ଗଞ୍ଜାମ :27,8 : ଗଞ୍ଜାମ ସହର ମଧ୍ୟଖଣ୍ଡ ସାହି ସ୍ଥିତ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସତ୍ୟ ଗୀତା ପାଠଶାଳାରେ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ମୁଖ୍ୟ ବ୍ରହ୍ମ କୁମାରୀ ରାଜ ଯୋଗିନୀ ବି କେ କସ୍ତୁରୀ ଭଉଣୀ ଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିଭାବେ ଭାରତୀୟ ସି ଆର ପି ଏଫ ଯବାନ ପଙ୍କଜ କୁମାର ବିଶ୍ୱାଳ ଓ ଓଡିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା ଯୋଗଦେଇ ସମସ୍ତ ଙ୍କ ଶୁଖ ସମୃଦ୍ଧି କାମନା କରିବା ସହ ସମାଜ ରେ ଭାଇଚାରା ସୃଷ୍ଟି କରି ସମସ୍ତଙ୍କ ଶୁଖ ଦୁଃଖରେ ସାଥ ଦେବା ସହ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ସହ ସୁସ୍ଥ ମାନବ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ l
ଅନୁଷ୍ଠାନ ର ମୁଖ୍ୟ ଉଭୟ ଅତିଥିଙ୍କୁ ରାକ୍ଷୀ ବାନ୍ଧିବା ସହ ଉପସ୍ଥିତ ସମସ୍ତ ବରିଷ୍ଟ ନାଗରିକ, ବୁଦ୍ଧିଜୀବୀ,ମହିଳା, ଯୁବକ,ଯୁବତୀ ଓ ଶିଶୁ ମାନଙ୍କ ହସ୍ତରେ ରାକ୍ଷୀଟିଏ ଲେଖାଏଁ ବାନ୍ଧିଦେଇ ରକ୍ଷା ବନ୍ଧନ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନୁଷ୍ଠାନର ପରିଚାଳିକା ଯମୁନା ଭଉଣୀ, ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡି, ଟୁନା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ l ବରିଷ୍ଟ ନାଗରିକ ଯୁଧିଷ୍ଠିର ମହାପାତ୍ର, ନରସିଂହ ପଣ୍ଡା,ନୀଳକଣ୍ଠ
ପଣ୍ଡା ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l