ଅସ୍ତରଙ୍ଗ,21/8: ଚାଷୀ ହସିଲେ ହସିବ ଦେଶ, ଚାଷ ର ଉନତି ଦେଶ ର ପ୍ରଗତି, ଉଭୟ ସରକାର ଚାଷ କୁ ଦେଶ ହେଉ ଅବା ରାଜ୍ୟ ରେ ବିକଶିତ କରିବା ପାଇଁ ଆଣିଛନ୍ତି ନୂଆନୂଆ ଯୋଜନା, ଅନେକ ବୈଜ୍ଞାନିକ ଜ୍ଞାନ କୌଶଳ, ଯେଉଁ କୌଶଳ ରେ ଚାଷୀ ଟିଏ ଅଳ୍ପ ବ୍ୟୟ ରେ ତାର ଚାଷ କ୍ଷେତ କୁ ସମୃଦ୍ଧିଶାଳୀ କରିପାରିବ, ଏହି ବୈଜ୍ଞାନିକ ଜ୍ଞାନ କୌଶଳ ର ଏକ ବରଦାନ ସଦୃଶ ହେଉଛି “ନାନୋ ତରଳ ସାର “, ଯେଉଁ ତରଳ ସାର କୁ ସୋଳ୍ପ ପୁଞ୍ଜି ରେ ବେଶ ଆରାମ ରେ ଚାଷୀ ଟିଏ କିଣି ଆଉ ଅତି ସହଜ ରେ ତାର ଚାଷ କ୍ଷେତ ରେ ବ୍ୟବହାର କରିପାରିବ ଆଉ କ୍ଷେତ ଓ ଚାଷ କୁ ସମୃଦ୍ଧିଶାଳୀ କରିପାରିବ କିନ୍ତୁ ଦୁର୍ଭାଗ୍ୟ ର କଥା ଏଠି ଚାଷୀ ଭାଇ ଟିଏ ଜାଣିନି “ନାନୋ ତରଳ ସାର “କଣ ଆଉ କାହିଙ୍କି ବ୍ୟବହାର କରାଯାଏ,ବଡ଼ ଦୁର୍ଭାଗ୍ୟ ର କଥା ହଁ ଆଜ୍ଞା ଏହି ତରଳ ସାର ପ୍ରଥମେ ଜାପାନ ର କୃଷି ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଦ୍ଭାବନ ହୋଇଥିଲା, ଆଉ ଆମ ଦେଶ ର ପ୍ରଧାନମନ୍ତ୍ରୀ ଏହି ନୂତନ ଜ୍ଞାନ କୌଶଳ କୁ ଭାରତ ରେ ପ୍ରସ୍ତୁତି କରିବା ପାଇଁ ଜାପାନ ସରକାର ଙ୍କ ସହିତ ଏକ ଚୁକ୍ତି କରିଥିଲେ ଆଉ ଭାରତ ର ବହୁ ବଡ଼ ସାର ଉତ୍ପାଦନ କେନ୍ଦ୍ର “ଇଫ୍ କୋ “କୁ ହସ୍ତାନ୍ତର କରିଥିଲେ ଆଉ ଏହି ତରଳ ନାନୋ ସାର ପ୍ରଚଳନ ଆରମ୍ଭ ହୋଇଥିଲା ଭାରତ ରେ, ଏହି ସାର ୨ ଗୋଟି ଗୁଣ ଯୁକ୍ତ, ନାନୋ ୟୁରିଆ ଏବଂ ନାନୋ ଡିଏପି,500ମିଲିଲିଟର ର ୨ ଟି ତରଳ ପଦାର୍ଥ କୁ ଚାଷୀ ସ୍ପ୍ରେ ବକେଟ ରେ ଗୋଳାଇ ୧ ଏକର ଜମି ରେ ପକାଇପାରିବ ଆଉ ଏହାର ପ୍ରୟୋଗ କରାଗଲେ ଆଉ କୁଇଣ୍ଟାଲ ଓଜନ ର ଗୃମର, ୟୁରିଆ ସାର କିଣି ତାକୁ ମୁଣ୍ଡ ରେ ଲଦି ଆଉ ଚାଷ ଜମି କୁ ଯିବାକୁ ଆବଶ୍ୟକ ପଡ଼ିବନି କିନ୍ତୁ ଏହାର ପ୍ରୟୋଗ ପ୍ରଣାଳୀ କୌଣସି ଚାଷି ଉପକୂଳ ଅସ୍ତରଙ୍ଗ କାକଟପୁର ଉପକୂଳ ଅଂଚଳ ରେ ଜାଣିନାହାନ୍ତି ପ୍ରଥମେ ଆମ ଦେଶ ରୁଷିଆ, ଆରବଦେଶ, ଫିଲପାଇନ୍ସ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଭଳି ଦେଶ ମହାଦେଶ ରୁ କଞ୍ଚା ସାର ବିପୁଳ ପରିମାଣ ରେ କିଣୁଥିଲା, ଆଉ ଆମ ଦେଶ ରୁ ଇଫକୋ, ପିପିଏଲ ଶିଳ୍ପକ୍ଷେତ୍ର ରେ ପ୍ରସ୍ତୁତି କରାଯାଇ ଅନେକ ଦେଶ ବିଦେଶ କୁ କୁ ମଧ୍ୟ ରପ୍ତାନି ହେଉଛି,, ଏହି ଗୁଣ୍ଡ ସାର ରେ 40ପ୍ରତିଶତ ଯବକ୍ଷାରଜାନ ରହିଛି ଯାହା ଚାଷ ଜମି ରେ ପ୍ରୟୋଗ ହେଲେ ଚାଷ ଜମିର ଉର୍ବରତା କମେ, ତାହା ସହିତ ଜିଆ, ଆଜ୍ୟଟେ ବ୍ୟକ୍ଟର, ଅଯୋସ୍ପେରିଲିନ, ଫସ୍ପୋବ୍ୟାକ୍ଟ୍ରିକ, ରାଇଜ୍ୱବିୟମ ଭଳି ବହୁ ପ୍ରଜାତି ର ମୃତିକା ଜୈବିକ ଜୀବାଣୁ କୁ ନଷ୍ଟ କରେ, ଯାହା ଅତ୍ୟନ୍ତ ଲାଭଦାୟକ ଜୀବାଣୁ ଅଟନ୍ତି କିନ୍ତୁ ଏହି ନାନୋ ତରଳ ରାସାୟନିକ ସାର ପ୍ରୟୋଗ କଲେ ଏହା ସିଧା ଗଛ ପତ୍ର ସଂସ୍ପର୍ଶ ରେ ଆସେ ଆଉ ବହୁତ ଅମଳ ହେବା ସହିତ ମୃତିକା ର କୌଣସି କ୍ଷତି କରେନାହି, ଆଉ ଚାଷି ଙ୍କୁ ଏକର ବିଲକୁ 1500ରୁ 2000ଟଙ୍କା ପର୍ଯ୍ୟନ୍ତ ସାର ବସ୍ତା କିଣି ବାକୁ ପଡ଼ିବନି, ଏହି ନାନୋ ତରଳ ସାର ଏକର କୁ ମାତ୍ର ୭ଶହ ଟଙ୍କା ଯାହା ଷୋଳ୍ପ ମୂଲ୍ୟ ରେ ସମସ୍ତ ସାର ଦୋକାନ ରେ ମହଜୁଦ ଅଛି ଯେବେ ଭାରତ ସରକାର ଏହି ତରଳ ନାନୋ ସାର କୁ ଭାରତ ଦେଶ ରେ ପ୍ରଚଳିତ କରିଥିଲେ, ସମସ୍ତ କୃଷି ବିଭାଗ କୁ ଚାଷି ମାନଙ୍କୁ ଏହି ସାର ବିଷୟରେ ଓ ଏହାର ଜ୍ଞାନକୌଶଳ ର ପ୍ରଶିକ୍ଷଣ ଦେବାକୁ ନିର୍ଧେଶ ଦେଇଥିଲେ କିନ୍ତୁ କାକଟପୁର ଅସ୍ତରଙ୍ଗ ଭଳି ଅଂଚଳ ରେ କୌଣସି କୃଷି ବିଭାଗ ର ଅଧିକାରୀ ଏହି ବିଷୟରେ ଚାଷି ମାନଂକୁ କୌଣସି ପ୍ରକାର ତାଲିମ ଦେଉନାହାନ୍ତି, ଯାହାଫଳରେ ଏହି ସାର ପ୍ରୟୋଗ ଉପରେ ଚାଷି ମାନେ କିଛି ବି ଜାଣିନାହାନ୍ତି, ଇଫକୋ ରୁ ସାର କିଣୁଥିବା ସାର ବ୍ୟବସାୟୀ ବାଧ୍ୟତା ମୂଳକ ଭାବେ ବସ୍ତା ସାର ସହିତ ଏହି ତରଳ ସାର କିଣୁଥିବା ବେଳେ, ଏଠି କୃଷି ବିଭାଗ ର ତାଲିମ୍ ଅଭାବ ରୁ ଚାଷି କିଣୁନାହାନ୍ତି ଯାହାକି ଫଳରେ ବ୍ୟବସାୟୀ ମାନେ ମଧ୍ୟ ଅନେକ କ୍ଷତି ର ସମ୍ମୁଖୀନ ହେଉଛନ୍ତି, ଏ ବାବଦରେ ଆମ ପ୍ରତିନିଧି କୃଷି ଅଧିକାରୀ ଙ୍କୁ ସାକ୍ଷାତ କରିଥିଲେ ଆଉ କ୍ୟାମେରା ସାମ୍ନା ରେ ଅଧିକାରୀ କିଛି କହିନାହାନ୍ତି କିନ୍ତୁ ଏ ବାବଦରେ ଧୀରେ ଧୀରେ ସଚେତନତା ବୃଦ୍ଧି ହେଉଛି ବୋଲି ସୂଚନା ଦେଇଛନ୍ତି,ଏବେ ଖବର ପ୍ରସାରଣ ପରେ କୃଷି ବିଭାଗ ଏହି ଉନତ ଜ୍ଞାନ କୌଶଳ ର ତରଳ ନାନୋ ସାର ଉପରେ କି ପଦକ୍ଷେପ ନେଉଛନ୍ତି ତାହା ହିଁ ଅପେକ୍ଷା