ସୋର,୪/୯ : ଗତ ଜୁନ ୨୫ ତାରିଖରେ ସୋର ବ୍ଲକ ଗୁଡ଼ ପଞ୍ଚାୟତ ଗୁଡ ଗ୍ରାମରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ସୋର ପୁଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଜୁନ ୨୫ ତାରିଖ ରାତିରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇ ଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନନ୍ତର କରିଥିଲେ। ଏ ବାବଦରେ ଗୁରୁତର ଆହତ ହୋଇଥିବା ଦିବାକର ପଣ୍ଡା ଙ୍କ ପୁଅ ଦିପଙ୍କର ସୋର ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗ ମୂଳେ ପୁଲିସ ୩୬୪/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗତ ଜୁନ ୨୭ ତାରିଖରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାରେ ସଂପୃକ୍ତ ଥିବା ବିଭୁତି ଭୂଷଣ ରାଉଳ ଏବଂ ଶଶୀକାନ୍ତ ବେହେରା ଫେରାର ହୋଇଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଉଭୟଙ୍କୁ ଗିରଫ କରିଥିଲା ।ଆଜି ଅପରାହ୍ନରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ସୋର ପୁଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।
