ଛତ୍ରପୁର, ୧୯/୯ : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସୁବିଧା ନିମନ୍ତେ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଗାନ୍ଧୀଛକ ଠାରେ ପବିତ୍ର ଶ୍ରୀ ଗଣେଶ ପୂଜା ଅବସରରେ ଓଁ କାରେଶ୍ୱର ନାମକ ଏକ ମେଡିସିନ ଦୋକାନ ଉଦଘାଟିତ ହୋଇଯାଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅତିଥୀ ଭାବେ ଯୋଗଦେଇ ରିବନ କାଟି ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେ. ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଯୁବନେତା ଏନ.ଦୀନବନ୍ଧୁ , ବଡଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ଡବ୍ଲ୍ୟୁ ରାମେୟା, ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ଏମ.କାମରାଜୁ, ସମ୍ପାଦକ ଏନ.ଗୋପାଳ , ବିଜେଡି ନେତା ବି.ଭୀମସେନ , ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁଚରଣ ବେହେରା ଓ ଓଁ କାରେଶ୍ୱର ମେଡିସନ ଦୋକନ ମାଲିକ ନାନୀ ଗୋପାଳ ବିଶ୍ୱାଳଙ୍କ ସମେତ ଗ୍ରାମ ପଞ୍ଚାୟତ ର ବହୁ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।