Odisha news

ଅଖିଳ ଭାରତ କୃଷକ ସଭାର ଜିଲ୍ଲାପରିଷଦ ବୈଠକ

0
ଛତ୍ରପୁର, ୩/୭ : ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ସୋମବାର ଅଖିଳ ଭାରତ କୃଷକ ସଭାର ଜିଲ୍ଲା ପରିଷଦ ବୈଠକ ଗଂଜାମ ଜିଲ୍ଲାସଭାପତି ଶ୍ରୀହର୍ଷ ରଥଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲ।। ଚଳିତ ବର୍ଷ ମଣ୍ଡି ସମସ୍ୟା ଓ ତାର ତ୍ୱାରିତ ସମାଧାନ ପାଇଁ ଅଖିଳ ଭାରତର କୃଷକ ସଭାର ନେତୃ ମଣ୍ଡଳୀ ମାନେ ଦାୟିତ୍ୱ ରହିବେ । ଚାଷୀ ପଂଜିକରଣ କୁ ସରଳୀ କରଣ କରିବା , ସମସ୍ତ ଚାଷୀ ଓ ଭାଗ ଚାଷୀ ନାମ ଧାନ କ୍ରୟ ନିମନ୍ତେ ପଂଜିକରଣ କରିବା, ବୀହନ , ସାର ଓ କୀଟନାଶକ ଔଷଧ ସୁଲଭ ଦରରେ ପ୍ରଦାନ କରିବା, ସମସ୍ତ ଚାଷୀଙ୍କୁ ଯୁଦ୍ଧ କାଳୀନ ଭିତରେ କୃଷି ଋଣ ପ୍ରଦାନ କରିବା ଏବଂ ବୀମାଭୂକ୍ତ କରିବା, ଜଳସେଚନ ଓ ବନ୍ୟା ଜଳର ନିଷ୍କାସନ କରିବା ସମେତ ବିଭିନ୍ନ ଦାବୀ ସମ୍ପର୍କ ଉପରେ ବହୁ କୃଷକ ନେତା ମାନେ ଆଲୋକପାତ କରିଥିଲେ । ଏ ସମସ୍ତ ଦାବୀ ନେଇ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯିବା ନିମନ୍ତେ ମଧ୍ୟ ସ୍ଥିର କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କୃଷକ ସଭାର ଗଂଜାମ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, କାର୍ଯ୍ୟକାରୀ ସଭାପତି ରଙ୍କନାଥ ସ୍ୱାଇଁ, ସଂଗଠନ ସମ୍ପାଦକ ନୀଳକଣ୍ଠ ଦାଶ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଶରତ ପଟ୍ଟନାୟକ, ସତ୍ୟ ନାରାୟଣ ମହାପାତ୍ର, ପଞ୍ଚାନନ ସ୍ୱାଇଁ, ସତ୍ୟବାଦୀ ସ୍ୱାଇଁ, ତୋଫାନ ନାୟକ , ଭାଗିରଥୀ ପ୍ରଧାନ ଓ ପ୍ରଫୁଲ କୁମାର ପାଣିଗ୍ରାହୀଙ୍କ ସମେତ ବହୁ କୃଷକ ନେତା ମାନେ ଉପସ୍ଥିତ ଥିଲେ ।
Nalco
Leave A Reply