Odisha news

ପ୍ରତିଦିନ ସେବନ କରନ୍ତୁ ମାତ୍ର ୫୦ ଗ୍ରାମ ଗୋଟା ଗ୍ରୀନ ମୁଗ ଓ ଦୁରେଇ ରୁହନ୍ତୁ ମଧୁମେହ ଓ ରକ୍ତଚାପ ସମସ୍ୟା ଠାରୁ

0
ଗୋଟା ଗ୍ରୀନ ମୁଗ ପ୍ଲାଣ୍ଟ ବେସ୍ଡ ପ୍ରୋଟିନ ର ଗୋଟିଏ ଉତ୍ତମ ସ୍ରୋତ ଅଟେ l ଯାହା ଏହା ସାକାହାରୀ ଲୋକ ଙ୍କ ପାଇଁ ଗୋଟିଏ ଆଦର୍ଶ ବିକଳ୍ପ ଅଟେ l ଏହା ଏଭଳି ଗୋଟିଏ ପ୍ରୋଟିନ ଯାହା ଆମ ଶରୀରରେ ହର୍ମୋନ ଉତ୍ପାଦନ ପାଇଁ ଆବଶ୍ୟକ ହୋଇଥାଏ l ଗ୍ରୀନ ମୁଗ ରେ ଡାଏଟାରି ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ l ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ସେବନ କୋଷ୍ଠ କାଠିନ୍ୟ ସମସ୍ୟା ଦୂର କରେ, ଅନ୍ତକୁ ସୁସ୍ଥ କରି ପାଚନ ସମସ୍ୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l ଆମେ ପ୍ରତିଦିନ ରାତିରେ ମାତ୍ର ଗୋଟିଏ ମୁଠା ପାଣିରେ ବତୁରାଈ ତାହାକୁ ସକାଳୁ ସେବନ କରିବା ଦ୍ୱାରା ପାଇବା ଚମତ୍କାର ଲାଭ l
* ସବୁଜ ଗୋଟା ମୁଗ ଭିଟାମିନ ଓ ଖଣିଜ ରେ ଭରପୁର ହୋଇଥାଏ, ଯେଉଁଥିରେ ଫୋଲେଟ , ଆଇରନ , ମଗ୍ନେଶୀୟମ, ପୋଟାସିୟମ ଓ ଭିଟାମିନ ବି 6 ସାମିଲ ରହିଥାଏ l ଏହିସବୁ ପୋଷାକ ତତ୍ୱ ସମଗ୍ର ସ୍ୱାସ୍ଥ୍ୟର ସମର୍ଥନ କରିବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିଥାଏ l ଯେପରିକି ଶକ୍ତିର ସ୍ତର ବୃଦ୍ଧି ହେବାରେ ସାହାଯ୍ୟ କରିବା , ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଓ ହାର୍ଟ କୁ ସୁସ୍ଥ ରଖିଥାଏ l
* ସବୁଜ ଗୋଟା ମୁଗ ରେ ଫ୍ଲେବୋନଏଡ ଓ ଫେନୋଲିକ ଭଳି ଯୌଗିକ ରହିଥାଏ, ଯାହାକି ଅଲଗା ଅଲଗା ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ହୋଇଥାଏ l ଯାହାକି ଶରୀରକୁ ଫ୍ରି ରେଡ଼ିକୁଲସ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ l ଏହି ଆଣ୍ଟିଅକ୍ସିଡେଣ୍ଟ କୋଷିକା ଗୁଡିକୁ ଅକ୍ସୀଡେତିବ ଉତେଜନା ରୁ ରକ୍ଷା କରିଥାଏ l ଶରୀର ର ଫୁଲା କମାଇବାରେ ସାହାଯ୍ୟ କରିଥାଏ ଓ ପୁରୁଣା ରୋଗ ଦୂର କରିଥାଏ l
* ସବୁଜ ମୁଗ ରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ, ଯାହାକି ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର ଅଟେ l ସବୁଜ ମୁଗରେ ରହିଥିବା ଜଟିଳ କାର୍ବୋହାଇଡ୍ରେଟ ଧୀରେ ଧୀରେ ହଜମ ହୋଇଥାଏ, ଯାହାଦ୍ୱାରା ରକ୍ତ ଶର୍କରା ସ୍ତର ଅଚାନକ ବୃଦ୍ଧି ହୋଇ ନଥାଏ l
* ଗ୍ରୀନ ମୁଗରେ ଫ୍ୟାଟ ଓ କ୍ୟାଲୋରୀ ଖୁବ କମ ରହିଥାଏ , ଯେବେକି ଫାଇବର ଓ ପ୍ରୋଟିନ ଅଧିକ ରହିଥାଏ l ଏହା କୁ ସେବନ କରିବା ଦ୍ୱାରା ଭୋକ ନିୟନ୍ତ୍ରଣ ହୋଇ ଓଜନ ନିୟନ୍ତ୍ରଣ ରହିଥାଏ l
* ଗୋଟା ମୁଗ ରେ ଥିବା ଫାଇବର ଓ ଆଣ୍ଟିଆକ୍ସିଡେଣ୍ଟ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ହୃଦୟ ସମ୍ବନ୍ଧୀୟ ସମସ୍ତ ରୋଗ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରେ l ରକ୍ତଚାପ ସ୍ତର ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ l
Nalco
Leave A Reply