Odisha news

ସ୍କୁଟି ଚାଳକ ଙ୍କୁ ଚିପିଦେଲା ଟ୍ରକ

0
ଦଶପଲ୍ଲା : ଆଜି ଅପରାହ୍ନ ୫,୩୦ ମିନିଟ ସମୟ ରେ ଏକ ମାଲବାହୀ ଟ୍ରକ ତଳେ ଚିପିହୋଇ ଜଣେ ସ୍କୁଟି ଚାଳକ ଙ୍କ ମୃତ୍ୟୁ ହୋଇଛି । ମୃତକ ଙ୍କ ନାଁ ପିତାମ୍ବର ପଣ୍ଡା ଓ ତାଙ୍କ ଘର ଗଂଜାମ ଜିଲ୍ଲା ଗେରେଡା ଗ୍ରାମରେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପିତାମ୍ବର ଏକ ସ୍କୁଟି  ତାଙ୍କ ନିକଟସ୍ଥ ଗ୍ରାମ ଗଂଜାମ ତିନି ଛକିଆ ର ପ୍ରଦୀପ ସେଠି ଙ୍କ ଠାରୁ ସ୍କୁଟି ଧରି ଦଶପଲ୍ଲା ରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରକୁ ଆସୁଥିବା ବେଳେ ଦଶପଲ୍ଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମୁଖ ୫୭ ନଂ ଜାତୀୟ ରାଜପଥ ଉପରେ ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ମାଲ ବାହି ଟ୍ରକ ସଂସ୍ପର୍ଶ ରେ ଆସି ତଳେ ପଡି ଯାଇଥିଲେ ଫଳରେ ତାଙ୍କ ଉପରେ ଟ୍ରକ ମାଡିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ଉଧାର କରାଯାଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଟ୍ରକ ଓ ସ୍କୁଟି କୁ ଜବତ କରିଥିବା ବେଳେ ଡ୍ରାଇଭର କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
Leave A Reply