Odisha news

ସାପ କାମୁଡ଼ାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

0

ସୋର,୨୭/୭: ସୋର ପୌର ପାଳିକା ଅନ୍ତର୍ଗତ କୁଦଣ୍ଡପୁର ଗ୍ରାମର ଜଣେ ଯୁବ ପରିବା ବ୍ୟବସାୟୀଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି. ଏହି ଗ୍ରାମର କୃଷ୍ଣଚନ୍ଦ୍ର ମୁଦୁଲିଙ୍କ ପୁଅ ଯଦୁନାଥ ମୁଦୁଲି (୪୨) ଆଜି ଅପରାହ୍ନରେ ଅଡ଼ଙ୍ଗବଜାରରେ ଥିବା ତାଙ୍କ ପରିବା ଗୋଦାମ ସଫା କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା. ଫଳରେ ଯଦୁନାଥ ନିଜେ ସାଇକେଲରେ ଆସି ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ. ସେଠାରେ ତାଙ୍କ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ. କିନ୍ତୁ ବାଲେଶ୍ୱର ସ୍ଥାନାନ୍ତରିତ ହେଉଥିବା ବେଳେ ଖନ୍ତାପଡ଼ା ନିକଟରେ ଅବସ୍ଥା ଅତି ଗୁରୁତ୍ତର ହେବାରୁ ତାଙ୍କୁ ଖନ୍ତାପଡ଼ା ଡାକ୍ତରଖାନାକୁ ନେଇଥିଲେ. ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ. ସେଠାରେ ଡାକ୍ତର ପୁଣି ମୃତ୍ୟୁ ଘୋଷଣା କରିଥିଲେ. ଖବରପାଇ ଡାକ୍ତରଖାନା ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଶବ ବ୍ୟବଛେଦ ଗୃହରେ ରଖିଥିବା ଜଣାପଡିଛି

Nalco
Leave A Reply