ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ର ସମ୍ପର୍କ ୧୯୭୪ ରୁ ହିଁ ତିକ୍ତତା ଭାବରେ ଚାଲିଛି l ଏବଂ ଏହାର ମୁଖ୍ୟ କାରଣ ହେଲା ପାକିସ୍ତାନ l ଭାରତ ଯେବେବି ପାକିସ୍ତାନ ସହିତ ନିଜର ସମ୍ପର୍କ ସୁଧାରିବା କୁ ଚେଷ୍ଟା କରିଛି, ବଦଳରେ ପାକିସ୍ତାନ ନିକଟରୁ କେବଳ ଧୋଖା ମିଳିଛି l ଏଭଳି ୫ଟି ଘଟଣା ରହିଛି ଯେବେ ପାକିସ୍ତାନ ଉପରେ ଭାରତ ବିଶ୍ୱାସ କରିବାକୁ ଯାଇ କେବଳ ଧୋକା ଖାଇଥିଲା l
ନମ୍ବର ୧ – ଅଲଗା ଦେଶ କରି ଦେଲା ପ୍ରଥମ ଧୋଖା –
୧୯୭୪ ରେ ଧର୍ମକୁ ନେଇ ପାକିସ୍ତାନ ଗୋଟିଏ ଅଲଗା ଦେଶ ହୋଇ ଯାଇଥିଲା l କିନ୍ତୁ ତାର ନଜର କାଶ୍ମୀର ଉପରେ ରହିଥିଲା l ସେ କାଶ୍ମୀର କୁ ଦଖଲ କରିବାକୁ ଚାହୁଁଥିଲା l କିନ୍ତୁ ସେତେବେଳେ କାଶ୍ମୀର ଭାରତ କିମ୍ବା ପାକିସ୍ତାନ ସହିତ ନମିଶି ସ୍ୱତନ୍ତ୍ର ହୋଇ ରହିବାକୁ ଚାହିଁଥିଲା l ୨୨ ଅକ୍ଟୋବର ୧୯୪୭ ରେ ହଜାର ହଜାର ପାକିସ୍ତାନୀ ଟ୍ରକ ଯୋଗେ ସଡକ ମାର୍ଗ ରେ କାଶ୍ମୀର ରେ ପଶି ଗଲେ l ସେମାନଙ୍କ ଉଦେଶ୍ୟ ଥିଲା କାଶ୍ମୀର କୁ ପାକିସ୍ତାନ ରେ ମିଶାଇବା ଏହି ପାକିସ୍ତାନୀ ମାନଙ୍କୁ ପାକିସ୍ତାନ ସେନା ଓ ସରକାର ଙ୍କ ନିକଟରୁ ସହଯୋଗ ମିଳିଥିଲା l
ଦିନ ଗାଡି ଚାଲିଲା ସେହି ପାକିସ୍ତାନୀ ମାନେ କାଶ୍ମୀର ରେ ଅଲଗା ଅଲଗା ଅଂଚଳ କବ୍ଜା କରି ଚାଲିଲେ l ଏହାପରେ ଜାମୁ କାଶ୍ମୀର ର ମହାରାଜା ହରି ସିଂ ଭାରତକୁ ସାହାଯ୍ୟ ମାଗିଥିଲେ l ଏହାପରେ ଭାରତ କାଶ୍ମୀର କୁ ସୈନ୍ୟ ପଠାଇ ଥିଲା l ୧୯୪୮ ରେ ଭାରତ ସଂଯୁକ୍ତ ରାଷ୍ଟ୍ରରେ କାଶ୍ମୀର ମୁଦା ଉଠାଇ ଥିଲା, ସେତେବେଳକୁ ପାକିସ୍ତାନ ରୁ ଆସିଥିବା ପାକିସ୍ତାନୀ ମାନେ କାଶ୍ମୀର ର ଗୋଟିଏ ଭାଗରେ କବ୍ଜା କରି ସାରିଥିଲେ l ସଂଯୁକ୍ତ ରାଷ୍ଟ୍ର ମଧ୍ୟସ୍ଥତା ରେ ସ୍ଥିର ହେଲା ଯେ ଭାରତ ନିକଟରେ କାଶ୍ମୀର ର ଯେତିକି ଅଂଶ ଅଛି ଥାଉ ଓ ପାକିସ୍ତାନ ଅବୈଧ ଭାବରେ ଅଧିକାର କରିଥିବା ଅଂଶ ତା ନିକଟରେ ରହୁ l ଯାହାକି ବର୍ତମାନ POK ବା ପାକିସ୍ତାନ ଅଧିକୃତ କାଶ୍ମୀର ଭାବରେ ପରିଚିତ l
ନମ୍ବର ୨ – ପାକିସ୍ତାନ ପଠାଇଲା ସୈନ୍ୟ –
୧୯୫୮ ରେ ଭାରତ ପାକିସ୍ତାନ ମଧ୍ୟରେ ଗୋଟିଏ ରାଜିନାମା ହେଲା, ଯେଉଁଥିରେ ସ୍ଥିର ହେଲା ଉଭୟ ଦେଶ କେହି କାହା ବିରୁଦ୍ଧରେ ଅସ୍ତ୍ର ଉଠାଇବେ ନାହିଁ,ସମସ୍ତ କଥାର ସମାଧାନ କଥାବାର୍ତା ମାଧ୍ୟମ ରେ ହେବ l କିନ୍ତୁ ଏହି ରାଜିନାମା ର ୭ବର୍ଷ ପରେ ୧୯୬୫ ପାକିସ୍ତାନ ସେନା ଜାମୁ କାଶ୍ମୀର ଉପରେ ଆକ୍ରମଣ କଲେ l ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନ ର ହାଜି ପୀର ଓ ସମେତ ଅନେକ ଅଂଚଳ ରେ କବ୍ଜା କରି ଥିଲା l ୧୯୬୬ ରେ ରୁଷ ର ତାସକନ୍ଦ ରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀ ଓ ପାକିସ୍ତାନୀ ରାଷ୍ଟ୍ରପତି ଆୟୁବ ଖାଁ ଙ୍କ ମଧ୍ୟରେ ଚୁକ୍ତି ହେଲା , ଯେଉଁଥିରେ ଭାରତ ପାକିସ୍ତାନ ର କବ୍ଜା କରିଥିବା ଅଂଚଳ କୁ ଫେରାଇ ଦେଇଥିଲା l
ନମ୍ବର ୩ – ଭାରତ ୨ଭାଗ କରି ଦେଇଥିଲା –
୧୯୬୫ ର ଯୁଦ୍ଧ ପରେ କିଛି ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଶାନ୍ତ ରହିଥିଲା l କିନ୍ତୁ ୧୯୭୦ ରେ ପରିସ୍ଥିତି ସମ୍ପୂର୍ଣ ବଦଳି ଗଲା l ପାକିସ୍ତାନ ସେନା ଙ୍କ ଅତ୍ୟାଚାର ରେ ସେଠାକାର ଲୋକେ ବହୁ କଷ୍ଟ ପାଇବାକୁ ଲାଗିଲେ l ଏଭଳି ସ୍ଥିତି ରେ ପାକିସ୍ତାନ ସେନା ୧୯୭୧ ରେ ଆକାଶ ମାର୍ଗରୁ ଭାରତ ଉପରେ ଆକ୍ରମଣ କଲେ l ଭାରତ ଏହି ଆକ୍ରମଣ ର ଏଭଳି ଜବାବ ଦେଲା ମାତ୍ର ୧୩ ଦିନ ମଧ୍ୟରେ ଯୁଦ୍ଧ ସମାପ୍ତ ହୋଇଗଲା l ପାକିସ୍ତାନ ମଧ୍ୟ ଦୁଇଫାଳ ହୋଇଗଲା, ଯେଉଁଥିରୁ ନୂଆ ଦେଶ ର ସୃଷ୍ଟି ହେଲା ବଙ୍ଗଳାଦେଶ l ପାକିସ୍ତାନ ର ୯୩ ହଜାର ସୈନ୍ୟ ଙ୍କ ସହିତ ଜେନେରାଲ ନିଆଯି ସରେଣ୍ଡର କରିଥିଲେ l
ନମ୍ବର ୪ – କାର୍ଗିଲ ଯୁଦ୍ଧ ର୍କୁ ନେଇ ବିଶ୍ୱାସ ଘାତକତା –
୨୦ ଫେବୃଆରୀ ୧୯୯୯ ଅମୃତସର ରୁ ଲାହୋର ପର୍ଯ୍ୟନ୍ତ ବସ ଚାଲିଲା l ଏହି ବସ ରେ ଅଟଳବିହାରୀ ବାଜପେୟୀ ମଧ୍ୟ ଲାହୋର ଯାଇଥିଲେ l ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ବାଜପେୟୀ ଙ୍କୁ ସ୍ୱାଗତ କରିଥିଲେ l କିନ୍ତୁ ଏହି ବସ ଯାତ୍ରାର ୩ମାସ ପରେ ପାକିସ୍ତାନ କାର୍ଗିଲ ରେ ଅବୈଧ ପ୍ରବେଶ କରି ବିଶ୍ୱାସ ଘାତକତା କରିଥିଲା l ଘଟଣାଟି ଏହିଭଳି ଯେତେବେଳେ ଭାରତ ଲାହୋର ଯାତ୍ରାର ପ୍ରସ୍ତୁତି କରୁଥିଲା ସେତେବେଳେ ପାକିସ୍ତାନ କାର୍ଗିଲ ଯୁଦ୍ଧ ର ପ୍ରସ୍ତୁତି ଚଳାଇ ଥିଲା l ମଇ ୮ ତାରିଖ ୧୯୯୯ ରେ କାର୍ଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା, ଜୁଲାଇ ୨୬ ,୧୯୯୯ ରେ କାର୍ଗିଲ ରେ ତ୍ରିରଙ୍ଗା ପତାକା ଉଡିଥିଲା l
ନମ୍ବର ୫ – ବନ୍ଧୁତା ପାଇଁ ହାତ ବଢ଼ାଇ ପାଇଲା ଆତଙ୍କବାଦ –
କାର୍ଗିଲ ଯୁଦ୍ଧ ପରେ ୨୦୦୧ ରେ ଅଟଳ ବିହାରୀ ବାଜପେୟୀ ସେତେବେଳ ର ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁସାରଫ ଙ୍କୁ ଭାରତ ଆସିବାର ନିମନ୍ତ୍ରଣ ଦେଇଥିଲେ l ମୁସରଫା ଆଗ୍ରା ମଧ୍ୟ ଆସିଥିଲେ l କିନ୍ତୁ ଏହାର କିଛି ମାସ ପରେ ଡିସେମ୍ବର ୨୦୦୧ ରେ ସଂସଦ ଭବନ ଉପରେ ହେଲା ଆତଙ୍କବାଦୀ ଆକ୍ରମଣ l ମନମୋହନ ସରକାର ମଧ୍ୟ ସମ୍ପର୍କ ସୁଧାରିବା ପାଇଁ ଚାହିଁଥିଲେ l କିନ୍ତୁ ୨୬ ନଭେମ୍ବର ୨୦୦୮ ରେ ପାକିସ୍ତାନ ଆତଙ୍କବାଦୀ ମୁମ୍ବାଇ ର ତାଜ ହୋଟେଲ ଉପରେ କଲେ ଆକ୍ରମଣ l ୨୦୧୪ ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଡିସେମ୍ବର ୨୦୧୫ ରେ ନୱାଜ ସରିଫ ଙ୍କ ନାତୁଣୀ ବିବାହ ରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ , ୨୦୧୬ ଜାନୁଆରୀ ରେ ହେଲା ପଠାନ କୋଟ ଆକ୍ରମଣ l
କେବଳ ଏତିକି ନୁହେଁ ୧୪ ଫେବୃଆରୀ ୨୦୧୯ କୁ ପାକିସ୍ତାନୀ ଆତଙ୍କୀ ସିଆରପିଏଫ ଯବାନ ଗାଡି ଉପରକୁ ଆକ୍ରମଣ କଲେ, ଯେଉଁଥିରେ ୪୦ ଯବାନ ସହିଦ ହୋଇଥିଲେ l
ଇତିହାସ ର ଏହିସବୁ ଘଟଣାର ପୁନରାବୃତି କଲେ ଅନୁଭବ ହୁଏ ଯେ ପାକିସ୍ତାନ କେତେ ଭରସା ଯୋଗ୍ୟ ?