ସାକ୍ଷୀଗୋପାଳ ପୁରୀ ଜିଲ୍ଲା ସାତଶଂଖ ନିକଟସ୍ଥ ଛଣ ଘର ଗ୍ରାମର ବୀର ଯବାନ SI RM ଅଭିମନ୍ୟୁ ପୋଲାଇ ଦୀର୍ଘ 24 ବର୍ଷ କାଳ ଦେଶ ମାତୃକା ର ସେବା କରି ଅବସର ନେଇ କର୍ମଭୂମି ରୁ ଆଜି ନିଜର ଜନ୍ମଭୂମି କୁ ଫେରିଥିଲେ l ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ଜଣାଇ ସମ୍ମାନ ର ସହ ବହୁ ଆଡମ୍ବରରେ ଜନ୍ମଭୂମିକୁ ପାଛୋଟି ନେଇଥିଲେ l ଜଣେ ଅବସରପ୍ରାପ୍ତ ବୀର ଯବାନ ଙ୍କୁ ଏପରି ସ୍ୱାଗତ ସମ୍ବର୍ଦ୍ଧନା ଅତ୍ୟନ୍ତ ନିଆରା ଏବଂ ଏହା ସମସ୍ତ ବୀର ଯବାନ ମାନଙ୍କ ନିମନ୍ତେ ଦେଶ ପ୍ରେମର ଏକ ନୂତନ ପରମ୍ପରା ଆରମ୍ଭ ହୋଇଅଛି lପୁଷ୍ପରେ ସୁସଜିତ ଏକ ଖୋଲା ଜିପ ରେ ସାତଶଂଖ ଠାରୁ ଛଣଘର ଗ୍ରାମ ପର୍ଯ୍ୟନ୍ତ ବାଇକ ରାଲି କରି ଅଂଚଳବାସୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ l
ମା କଳିଙ୍ଗଶ୍ବରୀ ଯୁବ ପରିଷଦ ତରଫରୁ ଲଷ୍ମୀଧର ଭଟ୍ଟ , କୃଷ୍ଣ ଚନ୍ଦ୍ର ଜେନା, ନିହାର ରଞ୍ଜନ ସ୍ୱାଇଁ, ନିର୍ମଳ ପରିଡା, ନରସିଂହ ପ୍ରଧାନ, ସାନ ଭାଇ ସୁବାସ ପୋଲାଇ ଓ ବିଶ୍ୱରଂଜନ ପରିଡା ପ୍ରମୁଖଙ୍କର ନେତୃତ୍ୱ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l ଏହି ଅବସରରେ ଯବାନଙ୍କ ମା ଶ୍ରୀମତୀ ସତ୍ୟଭମା ପୋଲାଇ , ସହଧାର୍ମିଣୀ ଶ ନିବେଦିତା ପୋଲାଇ , ପୁତ୍ର ଅମନ ଓ ଆଦିତ୍ୟ ଉପସ୍ଥିତ ଥିଲେ l ବୀର ଯବାନ ଶ୍ରୀଯୁକ୍ତ ପୋଲାଇ ଏହି ଅଞ୍ଚଳର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ସର୍ବେଶ୍ୱର ପୋଲାଇଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି l