ବାରଙ୍ଗ : ବିଶ୍ବବ୍ୟାପୀ ସଚେତନ ସୃଷ୍ଟି କରିବା ଉଦେଶ୍ୟରେ ଅଗଷ୍ଟ ୧୨ ତାରିଖକୁ ବିଶ୍ବହସ୍ତୀ ଦିବସ ରୂପେ ପାଳନ କରାଯାଉଛି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଅଷ୍ଟମ ଥରପାଇଁ ବିଶ୍ବହସ୍ତୀ ଦିବସ ପାଳନ କରିବାକୁ ଯାଉଛି।ଏ ନେଇ ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ପ୍ରାଣୀଉଦ୍ୟାନରେ ରହୁଥିବା ହାତୀ ବାସନ୍ତୀ,ହୀରା, ମାମା,ଅଭିଙ୍କୁ ନେଇ ଏହି ଉତ୍ସବ ପାଳନ କରାଯିବ।ଏମାନଙ୍କୁ ସକାଳୁ ହାତୀଗାଧୁଆ ପୋଖରୀରେ ସ୍ନାନ କରାଇ ହାତୀଶାଳକୁ ନିଆଯିବ।ସେଠାରେ ସେମାନଙ୍କ ପିଠିରେ କୈାଣସି ଚିତ୍ର କରାଯିବ ନାହିଁ।ଉକ୍ତ ଉତ୍ସବରେ ୪ଟି ହାତୀ ମଧ୍ୟରୁ ସାଢେ ତିନି ମାସର ହାତୀ ଶାବକ ଅଭି’ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।ଏମାନଙ୍କୁ ଆଖୁ,ନଡିଆ,ତରଭୁଜ,କଦଳୀ,ସେଓ,ମକା ଆଦି ସୁଷମ ଖାଦ୍ୟ ଖାଈବାକୁ ଦିଆଯିବ।ଏହି ପରିପେକ୍ଷୀରେ ଆଖପାଖ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା କରିବା ସହ ନନ୍ଦନକାନନ ବୁଲିଆସିଥିବା ପର୍ଯ୍ୟଟକ ଓ କର୍ମଚାରୀଙ୍କୁ ନେଇ ଦସ୍ତଖତ ଅଭିଯାନ ଓ କୃତି ଛାତ୍ରଛାତ୍ରୀ ଓ ହାତୀ ମାହୁନ୍ତଙ୍କୁ ପୁରସ୍କୃତ କରାଯିବ।ଏହାସହ ଅନଲାଇନରେ ପେଣ୍ଟିଂପ୍ରତିଯୋଗିତାରେ ଜୁନିୟର ବିଭାଗ ପାଇଁ ଆମ ସଂସ୍କୃତିରେ ହାତୀ ଓ ସିନିୟର ବିଭାଗ ପାଇଁ ଆମ ଇକୋସିଷ୍ଟମରେ ହାତୀ ଓ ଅନଲାଇନ ସ୍ଲୋଗାନରେ ସବୁବର୍ଗୀୟ ଲୋକ ସାମିଲ ହୋଇପାରିବେ ।ସେମାନେ ୨୦ଶବ୍ଦରେ ସ୍ଲୋଗାନ ଲେଖି ନନ୍ଦନକାନନ ୱେବସାଇଡ଼ରେ ରେ ଅପଲୋଡ଼ କରିପାରିବେ ବୋଲି ନନ୍ଦନକାନନ ଉପ-ନିର୍ଦେଶକ ସନତ କୁମାର ଏନ କହିଛନ୍ତି।