ଆସିକା : କେନ୍ଦ୍ର ସରକାରଙ୍କ ନୂତନ ସିଏସ୍ପି ପ୍ଲସ ପ୍ରଚଳନକୁ ବିରୋଧ କରି ଆସିକା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଅଧୀନରେ ଥିବା ଗ୍ରାହକ ସେବାମାନେ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଆସିକା ବିଡିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି |ସଂଘର ଉପଦେଷ୍ଟା ମନୋଜ କୁମାର ମୁନିଙ୍କ ନେତୃତ୍ବରେ ୧୧ଗୋଟି ଗ୍ରାହକ ସେବା କେନ୍ଦ୍ର ସଂଚାଳକ ନୂତନ ସରକାରଙ୍କ ନୂତନ ସିଏସ୍ପି ପ୍ଲସ କୁ ବିରୋଧ କରିଛନ୍ତି । ଏହି ଦାବି ପତ୍ରରେ କୋଭିଡ୍ ମହାମାରି ସମୟରେ ମଧ୍ୟ ଲୋକଙ୍କ ଆର୍ଥିକ କାରବାରରେ ସହଯୋଗ କରିଆସୁଥିବା ସିଏସ୍ପି କେନ୍ଦ୍ର ଗୁଡିକ ସରକାରଙ୍କ ବିଭିନ୍ନ ଯୋଜନାରେ ସେବା ଯୋଗାଇ ଆସୁଥିବା ଏହି ସେବା କେନ୍ଦ୍ର ଗୁଡିକ ସରକାରଙ୍କ ଏହି ନୂତନ ଯୋଜନା ଲାଗୁ ହେଲେ ସଂଚଳାକମାନେ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ବିଶେଷ କରିvସ୍କୁଲ ପଢୁଆ ପିଲାଙ୍କ ଜିରୋ ବାଲାନ୍ସରେ ଖାତା ଖୋଲିବା ଠାରୁ ଆରମ୍ଭ କରି ଜନଧନ ଯୋଜନା, ଏମ୍.ଜି.ଏନ୍.ଆର୍.ଇ.ଜି.ଏସ୍. ଯୋଜନାରେ ଆସୁଥିବା ଅର୍ଥ ଗ୍ରାହକଙ୍କୁ ସହଜେ ପ୍ରଦାନ, ମମତା ଯୋଜନା ଭଳି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଯୋଜନା, କାଳିଆ ଯୋଜନା ଆଦି ଯୋଜନାକୁ ଏହିସଂଚାଳକମାନେ ନିଷ୍ଠାର ସହ ଦାୟିତ୍ଵ ତୁଲାଇ ଥିବା ବେଳେ ସିଏସ୍ପି ପ୍ଲସ୍ ଖୋଲିବା ଏମାନଙ୍କ ପାଇଁ ଘାତକ ସୃଷ୍ଟି କରିବ ବୋଲି ଅଭିଯୋଗ ଆସିଛି । ଯେଉଁ ପଞ୍ଚାୟତରେ ପୂର୍ବରୁ ସିଏସ୍ପି ଖୋଲାଯାଇଛି ସେହି ପଞ୍ଚାୟତରେ ଏହି ଯୋଜନାକୁ ଲାଗୁ ନକରିବା ପାଇଁ ନିବେଦନ କରାଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାନ ପଣ୍ଡା, ଗିତାଞ୍ଜଳି ମହାପାତ୍ର, ମହେନ୍ଦ୍ର କୁମାର ମୁନି, ଅମିତ୍ କୁମାର ସାହୁ, ଏସ୍. ନାରାୟଣ, ଶିଶିର କୁମାର ଆଚାର୍ଯ୍ୟ, ତାରିଣୀସେନ ବିଶ୍ବାଳ,ପୁରନେନ୍ଦୁ ରେଡି, କାମେଶ୍ବର ସାହୁ ପ୍ରମୁଖ କେନ୍ଦ୍ର ସଂଚାଳକ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।