କାକଟପୁର 13/9 ରାଜ୍ୟର ବିଜେଡି ସରକାର ଙ୍କ ଦୁର୍ନୀତି ପ୍ରତିବାଦରେ କାକଟପୁର ନିର୍ବାଚନ ମଣ୍ଡଳୀ ର ଗୋପ କୋଣାର୍କ ଅସ୍ତରଙ୍ଗ କାକଟପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ଆଗରେ ବିଜେପି ରଣ ହୁଙ୍କାର ଚାଲିଥିବା ବେଳେ କାକଟପୁର, ଓଥକା, ସୁହାଣପୁର, ଜଳେଶ୍ୱରପଡ଼ା କୁଣ୍ଢେଇ ପଞ୍ଚାୟତ ଆଗରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କୁ ନେଇ ଗଣ ଧାରଣା ଦିଆଯାଇଥିଲା l (18) ଦଫା ଦାବି ସମ୍ବଳିତ ଦାବିପତ୍ରରେ ବ୍ଲକ କାର୍ଯାଳୟ କୁ ପିସି ମୁକ୍ତ କରିବା, ଦଳୀୟ ଭିତିରେ ରାସନ କାର୍ଡ ବଣ୍ଟନ, ମଧୁବାବୁ ଭତ୍ତା ଯୋଜନା, ପାଇଖାନା ନିର୍ମାଣ, ଆବାସ ଯୋଜନା ରେ ଦୁର୍ନୀତି,କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା, ପ୍ରାଚୀ ନଦୀର ଖନନ ପ୍ରଦୂଷଣ ମୁକ୍ତ,ଚାଷୀ ମାନଙ୍କୁ ଦିଆଯାଉଥିବା କୃଷି ରୁଣ ର ପରିମାଣ ବୃଦ୍ଧି କରିବା, ଭୁବନେଶ୍ୱର ରୁ କାକଟପୁର କୁ ମୋବସ ଚଳାଇବାକୁ ଦାବି ଏହିପରି ବିଭିନ୍ନ ଦାବି ନେଇ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଅଧିକାରୀ ଙ୍କୁ ଦିଆଯାଇଥିଲା l ଏହି ଧାରଣାରେ ବିଜେପି ପୁରୀ ଜିଲ୍ଲା ଉପସଭାପତି ରତିକାନ୍ତ ବେହେରା (ଟୁଟୁଭାଇ) ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ,ଗୋପୀନାଥ ଗଜପତି ଭୂୟାଁ ନିର୍ବାଚନ ମଣ୍ଡଳୀ ବିସ୍ତାରକ, ନୟାହାଟ ମଣ୍ଡଳ ସଭାପତିଦିନକୃଷ୍ଣ ମହାନ୍ତି , ଗାଲେଖ ପ୍ରଧାନ ନୂଆଗଡ଼ ମଣ୍ଡଳ ସଭାପତି ମଣ୍ଡଳ ମହିଳାମୋର୍ଚା ସଭାନେତ୍ରୀ ବାସନ୍ତୀ ନାୟକ,କାକଟପୁର ମଣ୍ଡଳ ସଭାପତି ଉପେନ୍ଦ୍ର ସୁବୁଦ୍ଧି, ମଣ୍ଡଳ ସାଧାରଣ ସମ୍ପାଦକ ସମ୍ପଦ ବିଶ୍ୱାଳ,କାକଟପୁର ପଞ୍ଚାୟତ ସଭାପତି କୈଳାଶ କାପ, ଓଥକା ପଞ୍ଚାୟତ ସଭାପତି ରବି ବେହେରା, ସୁହାଣ ପୁର ପଞ୍ଚାୟତ ସଭାପତି ବୀରେନ୍ଦ୍ର ମହାନ୍ତି ପ୍ରମୁଖ ଶତାଧିକ କର୍ମୀ ଓ ନେତୃମଣ୍ଡଳୀ ଯୋଗଦେଇଥିଲେ I ଆସନ୍ତା ଶୁକ୍ରବାର 15 ତାରିଖରେ ବାଙ୍ଗୁରୀଗାଁ ଗ୍ରାମ ପଞ୍ଚାୟତ ଆଗରେ ଗଣ ଧାରଣା ଦିଆଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି l