ପାରାଦୀପ : ପାରାଦୀପ ସମୁଦ୍ର ରେ ଭାସୁଛି ନୀଳ ରଙ୍ଗର ତେଲିଆ ପଦାର୍ଥ ଖବର ଉପରେ ଆଜି ପାରାଦୀପ ତୈଲ ବିଶୋଧନାଗାର ପକ୍ଷ୍ୟରୁ ସ୍ପଷ୍ଟୀକରଣ ଦିଆଯାଇଛି | ଇମେଲ ଯୋଗେ ଦିଆଯାଇଥିବା ସ୍ପଷ୍ଟିକରଣ ରେ ରିଫାଇନାରୀ ରୁ ସମୁଦ୍ର ପର୍ଯ୍ୟନ୍ତ କୌଣସି ବର୍ଜ୍ୟ ତେଲ ନିଷ୍କାସନ ହୋଇ ନାହିଁ ବୋଲି ସେମାନେ ଉତ୍ତର ରଖିଛନ୍ତି | ରାଜ୍ଯ ଓ କେନ୍ଦ୍ର ପ୍ରଦୂଷଣ ବୋର୍ଡ ର ସର୍ବୋତ୍ତମ ନିୟମ ପାଳନ କରାଯାଉଥିବା ଓ ଘଟଣା ର ପୁନଃ ବିଚାର କରିବା ପାଇଁ ଅନୁରୋଧ କରାଯାଇଛି | ପାରାଦୀପ ରିଫାଇନାରୀ ଓ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବର୍ଷା ଜଳ ପୋଖରି ପାଣି ଏବଂ ସମୁଦ୍ର ପାଣି ର ନମୁନା ସଂଗ୍ରହ କରାଯାଇଥିବା ପରେ ସମସ୍ତ୍ ପାରାମିଟର ଓ ଫଳାଫଳ ନିର୍ଦ୍ଦିଷ୍ଟ ସୀମା ଭିତରେ ଭଲ ରହିଥିବା ସେମାନେ ପ୍ରକାଶ କରିଛନ୍ତି | କମ୍ପାନୀ ର ଇଏମଏସ ସାଧାରଣ ପରିଚାଳକ ଓମ ପ୍ରକାଶ ଏହି ସ୍ପଷ୍ଟୀକରଣ ଦେଇଥିବା ବେଳେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷ୍ୟରୁ ସେଭଳି କିଛି ସୂଚନା ଦିଆଯାଇନାହିଁ | କମ୍ପାନୀ ନିଜଆଡକୁ ସଫେଇ ଦେବା ଓ ଇଟିପି ଟ୍ରିଟମେଣ୍ଟ ପ୍ଲାଣ୍ଟ ଖରାପ ହେବାରୁ ଦେଢ ବର୍ଷ ହେବ ବର୍ଷା ଦେଖି ସମୁଦ୍ର ଭିତରେ ଏହି ବର୍ଜ୍ୟ ତୈଲ କୁ କମ୍ପାନୀ ଛାଡୁଥିବା ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ର ସଭାପତି ଶ୍ରୀକାନ୍ତ ପରିଡା ସିଧା ସଳଖ ଅଭିଯୋଗ କରିଛନ୍ତି | ତାଙ୍କ କହିବା କଥା ରାଜ୍ଯ ପ୍ରଦୂଷଣ ବୋର୍ଡ କିଛି ରିପୋର୍ଟ ପ୍ରଦାନ କରିନଥିବା ବେଳେ କମ୍ପାନୀ କର୍ତ୍ତୁପକ୍ଷ କିଭଳି ସଂଗ୍ରହ ହୋଇଥିବା ନମୁନା ରିପୋର୍ଟ ଭଲ ହୋଇଥିବା ଜାଣିଲେ ଓ ଗତକାଲି ରାତ୍ରି ରେ ସମୁଦ୍ର ମଧ୍ୟକୁ ଯାଇଥିବା ପାଇପ ଲାଇନ କୁ କଣ ପାଇଁ ମରାମତି କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି | ସମୁଦ୍ର ର ଜୁଆର ପାଣି ପାଖରେ ଥିବା ନଦୀ ରେ ପଶି ଆଜି ମାଛ ମଡକ ହୋଇଥିବା ଏବଂ ଆଜି ବି ନମୁନା ସଂଗ୍ରହ କରାଯାଇଥିବା ବେଳେ ସତ କଣ ତାହା ଖୁବ ଶୀଘ୍ର ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାର୍ବଜନିନ କରନ୍ତୁ ବୋଲି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି |