Odisha news

କାହିଁକି ଚନ୍ଦ୍ରଜାନ -୩ ଚନ୍ଦ୍ର ର ଦକ୍ଷୀଣ ପାର୍ଶ୍ୱରେ ଅବତରଣ କରିବ ? ଯାହାର କାରଣ ଜାଣିଲେ ଆପଣ ନିଜକୁ କରିବେ ଗୌରବାନ୍ଵିତ୍ୱ

0

ରୁଷ ର ଲୁନା -25 , ଅନ୍ତରୀକ୍ଷ ଜାନ ଚନ୍ଦ୍ର ପୃଷ୍ଠ ରେ ଅବତରଣ ସମୟରେ କ୍ରାସ କରିବା ପରେ ସାରା ବିଶ୍ୱର ନଜର ରହିଛି ଭାରତ ଉପରେ l ବର୍ତମାନ ଭାରତର ଚନ୍ଦ୍ରଜାନ ୩ ଅବତରଣ କରିବା ପାଇଁ ଖୁବ ଅଳ୍ପ ସମୟ ରହିଛି l ଇସ୍ରୋ ପକ୍ଷରୁ ମଙ୍ଗଳବାର ଦିନ ସୂଚନା ମିଳିଥିଲା ଯେ ଚନ୍ଦ୍ରଜାନ -୩ ମିଶନ ବୁଧବାର ୨୩ ତାରିଖ ଦକ୍ଷିଣ ଧ୍ରୁବ ରେ ସଫ୍ଟ ଲାଣ୍ଡିଙ୍ଗ କରିବ l

ଭାରତ ଦକ୍ଷିଣ ଧ୍ରୁବ ର ଅଧ୍ୟୟନ କରିବା ରେ ପ୍ରଥମ ଦେଶ ହେବାକୁ ଚାହୁଁଛି l ଚନ୍ଦ୍ରମା ର ଏହି ଭାଗରେ ବର୍ତମାନ ପର୍ଯ୍ୟନ୍ତ କୌଣସି ଦେଶ ର ମୁନ ମିଶନ ଯାଇ ନାହିଁ l ଲୁନା -୨୫ ଏହି ଦକ୍ଷିଣ ଧ୍ରୁବ ରେ ଅବତରଣ କରିବାର ଥିଲା କିନ୍ତୁ ଦୁର୍ଭାଗ୍ୟବଶତ କ୍ରାସ ହୋଇଗଲା l

ଭାରତର ଚନ୍ଦ୍ରଜାନ -୩ ବର୍ତମାନ ସମସ୍ତ ଆହ୍ୱାନ କୁ ସାମ୍ନା କରି ଚନ୍ଦ୍ର ପୃଷ୍ଟ ରେ ସଫ୍ଟ ଲାଣ୍ଡିଙ୍ଗ କରିବା ପାଇଁ ପ୍ରସ୍ତୁତ l ଇସ୍ରୋ ର ସୂଚନା ଅନୁଯାୟୀ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ ଟା ୪ ମିନିଟ ରେ ସଫ୍ଟ ଲାଣ୍ଡିଙ୍ଗ ପ୍ରକ୍ରିୟା ଆରମ୍ଭ କରିବ l

କଣ ରହିଛି ଦକ୍ଷିଣ ଧ୍ରୁବ ର ମହତ୍ୱ ?
ଚନ୍ଦ୍ରଜାନ -୩ ଦକ୍ଷିଣ ଧ୍ରୁବ ରେ ସଫ୍ଟ ଲାଣ୍ଡିଙ୍ଗ କରିବ l ଏହା ଭାରତ ପାଇଁ ଗୋଟିଏ ଗର୍ବର କଥା l ଆପଣ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବ ଯେ ଦକ୍ଷିଣ ଧ୍ରୁବ ରେ ଏଭଳି କଣ ରହିଛି l ଭାରତର ଇସ୍ରୋ ପକ୍ଷରୁ ଦକ୍ଷିଣ ଧ୍ରୁବ ରେ ବରଫ ଓ ଖଣିଜ ପଦାର୍ଥ ର ଭଣ୍ଡାର ଥିବାର ଆଶା କରାଯାଉଛି , ଯାହାକୁ ନେଇ ସାରା ବିଶ୍ୱ ଅପେକ୍ଷାରେ l

Nalco
Leave A Reply