ଭୁବନେଶ୍ୱର: ଜିଓ ପକ୍ଷରୁ ଚଳିତମାସ ପ୍ରଥମ ସପ୍ତାହରେ ଶୁଭାରମ୍ଭ କରାଯାଇଥିବା ୯୯୯ ଟଙ୍କିଆ ଜିଓ ଭାରତ ୪ଜି ଫୋନ ବିଶେଷ ଆଦୃତି ଲାଭ କରିଛି । ଫିଚର ଫୋନ ବର୍ଗରେ ସବୁଠାରୁ ସୁଲଭ ମୂଲ୍ୟରେ ଉପଲବ୍ଧ ଏବଂ ଅନେକ ଆକର୍ଷଣୀୟ ସୁବିଧା ସମ୍ପନ୍ନ ଏହି ଜିଓ ଭାରତ ଫୋନ ଶୁଭାରମ୍ଭ ହେବାର ଦୁଇ ସପ୍ତାହ ମଧ୍ୟରେ ହଜାର ହଜାର ଉପଭୋକ୍ତାଙ୍କୁ ଡିଜିଟାଲ ମାଧ୍ୟମରେ ସଶକ୍ତ କରିଛି । ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ଜିଓ-ସାବନରେ ଥିବା ୮ କୋଟି ଗୀତ ଶୁଣିବାର ସୁଯୋଗ ସହିତ ଜିଓ ସିନେମାର ସବ୍ସ୍କ୍ରିପ୍ସନ୍ ଜରିଆରେ ସେମାନେ ସିନେମା, ଟିଭି ସୋ’ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଆଦି ଦେଖିପାରିବେ । । ଏଥିସହିତ ଜିଓ ପେ’ ଜରିଆରେ ୟୁପିଆଇ କାରବାର ମଧ୍ୟ କରିପାରିବେ ।
ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଇଣ୍ଟରନେଟ ଓ ମୋବାଇଲ ବ୍ୟବହାର ଏକ ନିତାନ୍ତ ଆବଶ୍ୟକତା ହୋଇପଡିଥିବାବେଳେ, ଏବେ ମଧ୍ୟ ଅନେକ ଲୋକ ସମ୍ବଳ ଅଭାବରୁ ମୋବାଇଲ ଓ ଇଣ୍ଟରନେଟ ଠାରୁ ଦୂରରେ ରହିଛନ୍ତି । ଏକ ଆକଳନ ଅନୁଯାୟୀ ଓଡ଼ିଶାର ମୋଟ ୩.୩୨ କୋଟି ମୋବାଇଲ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ଏକ କୋଟି ଉପଭୋକ୍ତା ଆର୍ôଥକ କାରଣରୁ ୨ଜି ନେଟୱାର୍କରେ ରହିବା ପାଇଁ ବାଧ୍ୟହେବା ସହିତ ଇଣ୍ଟରନେଟ ବ୍ୟବହାରରୁ ବଞ୍ଚିତ ଅଛନ୍ତି ।
ଦେଶର କୋଟି କୋଟି ଏହିଭଳି ୨ଜି ଫୋନ୍ ବ୍ୟବହାରକାରୀଙ୍କୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରିବା ଏବଂ ୨ଜି ମୁକ୍ତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ନିକଟରେ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ୪ଜି ଫିଚର ଫୋନ୍ ଜିଓ ଭାରତ ଭି୨କୁ ମାତ୍ର ୯୯୯ ଟଙ୍କାରେ ଶୁଭାରମ୍ଭ କରାଯାଇଛି । ଜିଓ ଭାରତ ଏବେ ଓଡ଼ିଶାର ୩୦୦ ସହର ଓ ନଗରର ୧୦,୦୦୦ରୁ ଅଧିକ ଷ୍ଟୋର୍ ଓ ଦୋକାନରେ ଉପଲବ୍ଧ ହୋଇଛି । ପ୍ରତିଟି ଭାରତୀୟ, ବିଶେଷ କରି ଯେଉଁମାନେ ସ୍ମାର୍ଟଫୋନ୍ କିଣିବାକୁ ସକ୍ଷମ ନୁହନ୍ତି, ସେମାନଙ୍କୁ ଡିଜିଟାଲ୍ ସେବା ଶକ୍ତି ଜରିଆରେ ସଶକ୍ତ କରିବା ଜିଓ ଭାରତ ଫୋନର ଲକ୍ଷ୍ୟ ରହିଛି ।
ବଜାରରେ ଉପଲବ୍ଧ ଥିବା ଇଣ୍ଟରନେଟ ଜରିଆରେ କାମ କରୁଥିବା ସବୁ ଫୋନ୍ଗୁଡ଼ିକ ମଧ୍ୟରେ ଜିଓ ଭାରତ ଭି୨ ହେଉଛି ସବୁଠୁ ସୁଲଭ । ଜିଓ ଭାରତ ଭି୨ର ମାସିକ ପ୍ଲାନ୍ ସୁଲଭ କାରଣ ଗ୍ରାହକମାନେ ଏହି ପ୍ଲାନ୍ ପାଇଁ ମାତ୍ର ୧୨୩ ଟଙ୍କା ପ୍ରଦାନ କରିବେ ଯାହାର ବୈଧତା ରହିଛି ୨୮ ଦିନ । ଅନ୍ୟ ଅପରେଟରମାନଙ୍କ ଭଏସ୍ କଲ୍ ଓ ୨ ଜିବି ମାସିକ ପ୍ଲାନ୍ର ଦାମ୍ ୧୭୯ ଟଙ୍କାରୁ ଆରମ୍ଭ ହେଉଛି । ଏହା ବ୍ୟତୀତ କଂପାନି ପକ୍ଷରୁ ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ୧୪ ଜିବି ଡାଟା ପ୍ରଦାନ କରାଯାଉଛି, ଅର୍ଥାତ ପ୍ରତି ଦିନ ଅଧ ଜିବି, ଯାହା ପ୍ରତିଦ୍ୱନ୍ଦ୍ୱୀଙ୍କ ମାସିକ ୨ ଜିବିଠାରୁ ୭ ଗୁଣା ଅଧିକ । ଜିଓ ଭାରତ ଭି୨ର ବାର୍ଷିକ ପ୍ଲାନ୍ ର ମୂଲ୍ୟ ୧୨୩୪ ଟଙ୍କା ରହିଛି ।
