Odisha news

ମାଓବାଦୀଙ୍କ ଆକ୍ରମଣରେ ଜବାନ ଶହୀଦ : ଆନନ୍ଦପୁର ସହରରେ ଶୋକାକୁଳ ପରିବେଶ 

0

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟିର ବୀର ଶହୀଦ ଜବାନ ସୁଶାନ୍ତ ଖୁଣ୍ଟିଆ କେନ୍ଦ୍ରୀୟ ପୋଲିସ ବାହିନୀରେ୨୦୧୧ମସିହାରେଯୋଗଦେଇଥିଲେ ଚଳିତ ୧୧ତାରିଖ ମଧ୍ୟାହ୍ନରେ ଝାଡ଼ଖଣ୍ଡ ରାଜ୍ୟ ସିଂହଭୂମି ଗଓଲ୍ କେଳା ଜଙ୍ଗଲରେ ମାଓବାଦୀଙ୍କ ଶିବିରକୁ ଚଢ଼ାଉ କରି ବାକୁ ଯାଉଥିବା ବେଳେ ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ରାଞ୍ଜି ଚିକିତ୍ସା ଭତ୍ତିହୋବାପରେ ଶହୀଦ ସୋଇଯାଇଥିଲେ । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୪ନଂ ୱ।ଡ ନନ୍ଦୀ ସାହିର ବାସିନ୍ଦା ସ୍ବର୍ଗତ ଅତୁଳ ଖୁଣ୍ଟିଆଙ୍କ କନିଷ୍ଠ ପୁତ୍ର ଶୁଶାନ୍ତ ଖୁଣ୍ଟିଆ (୩୨) ଗତ ୨୦୨୩ ଜୁନ ୯ରେ ବିବାହ କରିଥିଲେ। ବୀର ଜବାନ ଶୁଶାନ୍ତଙ୍କ ମା ଓ ଭ ଉଣୀଭୂବନେଶ୍ଵର ଯାଇଥିବା ବେଳେ ପୁତ୍ରର ଶହୀଦ ଖବର ପାଇ ଘରକୁ ଫେରିଥିବା ଜଣାଯାଇଛି। ଶୁଶାନ୍ତଙ୍କ ପତ୍ନୀ ପୂର୍ଣ୍ଣିମା ପୃଷ୍ଟି ସ୍ବାମୀଙ୍କ ଶହୀଦ ଖବର ପାଇ ଅସହାୟ ହୋଇ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି। ଶହୀଦଙ୍କ ମୃତ ଶରୀରକୁ ଏୟଆରଲଇଷ୍ଟ୍ରରଏ ରାଞ୍ଜିରୁଭୂବନେଶ୍ଵର ଆଣିବା ପରେ ଶନିବାର ଦିନ ଆନନ୍ଦପୁର ଭିଟାମାଟି ରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମ୍ ଦିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯିବ ବୋଲି ଜଣାଯାଇଛି। ଏହି ଘଟଣା ପରେ ଆନନ୍ଦପୁର ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶହୀଦ ଜବାନଙ୍କ ଘଟଣା ପରେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଶକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Leave A Reply