ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ମିଶନଶକ୍ତି ଅଧିନରେ ସିଆରପି ,ଏମବିକେ ଓ ବ୍ୟାଙ୍କମିତ୍ର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାରକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ସେଠାର ମିଶନଶକ୍ତି ସଭାନେତ୍ରୀଙ୍କୁ ବହିଷ୍କାର କରାଯିବା ସହ ସମସ୍ତ ନିଯୁକ୍ତିକୁ ଜିଲ୍ଲା ପ୍ରଶାସନ ବାତିଲକରି ପୁନର୍ବାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି! ସେହି ବିବାଦ ଥମି ନଥିଲା ବେଳେ ଏବେ ଧର୍ମଶାଳା ବ୍ଳକରେ ମିଶନଶକ୍ତି ଅଧିନରେ ହେଉଥିବା ସିଆରପି ଓ ଏମବିକେ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଲାଞ୍ଚ କାରବାର ହୋଇଥିବା ଗୁରୁତର ଅଭିଯୋଗ ହୋଇଛି! ଏହି ଅଭିଯୋଗ ଅନ୍ୟକେହି ନୁହନ୍ତି ବରଙ୍ଗ ସେହି ମିଶନଶକ୍ତି ଅଧିନରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ ଓ କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି! ବିଷେଶକରି ଧର୍ମଶାଳା ବ୍ଳକ ଅଧିନ ଆଦିବାସୀ ଅଧ୍ୟୁଷିତ ପୁରୁଣାବଉଳମାଳ ପଞ୍ଚାୟତରେ ନିଯୁକ୍ତି ପ୍ରକ୍ରିୟାରେ ଘୋର ଅନିୟମିତତା ହୋଇଥିବା ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି! ଏହି ପଞ୍ଚାୟତରେ ଦୀର୍ଘ ପାଞ୍ଚ ବର୍ଷ ହେବ ଏବିକେ ଓ ସିଆରପିଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ବେଳେ ଏବେ ଏଠାରେ ନୂତନ ସିଆରପି ନିଯୁକ୍ତି ପାଇଁ ମିଶନଶକ୍ତି ପକ୍ଷରୁ ବେନିୟମ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି! ଉକ୍ତ ପଞ୍ଚାୟତରେ ସିଆରପି ଥିବା ସବିତା ସାହୁଙ୍କୁ ବିନା କାରଣରେ ଚଞ୍ଚକତା କରି ହଇରାଣ ହରକତ କରାଯାଉଥିଲା ବେଳେ ଅଦ୍ୟାବଧି ତାଙ୍କ ଅଧିନରେ ୭ଟି ଏସଏଚଜି ଗୋଷ୍ଠୀ କା କରୁଛନ୍ତି! ସେଠାର ଏମବିକେଙ୍କ ଦ୍ୱାରା ହେଉଥିବା କେତେକ ଅନିୟମିତତାକୁ।ସବିତା ପଦାରେ ପକାଇଦେବା କାରଣରୁ ତାଙ୍କୁ ବ୍ଳକ ଓଏଲଏମ ଏବଂ ମିଶନଶକ୍ତିର ଅଧିକାରୀ ମାନେ ହଇରାଣ କରିବା ସହ ଏବେ ଯାଣିସୁଣି ଏହି ବିବାଦୀୟ ସ୍ଥାନରେ ସିଆରପି ନିଯୁକ୍ତି ପାଇଁ ଅପଚେଷ୍ଟା ଚଳାଇବା ସହ ଏଥିନେଇ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ସେ ଗୁରୁତର ଅଭିଯୋଗ କରିଛନ୍ତି! ତାଙ୍କ ସହ ୬ଟି ଗୋଷ୍ଠୀର ସଦସ୍ୟ ଓ କର୍ମକର୍ତ୍ତା ମାନେ ମଧ୍ୟ ପୁରୁଣାବଉଳମାଳ ହାଟ ପଡିଆରେ ଏକାଠି ହୋଇ ସମାନ ଅଭିଯୋଗ ବାଢିଛନ୍ତି! ଏ ସମ୍ପର୍କରେ ସବିତାଙ୍କ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣ ସହ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ପତ୍ର ଦାଖଲ କରାଯାଇ ଏପରି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିବେଦନ କରାଯାଇଛି! ଏଥିସହ ଏଠାରେ ଏମବିକେଙ୍କ ଦ୍ୱାରା ମିଶନଶକ୍ତି ଅଧିନରେ ହୋଇଥିବା ସମସ୍ତ ପ୍ରକାର ଆର୍ଥିକ କାରବାର ଓ ନିଯୁକ୍ତି ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ତାଙ୍କୁ ଏଠାରେ ପୁନଃ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି! ଏଠାରେ ଖୋଲାଖୋଲି ଭାବେ ଏସଏଚଜିର ସଦସ୍ୟା ଓ କର୍ମକର୍ତ୍ତାମାନେ ମିଶନଶକ୍ତିରେ ଚାଲିଥିବା ଅନିୟମିତତା ନେଇ ପାଟି ଖୋଲିଥିବାରୁ ଏହାର ଉପଯୁକ୍ତ ତଦନ୍ତ ହେଉବୋଲି ମଧ୍ୟ ସାଧାରଣରେ ଦାବି ହୋଇଛି!