିନିଯୋଗର ୧୦୧.୧% ଅଟେ। ସେହିପରି ନାଲ୍‌କୋ ସର୍ବମୋଟ ୪.୬୪ ଲକ୍ଷ ଟନର ଧାତୁ ବିକ୍ରୟ ସହ ଘରୋଇ ବଜାର ରେ ସର୍ବକାଳିନ ରେକର୍ଡ ଧାତୁ ବିକ୍ରି କରିପାରିଛି। କାରଖାନାର ଯନ୍ତ୍ରାଂଶ ଗୁଡ଼ିକସଠିକ ରକ୍ଷଣା ବେକ୍ଷଣ ଯୋଗୁଁ ଚାରି ଦଶନ୍ଧିରୁ ଅଧିକ ହୋଇଥିଲେ ମଧ୍ୟ ପୂର୍ଣ୍ଣ କ୍ଷମତାର ଉର୍ଦ୍ଧ୍ଵରେ କାର୍ୟ୍ୟ କରିବା ସହ ଆଶାନ୍ଵିତ ଉତ୍ପାଦନ ହାସଲ କରିପାରିଛି।
ଏହି ଅବସରରେ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ଅଂଶଧନଧାରୀ ମାନଙ୍କୁ ସମ୍ବୋଧିତ କରି ସେମାନଙ୍କ ନିରନ୍ତର ବିଶ୍ଵାସ ଓ ନାଲ୍‌କୋ ସମୁଦାୟର ସହଯୋଗ ବଳରେ କମ୍ପାନୀ ଉଭୟ ଉତ୍ପାଦନ ଓ ବ୍ୟବସାୟିକ ସଫଳତା ହାସଲ କରିପାରିଛି ବୋଲି କହିଛନ୍ତି।ଶ୍ରୀ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି, ବିଶ୍ଵ ବଜାରରେ ଯୋଗାଣ-ଚାହିଦା ଅସ୍ଥିରତା ଏବଂ ବ୍ୟବସାୟିକ ମାନ୍ଦା ଅବସ୍ଥା ଯୋଗୁଁ ନାଲ୍‌କୋର ଲାଭ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ଏ ସମସ୍ତ ଅସୁବିଧା ସତ୍ତ୍ୱେ ଆର୍ଥିକ ବର୍ଷ ୨୦୨୨-୨୩ରେ କମ୍ପାନୀ ଆଶାନ୍ଵିତ ସଫଳତା ହାସଲ କରିପାରିଛି।

ଆଲୁମିନିୟମ ମୂଲ୍ୟ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ପାଇଁ ଏହାର ସୁଚିନ୍ତିତ ରଣନୀତି ସହିତ ଆମ ଦେଶରପ୍ରଗତିରେ ଭାଗୀଦାର ହେବା କ୍ଷେତ୍ରରେ ନାଲ୍‌କୋ ସର୍ବଦା ଆଗରେ ରହି ଆସିଛି। ସର୍ବନିମ୍ନ ଉତ୍ପାଦନ ଖର୍ଚ୍ଚରେ ବକ୍ସାଇଟ ଓ ଆଲୁମିନା ଉତ୍ପାଦକ ହେବାର ବିଶ୍ଵ ମୁକୁଟ ନାଲ୍‌କୋ ପାଖରେ ରହିଛି।ବର୍ତ୍ତମାନ ସମୟରେ କମ୍ପାନୀ ଏହାର ୫ମଷ୍ଟ୍ରିମ୍ରିଫାଇନାରୀ ପ୍ରକଳ୍ପର ତ୍ଵରିତ ସମାପ୍ତି ଏବଂ ପୋଟାଙ୍ଗି ବକ୍ସାଇଟ୍ମାଇନ୍ସର ବିକାଶ ଏବଂ ଓଡ଼ିଶାରେ କମ୍ପାନୀର ଅବଶିଷ୍ଟ ଆବଣ୍ଟିତ କୋଇଲା ବ୍ଲକକୁ କାର୍ୟ୍ୟକ୍ଷମ କରିବା ଉପରେ ଗୁରୁତ୍ତ୍ଵ ଦେଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।ନାଲ୍‌କୋ କର୍ମଚାରୀ ମାନଙ୍କ ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା କମ୍ପାନୀକୁ ଅସାଧାରଣ କାର୍ୟ୍ୟ ଦକ୍ଷତା ହାସଲ କରିବାରେ ସାହାଯ୍ୟ କରିଥିଲା। “ଆମେଏକ ଦୀର୍ଘ ସ୍ଥାୟୀ ବ୍ୟବସାୟ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଦେଶର ସାମଗ୍ରିକ ପ୍ରଗତି ତଥା ସମାଜର ଅଭିବୃଦ୍ଧିରେ ସହାୟକ ହେବା ସହ କମ୍ପାନୀର ହିତାଧିକାରୀ ମାନଙ୍କୁ ଦୀର୍ଘ ମିଆଦି ମୂଲ୍ୟ ପ୍ରଦାନ କରିବ ବୋଲି ଶ୍ରୀପାତ୍ର, ସିଏମଡି, ନାଲକୋ ନିଜର ବକ୍ତବ୍ୟରେ କହିଛନ୍ତି।

 

 

Nalco
Leave A Reply