ନୂଆପଡ଼ା- ୧୪/୭ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ବ୍ୟବସାୟିକ ନଗର ଖରିଆର ରୋଡ଼ ସ୍ଥିତି ହୋଟେଲ ସ୍ୱସ୍ତିକ ରେ ଆଜି ବରିଷ୍ଠ ସାମ୍ବାଦିକ ବିଶ୍ୱଜିତ ପାଢୀ ଙ୍କ ଅଧକ୍ଷତାରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସମାଜରେ ସାମ୍ବାଦିକଙ୍କ ଭୂମିକା କିପରି ହେବା କଥା, ସଙ୍ଘ କିପରି ମଜବୁତ ହେବ ଏବଂ ଆଗକୁ ଆହୁରି ଲୋକମାନଙ୍କ ଦୁଃଖ ସୁଖରେ ସାମିଲ ହୋଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା l ଏଥିରେ ଓସାକ ର ଡିଏଫଓ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ କିପରି ଏଚ.ଆଇ.ଭି. ଭୁତାଣୁ ସଂକ୍ରମଣ କୁ ମୂଳପୋଛ କରି ହେବ ତଥା ସଂକ୍ରମିତ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ଯଥା ମଧୁବାବୁ ପେନସନ, ମୋକୁଡ଼ିଆ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ସ୍ପଷ୍ଟୀକରଣ ଦେଇଥିଲେ l ଏହି ବୈଠକରେ ସଂଘର ସଭାପତି ସୁରେଶ ଆଚାରି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନୂଆପଡା ବ୍ଲକ ସମ୍ପାଦକ ଅମିତ ପୁରୋହିତ ଅତିଥି ପରିଚୟ ପ୍ରଦାନ କରି ଥିଲେ l ବୈଠକରେ ସମ୍ପାଦକ ଦେବାନନ୍ଦ ତାଣ୍ଡି, ବିଶ୍ୱଜିତ ପାଢୀ, ପବିତ୍ର ପ୍ରଧାନ,ରୁଦ୍ର ବାଗ, ଦିପକ ମିଶ୍ର, ଲୋକା ମହାପାତ୍ର, ସୁରେନ୍ଦ୍ର ତିୱାରୀ , ମନୋଜ କୁମାର ଶଗରିଆ, ଶାମ୍ବ ସରାଫ, ରିତେଶ ରାଠୋର ସହ ସମସ୍ତ କାର୍ଯ୍ୟ କାରି ସଦସ୍ୟ ଉପସ୍ଥିତ ଥିଲେ ଶେଷ ରେ ସଂଘ ର ବରିଷ୍ଠ ସାମ୍ବାଦିକ ଶିଶିର ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ।
