Odisha news

ନରେନ୍ଦ୍ରପୁର ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ବିରୋଧ : ୧୦ ଦିନ ହେଲାଣି  ବିଦ୍ୟାଳୟ ଆସୁ ନାହାନ୍ତି ଛାତ୍ରଛାତ୍ରୀ l

0
ସାକ୍ଷୀଗୋପାଳ : ଗତ ୧୬ ତାରିଖରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ଜଣେ ଶିକ୍ଷକଙ୍କୁ ଡେପୁଟେଶନରେ ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟକୁ  ପଠାଯାଇଥିଲା । ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତିକୁ  ଛାତ୍ରଛାତ୍ରୀ ମାନେ  ବିରୋଧ କରିବା ସହ ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ ୧୬ ତାରିଖରେ  ଛାତ୍ରଛାତ୍ରୀ  ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ସ୍କୁଲ ସମ୍ମୁଖରେ ପିଲାମାନେ ବର୍ଷାରେ ଛତାଧରି ଆନ୍ଦୋଳନ କରିଥିଲେ ।
ସେମାନଙ୍କ ଦାବି ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୨୬ ଜଣ ଛାତ୍ରୀଛାତ୍ର ପାଠ ପଢୁଥିବା ବେଳେ ୫ଜଣ ଶିକ୍ଷକ ରହିଥିଲେ କିନ୍ତୁ ଏହି ୫ ଜଣ ଶିକ୍ଷକ ଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅଧିକ ଥିବାରୁ ତାଙ୍କୁ ଅନ୍ୟତ୍ର  ଡେପୁଟେଶନରେ ପଠାଯାଇ ଥିବା କର୍ତ୍ତୃପକ୍ଷ କହିଥିବା ବେଳେ ସ୍କୁଲୁ ଛାତ୍ର ଛାତ୍ରୀ ସମେତ ଅଭିଭାବକ ଓ ବିଦ୍ୟାଳୟ କମିଟି ପକ୍ଷରୁ ଏହାକୁ ଗ୍ରହଣ କରା ନଯାଇ ଏଭଳି ପରିସ୍ଥିତି  ସୃଷ୍ଟି ହୋଇଛି ବୋଲି ଜଣା ପଡ଼ିଛି । ଯେ ପର୍ଯ୍ୟନ୍ତ ବଦଳି ହୋଇଥିବା ଶିକ୍ଷକ ଏ ବିଦ୍ୟାଳୟ  କୁ ଆସିନାହାନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାଳୟ  କୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ଯିବେନି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ ।  ଏହି ଘଟଣା ଘଟିବାର ୧୦ ଦିନରୁ ଉର୍ଦ୍ଧ୍ବ ହୋଇଯାଇଛି l  ଛାତ୍ରଛାତ୍ରୀ ମାନେ  ବିଦ୍ୟାଳୟକୁ  ଆସୁନଥିବାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଉପସ୍ଥାନ ଶୂନ  ରହିଅଛି । ମଧ୍ୟାହ୍ନ  ଭୋଜନ ମଧ୍ୟ ଫେରୁଛି  l ବିଦ୍ୟାଳୟର  ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ନାୟକ  ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ସହ ଫୋନ ରେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ  ହୋଇପାରି ନ ଥିଲା l  ସେ ବ୍ଲକର ଏବିଇଓ  ଏବଂସଂପୃକ୍ତ ସିଆରସି ଙ୍କୁ ଅବଗତ କରିଥିଲେ  । କିନ୍ତୁ ଦଶ ଦିନ ହେଲାଣି ବ୍ଲକ ଶିକ୍ଷା ଅଧିକାରୀ କିମ୍ବା କୌଣସି ଅଧିକାରୀ ପହଞ୍ଚି ନଥିବାରୁ   ଘଟଣାର ସମାଧାନ ହୋଇ ପାରିନାହିଁ l ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସୁ ନାହାନ୍ତି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ପ୍ରକାଶ କରିଥିଲେ ।
 ଅନ୍ୟ ପଟେ ଆନ୍ଦୋଳନ ଦିନ ବିଦ୍ୟାଳୟକୁ  ଆସିଥିବା କିଛି ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାଳୟ  ଶିକ୍ଷକ ଓ ଶିକ୍ଷୟିତ୍ରୀ  ଉପସ୍ଥାନ ନେଇଥିଲେ । କିନ୍ତୁ ଏହି ଛାତ୍ରଛାତ୍ରୀ ମାନେ  ଯେତେବେଳେ ବାହାରକୁ ଆସି ଆନ୍ଦୋଳନ ରେ ଭାଗ ନେଲେ ସେ ସମ୍ପର୍କରେ ବିଦ୍ୟାଳୟ  କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀ ଙ୍କୁ ଲିଖିତ ଜଣାଇବା କଥା ଯାହା ସଠିକ ଭାବେ କରାଯାଇନି କି ଉପଯୁକ୍ତ ସମୟରେ ଲିଖିତ ଭାବେ ନଜଣାଇ ବିଦ୍ୟାଳୟ  ର ଜୈନକ ଶିକ୍ଷକ ଏହି ଆନ୍ଦୋଳନ କୁ ପରୋକ୍ଷରେ ପ୍ରୋତ୍ସାହନ  ଦେଉଛନ୍ତି  ବୋଲି ଅଭିଯୋଗ ହେଉଛି  । ଗୋଟେ ପଟେ ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ଦିଗ କୁ ଦୃଷ୍ଟି ଦେଇ ଅନେକ ଯୋଜନା କରୁଛନ୍ତି । କିନ୍ତୁ ସତ୍ୟବାଦୀରେ  ଏହାର  ଦୁରୂପଯୋଗ କରାଯାଉଥିବା ବେଳେ କର୍ତ୍ତୃପକ୍ଷ ମାନଙ୍କର   ନିଜ ନିଜ ଭିତରେ ସଠିକ ସମନ୍ୱୟ ଅଭାଵରୁ ନିରୀହ ଛାତ୍ରଛାତ୍ରୀ ମାନଙ୍କ ର ପାଠ୍ୟଦାନ  ପ୍ରତି କୌଣସି ଦାୟିତ୍ୱ  ବୋଧ ନଥିବା ଜଣାପଡ଼ିଛି । ଶିକ୍ଷକଙ୍କ  ସ୍ୱାର୍ଥ ନିମନ୍ତେ ଛାତ୍ରଛାତ୍ରୀ  ମାନେ  ଆନ୍ଦୋଳନ କରୁଛନ୍ତି ହେଲେ ବିଦ୍ୟାଳୟର  ଉପସ୍ଥାନ ଥାଇ ବିକ୍ଷୋଭ  ସମୟରେ କିଛି ଅଘଟଣ ନିମନ୍ତେ  ଆଇନଗତ ପଦକ୍ଷେପ  କାର୍ଯ୍ୟକାରୀ କରାଯାଉ ବୋଲି  ବୋଲି କିଛି ଅଭିଭାବକ ଅଭିଯୋଗ କରିଛନ୍ତି।
ସେହିଭଳି ସତ୍ୟବାଦୀ ର ମୂଳ ଅଳସା ପଞ୍ଚାୟତ ର ପରହାଟ ଉନ୍ନୀତ  ଉଚ୍ଚ ବିଦ୍ୟାଳୟ ର ଜଣେ ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ମଧ୍ୟ କରାଯାଇଥିଲା । ସେ ବିଦ୍ୟାଳୟ  ରେ ମଧ୍ୟ ପିଲାମାନେ ବିଦ୍ୟାଳୟ  ଫାଟକ ସମୁଖ ରେ ଆନ୍ଦୋଳନ କରିଥିଲେ । କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଉଚ୍ଚ କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ କରି ଅପେକ୍ଷାରେ ଅଛନ୍ତି l ଆନ୍ଦୋଳନ କରିଥିବା କିଛି ଛାତ୍ରଛାତ୍ରୀ ଙ୍କର ବିଦ୍ୟାଳୟରେ  ଉପସ୍ଥାନ ନିଆଯାଇଥିଲେ ମଧ୍ୟ ସେମାନେ  ବିକ୍ଷୋଭ ପ୍ରଦର୍ଶନ  କରିଥିଲେ । ଏ  ସମ୍ପର୍କରେ କୌଣସି   କୌଣସି ଲିଖିତ ଅଭିଯୋଗ ହୋଇ  ନାହିଁ ବୋଲି ସତ୍ୟବାଦୀ ବ୍ଲକ ଶିକ୍ଷାଧିକାରୀ   ଭବମ ପ୍ରଧାନ  ପ୍ରକାଶ କରିଥିଲେ  ।
Leave A Reply