Odisha news

ବିଦ୍ୟୁତ ଆଘାତରେ ଶିକ୍ଷକଙ୍କ ଅକାଳ ବିୟୋଗ

0
କାକଟପୁର 3/7  କାକଟପୁର ଥାନା ଅଧିନସ୍ଥ ଦହିଖିଆ ଗ୍ରାମର ଗୋବିନ୍ଦ ଚନ୍ଦ୍ର ସେଠୀଙ୍କର ରବିବାର ଦିନ  ବିଦ୍ୟୁତ ସଂସ୍ପର୍ଶରେ ଆସି ଅକାଳ ବିୟୋଗ ଘଟିଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ 47  ବର୍ଷ ହୋଇଥିଲା l ସେ କାକଟପୁର ନିକଟ ଅହମୁଣିଆପାଟଣାର କାଳିଆଗରୁଡ଼ ଉଚ୍ଚ ପ୍ରାଥମିକ ସ୍କୁଲ ରେ ଶିକ୍ଷକତା କରୁଥିଲେ l ରବିବାର ଛୁଟି ଥିବାରୁ ନିଜର ବରଜରେ ପାଣିଦେବାପାଇଁ ବିଦ୍ୟୁତ ଚାଳିତ ମଟର ରେ ପାଣି ମଡାଇବା ବେଳେ ଆସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ସେହି ଠାରେ ଟଳିପଡିଥିଲେ l ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ l ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l ତାଙ୍କର ଅକାଳ  ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା  l ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରା ରେ  ଗ୍ରାମ ପରିକ୍ରମା କରାଯାଇ ନିଜ ବିଦ୍ୟାଳୟ କୁ ନିଆଯାଇ ଥିଲା l ସେଠାରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମହଲରେ ଲୋତକ ର ଅଶ୍ରୁ ବୋହିଯାଇଥିଲା l  ଚାରିଛକ ମେଡିକାଲକୁ ପଠାଯାଇଥିବାବେଳେ କାକଟପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଚ୍ଛି l ତାଙ୍କର ବିଧବା ପତ୍ନୀ ସମେତ ଦୁଇଟି ପୁତ୍ର ରହିଛନ୍ତି l
Nalco
Leave A Reply