Odisha news

୨୦୨୨ ମସିହା ପାଇଁ ଉପେନ୍ଦ୍ରନାଥ ସମ୍ମାନ ପାଇବେ ଭାବଗ୍ରାହୀ ମିଶ୍ର

0
ସୋର,୧୧/୮  ୨୦୨୨ ମସିହା ପାଇଁ ଉପେନ୍ଦ୍ରନାଥ ସମ୍ମାନ ଭାବଗ୍ରାହୀ ମିଶ୍ର ପାଇବେ ବୋଲି ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ ତରଫରୁ ଘୋଷଣା କରାଯାଇଛି।ଉପେନ୍ଦ୍ରନାଥ ପ୍ରଧାନ ସ୍ମୃତି ପରିଷଦ ତରଫରୁ ପ୍ରତିବର୍ଷ ଓଡ଼ିଶାରେ ଶିକ୍ଷା ଅନୁଷ୍ଠାନ ଗଢିଥିବା ଜଣେ ମହାନ ବ୍ୟକ୍ତିଙ୍କୁ  ଉପେନ୍ଦ୍ରନାଥ ସମ୍ମାନ ପ୍ରଦାନ କରାଯାଇଥାଏ । ଏ ବର୍ଷ ମଧ୍ୟ ଭଦ୍ରକ ଜିଲ୍ଲା ଗରଦପୁର  ନିବାସୀ ୯୨ ବର୍ଷୀୟ  ଶ୍ରୀଯୁକ୍ତ ମିଶ୍ର ନିଜ ପିତା ଓ ପିତାମହଙ୍କ ସ୍ମୃତିରେ ନିଜ ଗ୍ରାମରେ ହରିନାରାୟଣ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ହରିନାରାୟଣ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ସେ ଜଣେ ସୁସାହିତ୍ୟିକ, ଅନୁବାଦକ, ସଂସ୍କୃତ ପଣ୍ଡିତ, ସୁସଂଗଠକ ଓ ଜଣେ ଅନୁଷ୍ଠାନ ଅନୁରାଗୀ ମଣିଷ ଭାବେ ବେଶ ଜଣାଶୁଣା । ଆସନ୍ତା ୧୩ ଅଗଷ୍ଟ ରବିବାର ଦିନ ଉପେନ୍ଦ୍ର ସମାରୋହ ଅବସରରେ ସୋର ଓଁମ୍ ସାଇ ମଣ୍ଡପ ଠାରେ ଶ୍ରୀଯୁକ୍ତ ମିଶ୍ରଙ୍କୁ ବିଶିଷ୍ଟ ଗାନ୍ଧିବାଦୀ ଶ୍ରୀମତୀ କ୍ରିଷ୍ଣା ମହାନ୍ତି ଓ ପ୍ରଫେସର ଡ଼. ଅନସୂୟା ନାଥ ସମ୍ବର୍ଦ୍ଧିତ କରିବେ ବୋଲି ପରିଷଦ ତରଫରୁ ସୂଚନା ମିଳିଛି ।
Leave A Reply