Odisha news

ତାଳଚେର ଜଗନ୍ନାଥ ମନ୍ଦିରରେ ଦେବସ୍ନାନପୂର୍ଣ୍ଣିମା

0

ତାଳଚେର ତା ୦୪/୦୬ ବହୁ ପରାତନ ତାଳଚେର ଜଗନ୍ନାଥ ମନ୍ଦିରଟି ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ । ତାଳଚେର ରାଜାଙ୍କ ଦ୍ୱାରା ବହୁ କାରୀଗର ନିୟୋଜିତ କରାଯାଇ ବ୍ରାହ୍ମଣୀ ନଦୀକୂଳରେ ଜଗନ୍ନାଥମନ୍ଦିରଟି ନିର୍ମାଣ କରାଯାଇଥିଲା । ମନ୍ଦିର ସବୁ କାର୍ଯ୍ୟରେ ନଦୀର ଜଳ କିପରି କାମ ଲାଗିପାରିବ ସେହି ଦୃଷ୍ଟି କୋଣରୁ ରାଜାସାହେବଙ୍କ ତତ୍ପରତା ପ୍ରକାଶ କରି ନିର୍ମିତ କରାଇଥେôଲ । ଆଜି ଜଗତରନାଥ ଜଗନ୍ନାଥ ମହାପ୍ରଭୂଙ୍କର ଦେବସ୍ନାନ ପୂର୍ଣ୍ଣିମାରେ ଉତ୍ସବରେ ମହାପ୍ରଭୂଙ୍କୁ ପୂଜାର୍ଚ୍ଚନା କରାଯାଇ ବ୍ରାହ୍ମଣୀନଦୀରୁ ୧୦୮ ଜଳ ଅଣାଯାଇ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଆଗେ ବହୁବର୍ଷ ତଳେ ତାଳଚେରର ଏହି ଦେବସ୍ନାନପୂର୍ଣ୍ଣିମା ଠାରୁ ରଥଯାତ୍ରା ପର୍ଯ୍ୟନ୍ତ କାହିଁ କେତୋଟି ଜିଲ୍ଳାର ଲୋକମାନେ ଏହି ଐତିହାସିକ ରଥଯାତ୍ରା ଦେଖିବାକୁ ଭିଡ଼ ଲଗାଇଥାନ୍ତି ଏବଂ ସେହି ସମୟରେ ରଥଯାତ୍ରାକୁ ନେଇ ୧୫ଦିନ ଆଗରୁ ତାଳଚେର ବଡ଼ଦାଣ୍ଡ ସାହିଠାରେ ମୀନାବଜାର ଠାରୁ ଆରମ୍ଭ କରି ବିଭିନ୍ନ କିସମର ଦୋକାନ ବାଜର, ଝାମ୍ବି, ଟୋକେଇ, ବରଡ଼ା ଚଟେଇ, ବିଛଣା, କାଠନିର୍ମିତ ଘରୋଇ ଉପକରଣ ଜିନିଷ ଯାହା ଆଜି ଦେଖିବା ସ୍ୱପ୍ନ! ସେହି ସମୟରେ ରଥଯାତ୍ରା ସମୟରେ ପ୍ରବଳ ଜନସମାଗମ ହେଉଥିବା ମଧ୍ୟ ଇତିହାସ ରହିଛି । ଆଜି ତାଳଚେର ଏହି ଦେବସ୍ନାନ ପୂର୍ଣ୍ଣିମା ଦିବସରେ ତାଳଚେର ରାଜପୁତ୍ର ବିଜେନ୍ଦ୍ର ଦେବ ଓ ମନ୍ଦିର ରାଜ ପୁରୋହିତ ପଙ୍କଜ ଲୋଚନ ପତିଙ୍କ ଉପସ୍ଥିତିରେ ତିନି ଦିଅଙ୍କୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ସ୍ନାନ କରାଯାଇଥିଲା । ଏହାକୁ ନେଇ ମନ୍ଦିର କମିଟି ଓ ପୁରୋହିତଙ୍କ ସମେତ ମନ୍ଦିର ସମସ୍ତ ସଦସ୍ୟମାନ ଉପସ୍ଥିତ ଥିଲେ ।

Govt
Leave A Reply