ଆନନ୍ଦପୁର : ପ୍ରବଳ ବର୍ଷା ଯୋଗୁଁ ଉପୁଜୁଥିବା ବନ୍ୟା ପରିସ୍ଥିତିକୁ ନିରୀକ୍ଷଣ କରିବା ପାଇଁ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ମୂଖ୍ୟ ଯନ୍ତ୍ରୀ। ଶ୍ବେତ କୁମାର ଜାଲି ଆନନ୍ଦପୁର ବୈତରଣୀ ସିଷ୍ଆଟମର ବନ୍ୟା ପରିସ୍ଥିତିର ଆକଳନ ଓ ନିରୀକ୍ଷଣ କରିଛନ୍ତି। ଗତ ୨ ତାରିଖ ସଂନ୍ଧ୍ୟାରେ ମୂଖ୍ୟ ଯନ୍ତ୍ରୀ ଇଂ ଶ୍ରୀ ଜାଲି ଆନନ୍ଦପୁର ବ୍ୟାରେଜରେ ପ୍ରୋଜେକ୍ଟରେ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳ,ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ କିଶୋର କୁମାର କର ବୈତରଣୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ନାୟକ ଉପସ୍ଥିତରେ ଆନନ୍ଦପୁର ବ୍ୟାରେଜ ବୈତରଣୀ ବାମ ପାର୍ଶ୍ଵ କେନାଲ, ବିଦ୍ୟାଧରପୁର ବ୍ୟାରେଜ, ହଦଗଡ଼ ଡ଼ିଆମ୍ ପରିଦର୍ଶନ କରି ସମସ୍ତ ପରିସ୍ଥିତି ନିରୀକ୍ଷଣ କରିଥିଲେ। ୩ ତାରିଖ ପୂର୍ବାହ୍ନରେ ବନ୍ୟାର ସ୍ଥିତି ଉପଲବ୍ଧ ଅରଣ୍ୟ ସୁପରିଚାଳନା ନିମନ୍ତେ ଶାଳପଡା ମୂଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ବୈଠକରେ ଯୋଗଦେଇ ବୈତରଣୀ ସିଷ୍ଟମ୍ ର ସମସ୍ତ ନଦୀ ବନ୍ଧ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଚଳିତ ପ୍ରଥମ ବନ୍ୟ ର ପରିସ୍ଥିତିକୁ ମୁକାବିଲା କରିବାପାଇଁ ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟ ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳ, ଅଧିକ୍ଷଣ ଯନ୍ତ୍ରୀ କିଶୋର କୁମାର କର ଓ ବୈତରଣୀ ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ କୁମାର ନାୟକ ୩ଦିନ ଧରି ବର୍ଷର ପ୍ରକୋପ କୁ ଲକ୍ଷ ରଖି ଦିନ ଓ ରାତିରେ ସମସ୍ତ ନଦୀ ଅଞ୍ଚଳକୁ ଗ୍ରସ୍ତ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର ସଜାଗ ରହି ଅଧିକାରୀ ମାନଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ
