ଠାକୁରମୁଣ୍ଡା ତା ୪/୦୮ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଗହଣ୍ଡିହା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲଛମନ ସୋରେନ ଙ୍କ ଉପରେ ଶୁକ୍ରବାର ଦିନ ୧୫ ଜଣ ରୁ ଉର୍ଦ୍ଧ୍ବ ଲୋକ ବିଦ୍ୟାଳୟରେ ପଶି ସଙ୍ଗବଦ୍ଧ ଆକ୍ରମଣ କରିଛନ୍ତି।ଆକ୍ରମଣ ରେ ଶିକ୍ଷକ ଜଣକ ଗୁରୁତର ହୋଇଛନ୍ତି।ଆକ୍ରମଣ ରେ ଶିକାର ଶିକ୍ଷକ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅନ୍ୟ ଶିକ୍ଷକ ମାନେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଣି ଭର୍ତ୍ତି କରିଥିଲେ।ପରେ ସହକାରୀ ଶିକ୍ଷକ ଙ୍କୁ ଆକ୍ରମଣ ନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନ୍ତ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ଥାନା ପୋଲିସ କେଶ ନମ୍ବର ୭୭ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଶିକ୍ଷକ ଲଛମନ ଙ୍କ ସହିତ ତାଙ୍କ ସ୍ତ୍ରୀ ଲିଲିମଣି ଙ୍କ ସହିତ ବିବାଦ ରହଥିଲା।କିଛି ମାସ ହେବ ସ୍ତ୍ରୀ ଲିଲିମଣି ଲଛମାନ ଙ୍କ ସହିତ ନରହି ବାପ ଘରେ ରହୁଥିଲେ।ଶୁକ୍ରବାର ଦିନ ପ୍ରାୟ ୨ ଟା ସମୟରେ ଦୁଇଟି ବୋଲେରୋ ଗାଡ଼ିରେ ଲିଲିମଣି ସମେତ ପରିବାର ର ପ୍ରାୟ ୧୫ ଜଣରୁ ଉର୍ଦ୍ଧ୍ବ ଲୋକେ ଲଛମନ ଶିକ୍ଷକତା କରୁଥିବା ଗହଣ୍ଡିହା ବିଦ୍ୟାଳୟ ଭିତରେ ପଶି ଲଛମନ ଙ୍କୁ ଠେଙ୍ଗା ବାଡ଼ି ରେ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଲଛମନ ମୁଣ୍ଡ ଓ ଗୋଡ ରେ ଆଘାତ ହୋଇଛି।ଘଟଣା ର ପୋଲିସ ତଦନ୍ତ କରୁଛି।