Odisha news

ମୁକୁଳା ପାଣିଟାଙ୍କିରୁ ମିଳିଲା ବ୍ୟକ୍ତି ର ମୃତଦେହ ,ହତ୍ୟା ସନ୍ଧେହ

0
ବାରଙ୍ଗ : ରଘୁନାଥପୁର ଗାଁମୁଣ୍ଡରେ ଥିବାଅର୍ଦ୍ଧନିର୍ମିତ ମାର୍କେଟକମ୍ପ୍ଲସର ପଛପଟ ମୁକୁଳାପାଣିଟାଙ୍କିରେ ଭାସୁଥିବାଅବସ୍ଥାରେ ଏକ ମୃତଦେହକୁ ମଙ୍ଗଳବାର ଦିନ ନନ୍ଦନକାନନଥାନାପୋଲିସ ଉଦ୍ଧାର କରିଛି ।ମୃତକ ହେଉଛନ୍ତି କେଉଁଝର ଆନନ୍ଦପୁରର ମାର୍ଶାପାଳ ଗାଁର ପିତାମ୍ବରମୁର୍ମୁ(୫୮) ବୋଲି ଜଣାପଡିଛି ।ତେବେ ତାଙ୍କ ମୃତ୍ୟୁ କେମିତି ହେଲା ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ସେ ଏହି ମୁକୁଳା ପାଣି ଟାଙ୍କିକୁ କେମିତି ଆସିଲେ ନା କିଏ ହତ୍ୟା କରି ଫିଙ୍ଗି ଦେଇଛି ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ପୋଲିସ ।ସୂଚନା ଯୋଗ୍ୟ ଯେ , ପିତାମ୍ବର ଗାଁର ଅନ୍ୟଜଣେ ସହଯୋଗୀ ସୁନାରାମ ସୁରେନ ସହିତ କାମକରିବାକୁ ଶୁକ୍ରବାରଦିନ ଏଠାକୁ ଆସିଥିଲା ।ରଘୁନାଥପୁର ଗାଁମୁଣ୍ଡରେ ହେଉଥିବା ଏକ ଉଚ୍ଚଅଟାଳିକାରେ କାମକରିବା ସହ ଗାଁମୁଣ୍ଡରେ ଥିବା କ୍ୟାମ୍ପ ରେ ରହିଥିଲା ।ସୋମବାରରାତିରେ ପିତାମ୍ବର କ୍ୟାମ୍ପରୁ ନିଖୋଜ ହୋଇଯାଇଥିବାନେଇ  ସୁନାରାମ ତାଙ୍କ ପୁଅ ମାଧବକୁ ଖବରଦେଇଥିଲେ ।ଯାଜପୁରରେ ରହି କଲେଜରେ ପାଠପଢୁଥିବା ମାଧବ ବାପାଙ୍କ ନିଖୋଜହେବାର ଖବରପାଇ ମଙ୍ଗଳବାର ଦ୍ୱିହିପହରରେ କ୍ୟାମ୍ପରେ ପହଁଚିବାପରେ କ୍ୟାମ୍ପ ଠାରୁ ଅଳ୍ପଦୁରରେ ଥିବା ଖୋଲାପାଣିଟାଙ୍କିରେ ଏକମୃତଦେହ ଭାସୁଥିବାର ଜାଣିବାକୁ ପାଇଥିଲେ ।ସେଠାକୁଯାଇ ମୃତଦେହଟି ତାଙ୍କବାପାଙ୍କର ବୋଲି ଚିହ୍ନଟ କରିଥିଲେ ।ଖବରପାଇ ନନ୍ଦନକାନନଥାନାପୋଲିସ ଘଟଣାସ୍ଥଳରେ ପହଁଚି ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦ ପାଇଁ ପଠାଇଛି ।ଅନ୍ୟପଟେ ସୋମବାର ବିଳମ୍ଭିତରାତିରେ ପିତାମ୍ବର ରହୁଥିବା କ୍ୟାମ୍ପରେ ପ୍ରବଳ ପାଟିତୁଣ୍ଡ ହେଉଥିବାର ସ୍ଥାନୀୟଲୋକମାନେ ଜାଣିବାକୁ ପାଇଛନ୍ତି ।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବାବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପକୃତକାରଣ ଜଣାପଡିବ ବୋଲି ପୋଲିସ କହିଛି ।
Leave A Reply