Odisha news

ଆନ୍ଧ୍ରପ୍ରଦେଶ ରାଜ୍ୟର ଅର୍ତମ ଗାଁ ନିକଟରେ ବସ୍ ଉପରେ ହାତୀ ଆକ୍ରମଣ

0

ରାୟଗଡ଼ା – ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏ ଭଳି ଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ । ଏକ ଚଳନ୍ତା ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ ।‌ ରାୟଗଡ଼ା ଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଦ୍ରପ୍ରଦେଶ ରାଜ୍ୟ ପାର୍ବତୀପୁରମ ଯାଉଥିବା ବେଳେ ହଠାତ ଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡି ଆସିଥିଲା।‌ ଏହାପରେ ବସ୍ ଅଟକି ରହିଥିଲା। ସେହି ସମୟରେ ଦନ୍ତା ହାତୀଟି ଆକ୍ରମଣ କରିଥିଲା ବସ ଉପରକୁ । କେବଳ ସେତିକି ନୁହେଁ ହାତୀ ଉଗ୍ର ରୂପ ଧାରଣ କରି ବସର କାଚ ଭାଙ୍ଗିବା ସହ ବଳ ଲଗାଇ କିଛି ବାଟ ପଛକୁ ଠେଲି ଦେଇଥିଲା। ତେବେ ଡ୍ରାଇଭରର ପ୍ରତିତପନ୍ନ ବୁଦ୍ଧି ଯୋଗୁଁ ବସରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି। ଏହି ଦନ୍ତା ହାତୀ ସହିତ ୫ ଟି ହାତୀ ରହିଥିବା ସୂଚନା ମିଳୁଛି। ଏହି ଛୋଟିଆ ହାତୀପଲ ଦଳଟି ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ତୋଟାପେଲି ଜଳଭଣ୍ଡାର କୁଳେ ନାଗାବଳୀ ନଦୀର ଆରପଟେ ଚଳପ୍ରଚଳ କରୁଥିବାବେଳେ ଓଡ଼ିଶା ସୀମାର ଅନିଜା, ଆମ୍ପଲଓ୍ବାଲସା,କେରେଡା କୁନେରୁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି । ଆଜିର ଘଟଣା ପରେ ଓଡିଶା ଆନ୍ଧ୍ର ସୀମାରେ ଭୟର ବାତାବରଣ ଦେଖାଦେଇଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଆନ୍ଧ୍ର ଏବଂ ଓଡ଼ିଶାର ଜଙ୍ଗଲ ବିଭାଗର ଅଧିକାରୀଙ୍କ ସମେତ ହାତୀ ବିଶେଷଜ୍ଞ ଦଳ ଯାଇଥିବା ଜଣାପଡିଛି ।

 

Nalco
Leave A Reply