Odisha news

ଗଜପତି ଜିଲ୍ଲା ବଜେପି ପକ୍ଷରୁ ମହା ଜନସଂପର୍କ ଅଭିଯାନ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
ପାରଳାଖେମୁଣ୍ଡି:୨୫/୫ :  ଆସନ୍ତା ମେ ମାସ ୩୦ ତାରିଖରେ  ଦେଶର  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ୯ ବର୍ଷ କାର୍ଯ୍ୟକାଳ ପୁରାଣ କରୁଛି ଏହି ଅବସରରେ ଆସନ୍ତା ୩୦ ମଇ ରୁ ୩୦ ଜୁନ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଜିଲ୍ଲା ବିଜେପି ପକ୍ଷରୁ ଗଜପତି ଜିଲ୍ଲାର ସମସ୍ତ ମଣ୍ଡଳ , ଶକ୍ତିକେନ୍ଦ୍ର ଓ ବୁଥ ସ୍ତରରେ ମହା ଜନସଂପର୍କ ଅଭିଯାନ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପାଇଁ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତହୋଇଯାଇଛି  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡଃ ସିଦ୍ଧେଶ୍ୱର ମିଶ୍ରଙ୍କ ସଭାପତିତ୍ବରେ ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ମାସ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମହା ଜନସଂପର୍କ ଅଭିଯାନ ଓ ବିଭିନ୍ନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଗରିବ , ଶୋଷିତ ଓ ବଞ୍ଚିତ କଲ୍ୟାଣ ନିମନ୍ତେ ସମ୍ପର୍ପିତ , ଯାହା ଫଳରେ ଦେଶର ଗୌରବ ବିଶ୍ଵ ସ୍ତରରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।ମୋଦୀ ସରକାର ବିଗତ ୯ ବର୍ଷ ମଧ୍ୟରେ ଯେଉଁସବୁ ଲୋକ ହିତକର ତଥା ଜନକଲ୍ୟାଣ ଯୋଜନା କରିଛନ୍ତି ସେ ସବୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇ ସେମାନଙ୍କ ଆସ୍ଥା ଭାଜନ ହେବାକୁ ଏବଂ ସାଂଗଠାନିକ ଶକ୍ତିକୁ ସୁଦୃଢ଼ କରିବା ଏବଂ ଆଗାମୀ ସାଧାରଣ ନିର୍ବାଚନରେ ବିଜୟକୁ ସୁନିଶ୍ଚିତ କରିବା ଦିଗରେ ବିଶେଷ ସହାୟକ ହେବାକୁ ପରାମର୍ଶ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର , ସାଧାରଣ ସମ୍ପାଦକ ଶ୍ରୀ କାମଦେବ ବଡ଼ରଇତ କାଉନସିଲର ଶ୍ରୀ ବାବୁନା ବେହେରା ଏବଂ ବରିଷ୍ଠ ନେତା ଶ୍ରୀ ଚିତ୍ରୀ ସିମାଦ୍ରୀ ପ୍ରମୁଖ ମଞ୍ଚାସିନ ରହି ସେମାନଙ୍କ ଅଭିଭାଷଣ ରଖିଥିଲେ ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜିଲ୍ଲା ବ୍ଲକ ଓ ମଣ୍ଡଳ ସ୍ତରୀୟ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।
Govt
Leave A Reply