Odisha news

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଙ୍କ ଠାକୁରମୁଣ୍ଡା ଗସ୍ତ

0
ଠାକୁରମୁଣ୍ଡା ତା ୩୧/୮ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସାଳିନୀ ପଣ୍ଡିତ ଗୁରବାର ଦିନ ମୟୁରଭଞ୍ଜ ଗସ୍ତରେ ଆସି ପ୍ରଥମେ ଠାକୁରମୁଣ୍ଡା ବ୍ଲକ ରେ ପହଞ୍ଚିଥିଲେ।ଗସ୍ତ ଅବସର ରେ ପ୍ରଥମେ ସାତକୋଶିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିବା ପରେ ଠାକୁରମୁଣ୍ଡା ଠାକୁରମୁଣ୍ଡା ନିକଟ ବାଳିଆବେଡା ଗ୍ରାମରେ ନୂତନ ଭାବରେ ନିର୍ମାଣ ହୋଇଥିବା ପାନୀୟ ଜଳ ଟାଙ୍କି କୁ ଦେଖିବା ପରେ ସମ୍ମନିତ ଆଦିବାସୀ ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଠାକୁରମୁଣ୍ଡା ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ।ସେଠାରୁ ରୁଗୁଡିବେଡା ଗ୍ରାମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ସ୍ୱେଚ୍ଛାସେବୀ ସଂଗଠନ ସମ୍ବନ୍ଧ ଦ୍ୱାରା ପରିଚାଳିତ ମା ଗୃହ କୁ ଯାଇ ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲିଫ୍ଟ କାର୍ଯ୍ୟକାରୀ କରିବା,ଡାକ୍ତର ନିଯୁକ୍ତି ସହିତ ଡାକ୍ତରଖାନା ର ବିଭିନ୍ନ ଅବବ୍ୟବସ୍ଥା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ। ସଚିବ ଙ୍କ ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ଜିଲ୍ଲାପାଳ ଭିନିତ ଭରଦ୍ୱାଜ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜ୍ଞାନରଞ୍ଜନ ମହାନ୍ତି,ଡିପିଏମ ପ୍ରଭୁ ପତି,କରଞ୍ଜିଆ ପିଏ ଆଇଟିଡିଏ ଦେବଦତ୍ତ ମହାନ୍ତ,ଉପଜିଲ୍ଲାପାଳ ପ୍ରେମାନଶୁ ଚାନ୍ଦ,ଏସଡିଏମଓ ଶିବାନନ୍ଦ ମହାନ୍ତି,ଠାକୁରମୁଣ୍ଡା ବିଡ଼ିଓ ବାବୁଲ ପରେଇ, ତହସିଲଦାର ସୁଶ୍ରୀ ସୁପ୍ରିୟା, ଠାକୁରମୁଣ୍ଡା ଚିକିତ୍ସା ଅଧିକାରୀ ଚିତ୍ତରଞ୍ଜନ ନାଏକ,ବିପିଏମସତ୍ୟବ୍ରତ ଦାସ ସମେତ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଗସ୍ତ ପରେ ସଚିବ କରଞ୍ଜିଆ ଅଭିମୁଖେ ଯାଇଥିଲେ।
Leave A Reply